ଟେକ୍

ଅନଇନଷ୍ଟଲ୍ ନକରି ବି ହାଇଡ୍ କରିପାରିବେ ହ୍ଵାଟ୍ସଆପ୍, ଜାଣନ୍ତୁ କେମିତି

ଆଜିର ଯୁଗରେ ହ୍ୱାଟ୍ସଆପ୍ ଆମ ପାଇଁ ଏକ ଅତ୍ୟାବଶ୍ୟକ ମାଧ୍ୟମ ପାଲଟିଛି । ଏହି ମେସେଜିଂ ଆପ୍ ଆଜିକାଲି ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ । ସାଙ୍ଗମାନଙ୍କ ସହିତ ଗପସପ କରିବା କିମ୍ବା ଲୋକମାନଙ୍କ ସହିତ କନେକ୍ଟ ରହିବା ପାଇଁ ଆପଣମାନେ ନିଶ୍ଚିତ ଭାବରେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ । କିନ୍ତୁ, ଜୀବନରେ ବେଳେବେଳେ ଏମିତି ସମୟ ଆସେ ଯେତେବେଳେ ଆପଣ ସୋସିଆଲ ନେଟୱାର୍କର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ପାଇଁ ବ୍ରେକ ନେବାକୁ ଚାହାଁନ୍ତି – ଏବଂ ଏହି ହ୍ଵାଟ୍ସଆପରୁ କିଛି ମେସେଜ ନ ଆସୁ ବୋଲି ଚାହିଁଥାନ୍ତି ।

ତେବେ ଏଭଳି ସମୟରେ ସବୁଠୁ ବଡ ଚିନ୍ତାର ବିଷୟ ହେଉଛି ଯେ ୟୁଜର୍ସ ଏହି ଆପ୍ଲିକେସନ୍ ଅନଇନଷ୍ଟଲ ନକରି ଏଥିରୁ ମୁକ୍ତି ପାଇପାରିବେ ନାହିଁ ଅର୍ଥାତ ହ୍ଵାଟ୍ସଆପରେ ମେସେଜ ଆସିବା ବନ୍ଦ କରିପାରିବେ ନାହିଁ । ତେଣୁ ଆପଣ ଯାହା ବି କରନ୍ତୁ ଯଦି ଆପଣଙ୍କ ଫୋନରେ ଏହି ଆପ୍ଲିକେସନ ଅଛି ତେବେ ଆପଣଙ୍କର ମୋବାଇଲ୍ ଫୋନରେ ମେସେଜ ନିଶ୍ଚୟ ଆସିବ । ଯଦିଓ ଆପଣ ବ୍ଲୁ ଟିକ୍ ବନ୍ଦ କରନ୍ତି କିମ୍ବା କିଛି ସମୟ ପାଇଁ ଆପଣଙ୍କର ଇଣ୍ଟରନେଟ୍ ଡାଟା ବନ୍ଦ କରନ୍ତି, ଏହି ମେସେଜିଂ ଆପ୍ ଆପଣଙ୍କୁ ମେସେଜ ପଠାଇବା ବନ୍ଦ କରିବ ନାହିଁ ।

କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଏଭଳି ଉପାୟ ନେଇଆସିଛୁ ଯାହାଦ୍ୱାରା ଆପଣମାନେ ହ୍ଵାଟ୍ସଆପ ଅନଇନଷ୍ଟଲ ନକରି ମଧ୍ୟ ଏହି ମେସେଜରୁ ମୁକ୍ତି ପାଇପାରିବେ । ତେବେ ଯଦି ଆପଣ ହ୍ୱାଟ୍ସଆପର ଏକ ନିତିଦିନିଆ ୟୁଜର ଏବଂ ଆପଣ ଏବେ ଏହି ପ୍ଲାଟଫର୍ମ ବ୍ୟବହାର ନ କରିବାକୁ କିମ୍ବା କିଛି ସମୟ ପାଇଁ ଏଥିରୁ ବ୍ରେକ ନେବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ଏହାର ସମାଧାନ ନେଇଆସିଛୁ ।

