ସ୍ପେଶାଲ

ମହାଦେବଙ୍କ ଡମ୍ବରୁ ଧ୍ୱନିରେ ରହିଛି ଅନେକ ଚମତ୍କାରୀ ଶକ୍ତି, ଘରେ ରଖିବା ଦ୍ୱାରା ମିଳେ ଏସବୁ ଫାଇଦା

ତ୍ରିକାଳଦର୍ଶୀ ମହାଦେବ ସମସ୍ତ ଦେବାଦେବୀଙ୍କ ମଧ୍ୟରେ ସର୍ବଶକ୍ତିଶାଳୀ ଓ ସରଳ ତଥା ଦୟାବାନ ସ୍ୱଭାବର ସ୍ୱାମୀ ଭାବେ ପ୍ରସିଦ୍ଧ। ଶିବ ପୁରାଣ ଅନୁସାରେ, ଭଗବାନ ଶିବ ନିଜ ଶରୀରରେ ଅନେକ ଜିନିଷ ଧାରଣ କରିଥାନ୍ତି। ଯଥା- ବେକରେ ସର୍ପ, ମସ୍ତକରେ ଚନ୍ଦ୍ର, ଜଟାରେ ଗଙ୍ଗା, ହାତରେ ତ୍ରିଶୂଳ ଓ ଡମ୍ବରୁ ଧାରଣ କରିଥାନ୍ତି। ଭଗବାନ ଶିବ ଏସବୁ ଜିନିଷକୁ ଧାରଣ କରିବା ପଛରେ ମଧ୍ୟ କାରଣ ରହିଛି। ଆସନ୍ତୁ ଜାଣିବା ଭୋଲେନାଥ ସବୁବେଳେ ଧାରଣ କରୁଥିବା ତ୍ରିଶୂଳ ଓ ଡମ୍ବରୁର ମହତ୍ତ୍ୱ ଏବଂ ଲାଭ ସମ୍ପର୍କରେ…

ମାନ୍ୟତା ରହିଛି ଯେ ସୃଷ୍ଟି ଆରମ୍ଭ ବେଳେ ଯେତେବେଳେ ବିଦ୍ୟା ଓ ସଙ୍ଗୀତର ଦେବୀ ସରସ୍ୱତୀଙ୍କ ଆବିର୍ଭାବ ହେଲା, ସେତେବେଳେ ତାଙ୍କ ବାଣୀର ଧ୍ୱନିରେ ଶ୍ରୁତି ମଧୁର ନଥିଲା। ଶାସ୍ତ୍ର ମୁତାବକ, ଭଗବାନ ଶିବ ୧୪ ଥର ଡମ୍ବରୁ ବଜାଇ ତାଣ୍ଡବ ନୃତ୍ୟ କରିବାରୁ ସଙ୍ଗୀତ ସୃଷ୍ଟି ହେଲା। ସେବେ ଠାରୁ ତାଙ୍କୁ ସଙ୍ଗୀତର ସୃଷ୍ଟି କର୍ତ୍ତା ବୋଲି କୁହାଯାଏ।

ଘରେ ଡମ୍ବରୁ ରଖିବାର ଲାଭ:

  • ଘରେ ଡମ୍ବରୁ ବଜାଇ ଶିବ ସ୍ତୁତି ପାଠ କଲେ, କେବେ ବି କୌଣସି ଅମଙ୍ଗଳ ହୋଇନଥାଏ। ଏହାର ଧ୍ୱନି ଘରୁ ନକାରାତ୍ମକ ଉର୍ଜାକୁ ବାହାର କରି ସକାରାତ୍ମକ ଉର୍ଜା ସଞ୍ଚାର କରେ।
  • ମାନ୍ୟତା ରହିଛି ଯେ ପିଲାଙ୍କ ରୁମ୍‌ରେ ଡମ୍ବରୁ ରଖିଲେ କୌଣସି ପ୍ରକାରର ନକାରାତ୍ମକ ପ୍ରଭାବ ପଡ଼ିନଥାଏ। ଫଳରେ ଉନ୍ନତିରେ ବାଧା ଉପୁଜେ ନାହିଁ।
  • କୁହାଯାଏ, ଡମ୍ବରୁରୁ ବହୁତ ଚମତ୍କାରୀ ମନ୍ତ୍ରର ଉଚ୍ଚାରଣ ହୋଇଥାଏ। ଏହାର ଧ୍ୱନିରୁ ରୋଗ ସହ ଲଢ଼ିବାକୁ ଶକ୍ତି ମିଳିଥାଏ।
  • ଏହାର ଧ୍ୱନି ଏତେ ଶକ୍ତିଶାଳୀ ହୋଇଥାଏ ଯେ ମାନସିକ ଅବସାଦକୁ କମ୍‌ କରିବାରେ ସାହାଯ୍ୟ କରେ ଓ ମନ ଶାନ୍ତ ରହେ।

ତ୍ରିଶୂଳ ରଖିବାର ଲାଭ:

ତ୍ରିଶୂଳକୁ ସତ୍ତ୍ୱ, ରଜ ଓ ତମ ଗୁଣର ପ୍ରତୀକ ମଧ୍ୟ କୁହାଯାଏ। କୁହାଯାଏ, ଏହାକୁ ମିଶାଇ ଭଗବାନ ଶିବଙ୍କ ତ୍ରିଶୂଳ ତିଆରି ହୋଇଛି। ମହାକାଳ ଶିବଙ୍କ ତ୍ରିଶୂଳ ଆଗରେ ସୃଷ୍ଟିର କୌଣସି ଶକ୍ତିର କୌଣସି ଅସ୍ତିତ୍ୱ ନାହିଁ। ଘରେ ଭଗବାନ ଶିବଙ୍କ ପ୍ରିୟ ତ୍ରିଶୂଳ ସ୍ଥାପନ କଲେ ସବୁ ପ୍ରକାରର ଖରାପ ଶକ୍ତି ଦୂର ହୁଏ।

Also Read: ବାଇକ୍‌ରେ ୟୁରୋପ ବୁଲୁଛନ୍ତି ସାଉଥ୍‌ ସୁପରଷ୍ଟାର ଅଜିତ କୁମାର, ଭାଇରାଲ ହେଉଛି ଫଟୋ-ଭିଡିଓ

WCW 11

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

7 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

8 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

15 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

20 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

37 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

47 mins ago