Below header

ଜୀବନ୍ତ ବାଉଁଶ ଗଛରୁ ପ୍ରସ୍ତୁତ ହେଉଛି ମଦ! ଯାହା ସ୍ବାସ୍ଥ୍ୟ ପାଇଁ ଅତି ଉପକାରୀ

ଏ କଥା ଆମେ ସମସ୍ତେ ଜାଣିଛେ ଯେ ମଦ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତଥାପି ସାରା ଦୁଆନିଆରେ ମଦର ଚାହିଦା କାହିଁରେ କଣ । ମଦ ପିଇବା ଲୋକଙ୍କ ସଂଖ୍ୟା ବିଶ୍ୱରେ କିଛି କମ୍ ନାହିଁ କି ମଦର ବ୍ରାଣ୍ଡ ମଧ୍ୟ କମ୍ ନାହିଁ । ମଦ ଶରୀର ପାଇଁ କ୍ଷତିକାରକ ବୋଲି ଜାଣିବା ପରେ ମଧ୍ୟ ଲୋକେ ଏହାକୁ ସେବନ କରିଥାନ୍ତି । ଭାରତ ବ୍ୟତୀତ ବିଭିନ୍ନ ଦେଶ ମାନଙ୍କରେ ବିଭିନ୍ନ ବ୍ରାଣ୍ଡର ମଦ ବହୁ ମୂଲ୍ୟରେ ଉପଲବ୍ଧ ହୋଇଥାଏ ।

ତେବେ ଏହି ପରିପେକ୍ଷୀରେ ଆମେ ଆଜି ଆପଣଙ୍କୁ ଜଣାଇବୁ ଚାଇନାରେ ତିଆରି ଏକ ଏପରି ମଦର ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧରେ ଯାହା ଶୁଣିବାପରେ ଆପଣ ଆଶ୍ଚର୍ଯ୍ଯ ହେବା ସୁନିଶ୍ଚିତ । ସୂଚନା ମୁତାବକ ଚାଇନାର ଅନେକ ଅଞ୍ଚଳରେ ଆଜିକାଲି ଜୀବନ୍ତ ବାଉଁଶ ଗଛ ମଧ୍ୟରେ ସୁରା ବା ମଦ ପ୍ରସ୍ତୁତ କରାଯାଉଛି। ବାଉଁଶ ଗଛରେ କଣା କରି ସିରିଂଜ ସାହାଯ୍ୟରେ ତା ମଧ୍ୟରେ ପାଣିକୁ ଭର୍ତ୍ତି କରି ବନ୍ଦ କରିଦିଆଯାଇଥାଏ । ଏପରି ଅବସ୍ଥାରେ ତାକୁ ପ୍ରାୟତଃ ୬ରୁ ୭ ମାସ ପର୍ଯ୍ୟନ୍ତ ରଖାଯାଇଥାଏ । ଏହା ପରିପକ୍ଵ ହେବାପରେ ଉକ୍ତ କଣାକୁ ଖୋଲାଯାଇ ଏହି ମଡ଼ାକୁ ବାହାରକୁ ବାହାର କରାଯାଇଥାଏ । ଯଦି ଏହାକୁ ଦୀର୍ଘ ଦିନ ଧରି କେହି ଗଚ୍ଛିତ ରଖିବାକୁ ଚାହେଁ ତେବେ ସେ ଉକ୍ତ ବାଉଁଶ ଟିକୁ କାଟି ନେଇ ଯାଇଥାଏ ।

bamboo

ଚାଇନାକୁ ଭ୍ରମଣ ପାଇଁ ଆସୁଥିବା ଇଉରୋପୀୟ ପର୍ଯ୍ୟଟକମାନଙ୍କ ପାଇଁ ଏହା ବର୍ତ୍ତମାନ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ମଦରେ ଆଲକୋହଲ୍ ପରିମାଣ କମ୍ ରହିଥିବାବେଳେ ଏହା ସ୍ୱାସ୍ଥ୍ୟ ଉପକାରୀ ଅଟେ । ଏଥିରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି ଯାହା ପର୍ଯ୍ୟଟକଙ୍କୁ ବିମୋହିତ କରିପାରିଛି । ପର୍ଯ୍ୟଟକଙ୍କ ସାମ୍ନାରେ ହିଁ ବାଉଁଶକୁ କଣା କରି ସେଥିରୁ ବାହାରୁଥିବା ମଦକୁ ପିଆଲାରେ ଢାଳି ପରିବେଷଣ କରାଯାଇଥାଏ ।

bamboo-alcoholଯଦି କେହି ଏହି ମଦକୁ ସାଥିରେ ନେବାକୁ ଚାହେଁ ତେବେ ବାଉଁଶ ଗଣ୍ଠି ଉପରୁ ଓ ତଳୁ କାଟି ଏହାକୁ ଦିଆଯାଇଥାଏ । ଫୁଜିଆନ୍ ପ୍ରଦେଶରେ ପ୍ରଥମ ଥର ପାଇଁ ଏହି ବାଉଁଶକୁ ବ୍ୟବହାର କରି ଭିନ୍ନ ଏକ ପଦ୍ଧତି ମାଧ୍ୟମର ସୁରା ବା ମଦ ପ୍ରସ୍ତୁତ କରାଯାଉଛି ଯାହା ଏବେ ଗୁଆଂଗଜି,ସିଚୁଆନ୍ ଆଦି ଅଂଚଳରେ ମୁଖ୍ୟ ବ୍ୟବସାୟିକ ଉତ୍ସ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.