ଦିଲ୍ଲୀରେ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି, ବାଚସ୍ପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଦଳ

ନୂଆଦିଲ୍ଲୀ(କେନ୍ୟୁଜ୍): ଆସନ୍ତାକାଲି ବାଚସ୍ପତି ନିର୍ବାଚନ । ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ସମର୍ଥନ କରିବ ବିଜେଡି । ଦିଲ୍ଲୀରେ ଚାଲିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏ ନେଇ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ପୂର୍ବରୁ ବାଚସ୍ପତି ନିର୍ବାଚନରେ ସମର୍ଥନ ପାଇଁ ଏନଡିଏ ପକ୍ଷରୁ ବିଭିନ୍ନ ଦଳକୁ ଅନୁରୋଧ କରାଯାଇଥିଲା । ସେହିପରି ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ହେବ । ଉପବାଚସ୍ପତି ପଦ ଉପରେ ରହିଛି ଦଳର ନଜର । ଏଥିପାଇଁ ବିଜେଡି ସାଂସଦ ଭର୍ତ୍ତୃହରିଙ୍କ ନାଁ ଚର୍ଚ୍ଚାରେ ରହିଛି ।

bjdସେହିପରି ଶିବ ସେନା ମଧ୍ୟ ଉପବାଚସ୍ପତି ପଦ ଦାବି କରିଛି । ଅନ୍ୟପଟେ ଜଗନମୋହନଙ୍କ ଓ୍ଵାଏସ୍‌ଆର କଂଗ୍ରେସକୁ ମଧ୍ୟ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଉପବାଚସ୍ପତି ନିର୍ବାଚନ ନେଇ କ’ଣ ରହିବ ବିଜେଡିର ଆଭିମୁଖ୍ୟ ତା’ ଉପରେ ଆଜିର ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି, ମହାନଦୀ ପ୍ରସଙ୍ଗ ଓ ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହା ସହ ବଜେଟ୍‌ ଅଧିବେଶନ ବେଳେ ଗୃହର ରଣନୀତି ଓ ଗୃହ ପରିଚାଳନାକୁ ନେଇ ସାଂସଦମାନେ ଆଲୋଚନା କରିଛନ୍ତି । ସାଂସଦମାନେ ଉପସ୍ଥାପନ କରିବାକୁ ଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଚଳିତ ଲୋକସଭାରେ ବିଜେଡିର ୧୨ ଜଣ ସାଂସଦ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.