ତେବେ ଆସନ୍ତୁ ଜାଣିବା ଆପଣଙ୍କ ଡିଭାଇସରୁ ମେସେଜିଂ ପ୍ଲାଟଫର୍ମ ଅନଇନଷ୍ଟଲ ନକରି ହ୍ୱାଟ୍ସଆପରୁ କିପରି ବ୍ରେକ ନେବେ ସେହି ଫିଚର୍ସ ବିଷୟରେ: ଏହା ପ୍ରକୃତରେ ଏକ ଅତି ସହଜ ପ୍ରକ୍ରିୟା ଏବଂ ଏହି ପରିବର୍ତ୍ତନ କରିବାକୁ ଆପଣମାନଙ୍କୁ ମାତ୍ର ଏକ ମିନିଟ୍ ସମୟ ହିଁ ଦରକାର । ତେବେ ଆସନ୍ତୁ ଜାଣିବା ଏହି ପ୍ରୋସେସ ବିଷୟରେ…

-ଏଥିପାଇଁ ପ୍ରଥମେ ହ୍ୱାଟ୍ସଆପ୍ ଆପ୍ଲିକେସନ ଉପରେ ଲଙ୍ଗ୍ ପ୍ରେସ୍ କରନ୍ତୁ ।

-‘App info’ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ ।

-ଏହାପରେ ‘Force Stop’ ନାମକ ଏକ ଫିଚର ସେଟିଙ୍ଗର ସବୁଠାରୁ ଉପରେ ଆସିବ ଏବଂ ଆପଣ ଏହି ଫୋର୍ସ ଷ୍ଟପ୍ ଫିଚର ଉପରେ ଟ୍ୟାପ୍ କରନ୍ତୁ ।

-ଏହାପରେ ବ୍ୟାକଗ୍ରାଉଣ୍ଡରୁ ହ୍ୱାଟ୍ସଆପ୍ ବନ୍ଦ କରନ୍ତୁ ।

-ଏହା କରିବା ପରେ ଆପଣ ଏହି ମେସେଜ୍ ଆପରୁ ଆଉ କୌଣସି ମେସେଜ ପାଇବେ ନାହିଁ ।

ତେବେ ଯଦି ଆପଣ ପୁଣିଥରେ ହ୍ୱାଟ୍ସଆପ୍ ଆକ୍ଟିଭ କରିବାକୁ ଚାହୁଁଛନ୍ତି ତେବେ କିପରି କରିବେ?
ଏହା ପ୍ରକୃତରେ ଖୁବ ସହଜ । ଯେତେବେଳେ ଆପଣ ପୁନର୍ବାର ହ୍ୱାଟ୍ସଆପକୁ ଆକ୍ଟିଭ କରିବାକୁ ଚାହାଁନ୍ତି, କେବଳ ପ୍ଲାଟଫର୍ମ ଖୋଲନ୍ତୁ ଏବଂ ଆପଣ ପୁଣିଥରେ ସମସ୍ତ ମେସେଜ ପାଇବା ଆରମ୍ଭ କରିବେ । କିନ୍ତୁ ଯଦି ଆପଣ ଏଥିରୁ ବ୍ରେକ ନେବାକୁ ଚାହାଁନ୍ତି, ତେବେ ଏହାକୁ ଖୋଲନ୍ତୁ ନାହିଁ ଏବଂ ‘Force Stop’ ଅପ୍ସନ ବ୍ୟବହାର କରନ୍ତୁ ଯାହା ଆପଣଙ୍କୁ ହ୍ଵାଟ୍ସଆପରୁ କୌଣସି ମେସେଜ ଆସିବାକୁ ଅଟକାଇବ ।

ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ:
ଏହା କରିବା ଦ୍ୱାରା, କେବଳ ମେସେଜ ସେଣ୍ଡ କରିଥିବା ଲୋକ ଦେଖିପାରିବେ ଯେ ଆପଣଙ୍କୁ ମେସେଜ ମିଳିନାହିଁ । ତେବେ ମେସେଜ ରିସିଭ ହୋଇଛି ବୋଲି ଜଣାଇବା ପାଇଁ ହ୍ୱାଟ୍ସଆପରେ ଏକ ଡବଲ୍ ଟିକ୍ ଫିଚର ଅଛି, କିନ୍ତୁ ଏହି ‘Force Stop’ ଫିଚର ବ୍ୟବହାର ପରେ ଏହି ଡବଲ୍ ଟିକ୍ ବ୍ଲୁ ଟିକ୍ ହେବ ନାହିଁ ।

Srujanika Panda

Recent Posts

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

58 seconds ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

13 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

19 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

23 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

25 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago