ଟେକ୍

ଟିକ୍‌ଟକ୍‌ର ରେକର୍ଡ ଭାଙ୍ଗିଲା Youtube Shorts, ପ୍ରତି ମାସରେ ବ୍ୟବହାର କରୁଛନ୍ତି ୧୫୦ କୋଟି ଲୋକ

ଗୁଗଲର ମାଲିକାନାରେ ଥିବା ସଙ୍ଗୀତ ଓ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍‌ ଇନ୍‌ସର୍ଟସ୍‌ ଏବେ ଏକ ଖୁସି ଖବର ସେୟାର କରିଛି। ୟୁଟ୍ୟୁବ୍‌ ଇନ୍‌ସର୍ଟସ୍‌ ସୂଚନା ଦେଇଛି ଯେ ଲଞ୍ଚ୍‌ ହେବାର ମାତ୍ର ୨ ବର୍ଷ ଭିତରେ ୧.୫ ବିଲିୟନ୍‌ ବା ୧୫୦ କୋଟିରୁ ବି ଅଧିକ ଲୋକ ପ୍ରତି ମାସ ସର୍ଟସ୍‌ ଦେଖୁଛନ୍ତି। ରିପୋର୍ଟ ମୁତାବକ, ମାତ୍ର ଅଳ୍ପ ସମୟ ଭିତରେ ୟୁଟ୍ୟୁବ୍‌ ଟିକ୍‌ଟକ୍‌ର ରେକର୍ଡକୁ କାଟିଛି। ଏବେ ଅଧିକାଂଶ ଲୋକ ୟୁଟ୍ୟୁବ୍‌ ଇନ୍‌ସର୍ଟସ୍‌ ବ୍ୟବହାର କରୁଛନ୍ତି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ୟୁଟ୍ୟୁବ୍‌ ଇନ୍‌ସର୍ଟସ୍‌ ବିଭିନ୍ନ ଅପ୍‌ଡେଟ୍‌ ଲଞ୍ଚ୍‌ କରୁଛି। ଏହି କାରଣରୁ ଲୋକମାନେ ଏହାକୁ ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ୟୁଜର୍ସ ଯେତେବେଳେ ଯେଉଁଠି ବି ଯେଉଁ ଗୀତରେ ଭିଡିଓ କରିବାକୁ ଚାହୁଁଛନ୍ତି, ଇନ୍‌ସର୍ଟସ୍‌ରେ କରିପାରୁଛନ୍ତି। ଏହା ତାଙ୍କୁ ସହଜରେ ଭିଡିଓ କରିବାର ସୁବିଧା ଯୋଗାଉଛି। ଏଣୁ ଏବେ ଏହା ୟୁଜରଙ୍କ ପ୍ରଥମ ପସନ୍ଦ ପାଲଟିଛି ବୋଲି କହିଛି କମ୍ପାନୀ।

ପ୍ରକାଶ ଯେ ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ଲୋକମାନଙ୍କ ପାଖରେ ସର୍ଟ ଭିଡିଓ କରିବାକୁ ଆଉ କିଛି ଭଲ ପ୍ଲାଟଫର୍ମ ନ ଥିଲା। ସେହି ସମୟରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୟୁଟ୍ୟୁବ୍‌ ପକ୍ଷରୁ ୟୁଟ୍ୟୁବ୍‌ ସର୍ଟସ୍‌ ଆରମ୍ଭ ହୋଇଥିଲା। ଏଣୁ ଟିକ୍‌ଟକ୍‌ ବ୍ୟବହାର କରୁଥିବା ପ୍ରାୟ କୋଟିଏରୁ ଅଧିକ ଲୋକ ସିଧାସଳଖ ୟୁଟ୍ୟୁବ୍‌ ଇନ୍‌ସର୍ଟସ୍‌ ଲୋଡ୍‌ କରି ଭିଡିଓ କରିବା ଆରମ୍ଭ କରିଥିଲେ। ଏହି କାରଣରୁ ଅଳ୍ପ ସମୟ ମଧ୍ୟରେ ରେକର୍ଡ ସୃଷ୍ଟି କରିଛି ଇନ୍‌ସର୍ଟସ୍‌।

Also Read: ବିଜ୍ଞାନର ଆବଶ୍ୟକତା ବିଷୟରେ ଲୋକଙ୍କୁ ଜଣାନ୍ତୁ ଓ ମାସିକ ପାଆନ୍ତୁ ୨୫,୦୦୦ ଟଙ୍କା; INSA ଆରମ୍ଭ କଲା ନୂଆ କାର୍ଯ୍ୟକ୍ରମ

WCW 11

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

11 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

42 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

45 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

48 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

54 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago