ଟେକ୍

ଖୁବ କମ ଖର୍ଚ୍ଚରେ ନିଜ ସ୍ମାର୍ଟଫୋନକୁ ବି ଆପଣ ବନେଇ ଦେଇପାରିବେ ପୋର୍ଟେବଲ ଟିଭି, କେମିତି ଜାଣନ୍ତୁ

ଆମ ଜୀବନର ଯେମିତି ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲାଣି ସ୍ମାର୍ଟଫୋନ । ଅଧିକାଂଶ କଣ୍ଟେଣ୍ଟ ଗୁଡିକର ଆକ୍ସେସ ଏବେ ଟିଭି ସହିତ ସ୍ମାର୍ଟଫୋନ ଗୁଡିକରେ ବି ରହିଛି । ସ୍ମାର୍ଟଫୋନରେ ଏତେ ସୁବିଧା ଥିଲେ ସୁଦ୍ଧା ଏବେ ବି ବଜାରରେ ଟିଭିର ଏକ ଭିନ୍ନ କ୍ରେଜ ରହିଛି । ଆଉ ଏବେ ତ ବଜାରରେ ସ୍ମାର୍ଟ ଟିଭିର ଚାହିଦା ରହିଛି । ଆଉ ଏହି କାରଣରୁ ହୁଏତ ଲୋକଙ୍କୁ ଟିଭି ଓ ମୋବାଇଲ ଫୋନ ଉଭୟରେ ଖର୍ଚ୍ଚ କରିବାକୁ ପଡୁଛି । କଣ ହେବ ଯଦି ଆମେ ସ୍ମାର୍ଟଫୋନର ସ୍କ୍ରିନକୁ ବଡ କରି ଟିଭି ବନେଇ ଦେବା । ଏମିତି ହିଁ ଏକ ପ୍ରଡକ୍ଟ ଖୋଯିବାରେ ଆମେ ରହିଥିବାବେଳେ ଏବେ ଆମ ହାତରେ ଏକ ଡିଭାଇସ ଲାଗିଛି ।

ଖୁସିର କଥା ଯେ ଏହି କାଟାଗୋରିର ଏକ ପ୍ରଡକ୍ଟ ଏବେ ଆମ ହାତରେ ଲାଗିଛି । ଯାହାକୁ ଖୁବ କମ ଖର୍ଚ୍ଚରେ ପ୍ରସ୍ତୁତ କରାଯାଇ ପାରିବ | ଅର୍ଥାତ ଆପଣ ମାତ୍ର କିଛି ଟଙ୍କା ବଦଳରେ ନିଜ ଫୋନକୁ ଟିଭିରେ ପରିଣତ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପ୍ରଡକ୍ଟର ମୂଲ୍ୟ ଓ ଫିଚର୍ସ ବିଷୟରେ । ଅନଲାଇନ ମାର୍କେଟରେ ଆମେ ଅଧିକାଂଶ ସମୟରେ ବିଭିନ୍ନ ପ୍ରଡକ୍ଟ ସର୍ଚ୍ଚ କରିଥାଉ । ସ୍କ୍ରିନ ମାଗ୍ନିଫାୟାର ଆମ୍ପଲିଫେୟାର କାଟାଗୋରିର ଡିଭାଇସକୁ ଆମେ ଖୁବ କମ ଖର୍ଚ୍ଚରେ ଆମେ ଅନଲାଇନ ମାର୍କେଟରେ କିଣିପରିବା । ଏମିତିକି ଆପଣଙ୍କୁ ଭଲରୁ ଭଲ ବ୍ରାଣ୍ଡର ମାଗ୍ନିଫାୟାର ଆଂପ୍ଲିଫାୟାର ମାତ୍ର ୩୭୯ ଟଙ୍କାରେ ମିଳିଯିବ । ଯାହା ସାହାଯ୍ୟରେ ଆପଣ ମାତ୍ର ୬ ଇଞ୍ଚର ସ୍ମାର୍ଟଫୋନକୁ ୧୦ ଇଞ୍ଚର ସ୍କ୍ରିନରେ ପରିଣତ କରିପାରିବେ ।

ଫୋନ ମାଗ୍ନିଫାୟାର ସ୍କ୍ରିନ ସମ୍ପୂର୍ଣ୍ଣ ରୂପେ ଏକ ପ୍ରୋଜେକ୍ଟର ପରି କାମ କରିଥାଏ । ଯାହା ସାହାଯ୍ୟରେ ସ୍ମାର୍ଟଫୋନର ଫିଚରକୁ ତିନିରୁ ଚାରି ଗୁଣା ବଢା ଯାଇପାରିବ । ଯାହାକୁ ଡିଭାଇସକୁ ଆପଣ ଟେବଲ ଉପରେ ରଖି ବ୍ୟବହାର କରିପାରିବେ । ଆଉ ଭଲ କଥାଯେ ଓଜନ ବି ଖୁବ କମ । ଯାହାକୁ ଅତି ସହଜରେ ଆପଣ କେଉଁଠିକି ବି ନେଇଯାଇପାରିବେ । ଖୁସି ଖବରଯେ ଏହି ଡିଭାଇସର ହାଇଟକୁ ବି ଆପଣ ଆଡ଼ଜଷ୍ଟ କରିପାରିବେ । କମ୍ପାନୀ ଦୃଷ୍ଟିରୁ ଦେଖିଲେ ଏହି ଡିଭାଇସକୁ ଆପଣ ଆଣ୍ଡ୍ରଏଡ଼ ଓ ଆଇଫୋନ ପରି ବ୍ୟବହାର କରିପାରିବେ । ଅନଲାଇନ ଜରିଆରେ ଆପଣଙ୍କୁ ପ୍ରଡକ୍ଟ ମିଳିଯାଇ ପାରିବ । ଯାହା ମଧ୍ୟରୁ କେତେକର ମୂଲ୍ୟ ୩୦୦  ଟଙ୍କାରୁ ବି କମ ରହିଛି ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

11 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

42 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

44 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

47 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

54 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago