Below header

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଦେବେ ଯୋଗ

ଭୁବନେଶ୍ବର : ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି । କାଲି ବୈଠକରେ ଯୋଗ ଦେବା ପରେ ଗୁରୁବାର ଓଡ଼ିଶା ଫେରିବେ । ପାର୍ଲାମେଣ୍ଟ କାର୍ଯ୍ୟ ପରିଚାଳନାକୁ ଅଧିକ ଶୃଙ୍ଖଳିତ କରିବାର ଲକ୍ଷ୍ୟ ରଖି ବିଭିନ୍ନ ଦଳର ସହଯୋଗ ଲୋଡିବା ସହ ବୈଠକରେ ଯୋଗଦେବାକୁ ସବୁ ଦଳର ସଭାପତିଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗ ସମେତ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।

ଲୋକସଭା ଓ ରାଜ୍ୟକୁ ଯେଉଁସବୁ ରାଜନୈତିକ ଦଳର ପ୍ରତିନିଧି ନିର୍ବାଚିତ ହୋଇଛନ୍ତି ସେସବୁ ଦଳର ସଭାପତିଙ୍କୁ ବୈଠକକୁ ଡକାଯାଇଛି । ଓ୍ଵାନ୍‌ ନେସନ୍‌, ଓ୍ଵାନ୍‌ ଭୋଟ୍‌ ସପକ୍ଷରେ ରହିଛି ବିଜେଡି । ଗତ ୨୦୦୪ ମସିହାରୁ ଓଡ଼ିଶାରେ ଏକାସାଙ୍ଗରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଆସୁଛି । ତେଣୁ ବିଜେଡି ସବୁବେଳେ ଏକାସାଙ୍ଗରେ ନିର୍ବାଚନକୁ ସମର୍ଥନ ଦେଇଆସିଛି । କଂଗ୍ରେସ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନି । କହିଛି, ସାରା ଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି ହେଲେ ଅନେକ ସମସ୍ୟା ଉପୁଜିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.