Below header

ସାଓମି ଆଣୁଛି ୩୦ ହଜାର ଟଙ୍କାର ସବୁଠାରୁ ଫାଷ୍ଟ ଫୋନ

ଭାରତରେ ବହୁତ ଜଲଦି ରେଡମି ଇଣ୍ଡିଆର ଲଞ୍ଚ ହେବାକୁ ଯାଉଥିବା ସାଓମି ରେଡମି k20 ପ୍ରୋ କୁ ନେଇ ଖୁଲାସା କରିଛି। କମ୍ପାନୀ ଏହି ଫୋନର ଟିଚର ଲଞ୍ଚ କରିବା ସହ ଏହା ଦୁନିଆର ସବୁଠାରୁ ସ୍ମାଟ ପୋନ ବୋଲି ପ୍ରମାାଣ କରିଛି। କମ୍ପାନି ଟିଜର ଜାରି କରିବା ପରେ ଏହି ଫୋନ ଆସନ୍ତା ମାସରେ ଲଞ୍ଚ ହେବ ବୋଲି ସୂଚନା ମିଳିଛି । କମ୍ପାନି ସାଓମି ରେଡମି k20 ପ୍ରୋ ଫୋନକୁ ରେଡମି k20 ସହ ଲଞ୍ଚ କରିବ। ଗତ ମାସରେ ସାଓମି ରେଡମି k20 ଲଞ୍ଚ ହୋଇସାରିଛି। ସାଓମିର ଗ୍ଲୋବାଲ ଭାଇସ ପ୍ରେସିଡେଣ୍ଟ ଏବଂ ସାଓମି ଇଣ୍ଡିଆର ଏମଡି ମନୁ କୁମାର ଜୈନ ଏହି ଦିନ ମଧ୍ଯରେ ବହୁତ ଜଲଦି ସ୍ମାର୍ଟଫୋନ ଲଞ୍ଚ କରାଯିବା ନେଇ ଘୋଷଣା କରିଥିଲେ ।

Redmi K20ସେହିଭଳି ନିଜର ଟିଜରରେ ସାଓମି ୱାନ ପ୍ଲସ ୭ ପ୍ରୋ ଉପରେ ତର୍ଜମା କରି କହିଛି ‘କିଛି ସେଲିବ୍ରେଟିସଙ୍କ ସମୟ ସୀମା କମ ହୋଇଥାଏ’। ଏଥିରୁ ପ୍ରମାଣିତ ହେଉଛି ଯେ ରେଡମି ଫ୍ଲାଗସିପ୍ ୱାନ ପ୍ଳସ୍ 7 ପ୍ରୋ ଫ୍ଲାଗସିପ୍ ଉପରେ ଭାରି ପଡ଼ିପାରେ।

କମ୍ପାନି ଚିନ୍ ରେ ଯେତେବେଳେ ରେଡମି k20 ପ୍ରୋ ଲଞ୍ଚ କରିଥିଲା, ସେହି ସମୟରେ ୬ ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜର ମୂଲ୍ଯ ୨୪୯୯୯ ୟୁଆନ ବା ପାଖାପାଖି ୨୫ ହଜାର ମୂଲ୍ଯ ରହିଥିଲା। ସେହିଭଳି ୬ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜର ମୂଲ୍ଯ ୨୭୯୯ ୟୁଆନ ବା ୨୮ ହଜାର ଟଙ୍କା ରହିଥିଲା। ଯେତେବେଳେ ୮ ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜର ମୂଲ୍ଯ ୨୯୯୯ ୟୁଆନ ବା ୩୦ ହଜାର ଟଙ୍କା ରହିଥିଲା।

redmi 20ଭାରତରେ ଲଞ୍ଚ ହେବାକୁ ଯାଉଥିବା ରେଡମି k20 ପ୍ରୋ ରେ ସେହିଭଳି ଫିଚର ରହିପାରେ। ଏହି ଫୋନରେ ୧୨୩୪୦x୧୦୮୦ ପିକ୍ସଲ୍ସ ରିଜଲ୍ଯୁସନ ସହ ୬.୩୯ ଇଞ୍ଚର ଫୁଲ ଏଚଡି ଏମୋଲ୍ଡ ଡିସପ୍ଲେ, ୧୯:୫:୯ ଅସ୍ପେକ୍ଟ ରେସିୟୋ ଏବଂ ଏହି ଡିସପ୍ଲେରେ ଫିଙ୍ଗର ପ୍ରିଣ୍ଟ ସେଂସର ମଧ୍ଯ ରହିଛି। ଏଥିସହ ଏହି ଫୋନରେ ୨୦ ଏମପିର ପାପ-ଅପ ସେଲ୍ଫି କ୍ଯାମେରା ଏବଂ ୩.୫ ଏମଏମ ହେଡ ଫୋନ୍ ମଧ୍ଯ ପାଇପାରିବେ।

ଏହି ଫୋନରେ କ୍ବାଲକମ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ସହ ୮ ଜିବି ରାମ୍ ଏବଂ ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ପାଇପାରିବେ। ପୋନରେ ଟ୍ରିପଲ ରିଅର କ୍ଯାମେରା ରହିବ, ଯେଉଁଥିରେ f/1.75 ଅପରଚର ସହ ୪୮ ଏମପି ପ୍ରାଇମେରୀ ସେଂସର, ୧୩ ଏମପି ର ୱାଇଡ ଆଙ୍ଗେଲ ଲେନ୍ସ ଏବଂ 2x ଜୁମ୍ ସହ ୮ ଏମପିର ଟେଲିଫୋଟୋ ଲେନ୍ସ ମିଳିବ। ଏତିସହ ଫୋନରେ 4,000m Ah ବ୍ଯାଟେରୀ ସହ 27w ର ଫାଷ୍ଟ ଚାର୍ଜିଙ୍ଗ ଟେକ୍ନୋଲୋଜି ମଧ୍ଯ ପାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.