ମହାଦେବଙ୍କ ଡମ୍ବରୁ ଧ୍ୱନିରେ ରହିଛି ଅନେକ ଚମତ୍କାରୀ ଶକ୍ତି, ଘରେ ରଖିବା ଦ୍ୱାରା ମିଳେ ଏସବୁ ଫାଇଦା

ତ୍ରିକାଳଦର୍ଶୀ ମହାଦେବ ସମସ୍ତ ଦେବାଦେବୀଙ୍କ ମଧ୍ୟରେ ସର୍ବଶକ୍ତିଶାଳୀ ଓ ସରଳ ତଥା ଦୟାବାନ ସ୍ୱଭାବର ସ୍ୱାମୀ ଭାବେ ପ୍ରସିଦ୍ଧ। ଶିବ ପୁରାଣ ଅନୁସାରେ, ଭଗବାନ ଶିବ ନିଜ ଶରୀରରେ ଅନେକ ଜିନିଷ ଧାରଣ କରିଥାନ୍ତି। ଯଥା- ବେକରେ ସର୍ପ, ମସ୍ତକରେ ଚନ୍ଦ୍ର, ଜଟାରେ ଗଙ୍ଗା, ହାତରେ ତ୍ରିଶୂଳ ଓ ଡମ୍ବରୁ ଧାରଣ କରିଥାନ୍ତି। ଭଗବାନ ଶିବ ଏସବୁ ଜିନିଷକୁ ଧାରଣ କରିବା ପଛରେ ମଧ୍ୟ କାରଣ ରହିଛି। ଆସନ୍ତୁ ଜାଣିବା ଭୋଲେନାଥ ସବୁବେଳେ ଧାରଣ କରୁଥିବା ତ୍ରିଶୂଳ ଓ ଡମ୍ବରୁର ମହତ୍ତ୍ୱ ଏବଂ ଲାଭ ସମ୍ପର୍କରେ…
ମାନ୍ୟତା ରହିଛି ଯେ ସୃଷ୍ଟି ଆରମ୍ଭ ବେଳେ ଯେତେବେଳେ ବିଦ୍ୟା ଓ ସଙ୍ଗୀତର ଦେବୀ ସରସ୍ୱତୀଙ୍କ ଆବିର୍ଭାବ ହେଲା, ସେତେବେଳେ ତାଙ୍କ ବାଣୀର ଧ୍ୱନିରେ ଶ୍ରୁତି ମଧୁର ନଥିଲା। ଶାସ୍ତ୍ର ମୁତାବକ, ଭଗବାନ ଶିବ ୧୪ ଥର ଡମ୍ବରୁ ବଜାଇ ତାଣ୍ଡବ ନୃତ୍ୟ କରିବାରୁ ସଙ୍ଗୀତ ସୃଷ୍ଟି ହେଲା। ସେବେ ଠାରୁ ତାଙ୍କୁ ସଙ୍ଗୀତର ସୃଷ୍ଟି କର୍ତ୍ତା ବୋଲି କୁହାଯାଏ।
ଘରେ ଡମ୍ବରୁ ରଖିବାର ଲାଭ:
- ଘରେ ଡମ୍ବରୁ ବଜାଇ ଶିବ ସ୍ତୁତି ପାଠ କଲେ, କେବେ ବି କୌଣସି ଅମଙ୍ଗଳ ହୋଇନଥାଏ। ଏହାର ଧ୍ୱନି ଘରୁ ନକାରାତ୍ମକ ଉର୍ଜାକୁ ବାହାର କରି ସକାରାତ୍ମକ ଉର୍ଜା ସଞ୍ଚାର କରେ।
- ମାନ୍ୟତା ରହିଛି ଯେ ପିଲାଙ୍କ ରୁମ୍ରେ ଡମ୍ବରୁ ରଖିଲେ କୌଣସି ପ୍ରକାରର ନକାରାତ୍ମକ ପ୍ରଭାବ ପଡ଼ିନଥାଏ। ଫଳରେ ଉନ୍ନତିରେ ବାଧା ଉପୁଜେ ନାହିଁ।
- କୁହାଯାଏ, ଡମ୍ବରୁରୁ ବହୁତ ଚମତ୍କାରୀ ମନ୍ତ୍ରର ଉଚ୍ଚାରଣ ହୋଇଥାଏ। ଏହାର ଧ୍ୱନିରୁ ରୋଗ ସହ ଲଢ଼ିବାକୁ ଶକ୍ତି ମିଳିଥାଏ।
- ଏହାର ଧ୍ୱନି ଏତେ ଶକ୍ତିଶାଳୀ ହୋଇଥାଏ ଯେ ମାନସିକ ଅବସାଦକୁ କମ୍ କରିବାରେ ସାହାଯ୍ୟ କରେ ଓ ମନ ଶାନ୍ତ ରହେ।
ତ୍ରିଶୂଳ ରଖିବାର ଲାଭ:
ତ୍ରିଶୂଳକୁ ସତ୍ତ୍ୱ, ରଜ ଓ ତମ ଗୁଣର ପ୍ରତୀକ ମଧ୍ୟ କୁହାଯାଏ। କୁହାଯାଏ, ଏହାକୁ ମିଶାଇ ଭଗବାନ ଶିବଙ୍କ ତ୍ରିଶୂଳ ତିଆରି ହୋଇଛି। ମହାକାଳ ଶିବଙ୍କ ତ୍ରିଶୂଳ ଆଗରେ ସୃଷ୍ଟିର କୌଣସି ଶକ୍ତିର କୌଣସି ଅସ୍ତିତ୍ୱ ନାହିଁ। ଘରେ ଭଗବାନ ଶିବଙ୍କ ପ୍ରିୟ ତ୍ରିଶୂଳ ସ୍ଥାପନ କଲେ ସବୁ ପ୍ରକାରର ଖରାପ ଶକ୍ତି ଦୂର ହୁଏ।
Also Read: ବାଇକ୍ରେ ୟୁରୋପ ବୁଲୁଛନ୍ତି ସାଉଥ୍ ସୁପରଷ୍ଟାର ଅଜିତ କୁମାର, ଭାଇରାଲ ହେଉଛି ଫଟୋ-ଭିଡିଓ