ଟିକ୍ଟକ୍ର ରେକର୍ଡ ଭାଙ୍ଗିଲା Youtube Shorts, ପ୍ରତି ମାସରେ ବ୍ୟବହାର କରୁଛନ୍ତି ୧୫୦ କୋଟି ଲୋକ

ଗୁଗଲର ମାଲିକାନାରେ ଥିବା ସଙ୍ଗୀତ ଓ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଇନ୍ସର୍ଟସ୍ ଏବେ ଏକ ଖୁସି ଖବର ସେୟାର କରିଛି। ୟୁଟ୍ୟୁବ୍ ଇନ୍ସର୍ଟସ୍ ସୂଚନା ଦେଇଛି ଯେ ଲଞ୍ଚ୍ ହେବାର ମାତ୍ର ୨ ବର୍ଷ ଭିତରେ ୧.୫ ବିଲିୟନ୍ ବା ୧୫୦ କୋଟିରୁ ବି ଅଧିକ ଲୋକ ପ୍ରତି ମାସ ସର୍ଟସ୍ ଦେଖୁଛନ୍ତି। ରିପୋର୍ଟ ମୁତାବକ, ମାତ୍ର ଅଳ୍ପ ସମୟ ଭିତରେ ୟୁଟ୍ୟୁବ୍ ଟିକ୍ଟକ୍ର ରେକର୍ଡକୁ କାଟିଛି। ଏବେ ଅଧିକାଂଶ ଲୋକ ୟୁଟ୍ୟୁବ୍ ଇନ୍ସର୍ଟସ୍ ବ୍ୟବହାର କରୁଛନ୍ତି।
More than 1.5 billion people watch YouTube Shorts every month, Alphabet’s Google said, indicating the short-video service had reached a comparable scale to rival TikTok https://t.co/ULp0rCMXPx
— The Wall Street Journal (@WSJ) June 15, 2022
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ୟୁଟ୍ୟୁବ୍ ଇନ୍ସର୍ଟସ୍ ବିଭିନ୍ନ ଅପ୍ଡେଟ୍ ଲଞ୍ଚ୍ କରୁଛି। ଏହି କାରଣରୁ ଲୋକମାନେ ଏହାକୁ ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ୟୁଜର୍ସ ଯେତେବେଳେ ଯେଉଁଠି ବି ଯେଉଁ ଗୀତରେ ଭିଡିଓ କରିବାକୁ ଚାହୁଁଛନ୍ତି, ଇନ୍ସର୍ଟସ୍ରେ କରିପାରୁଛନ୍ତି। ଏହା ତାଙ୍କୁ ସହଜରେ ଭିଡିଓ କରିବାର ସୁବିଧା ଯୋଗାଉଛି। ଏଣୁ ଏବେ ଏହା ୟୁଜରଙ୍କ ପ୍ରଥମ ପସନ୍ଦ ପାଲଟିଛି ବୋଲି କହିଛି କମ୍ପାନୀ।
YouTube Shorts, Taking Aim at TikTok, Hits 1.5B Monthly Viewers https://t.co/HcXvoOqRSf
— The Hollywood Reporter (@THR) June 15, 2022
ପ୍ରକାଶ ଯେ ଭାରତରେ ଟିକ୍ଟକ୍ ବ୍ୟାନ୍ ହେବା ପରେ ଲୋକମାନଙ୍କ ପାଖରେ ସର୍ଟ ଭିଡିଓ କରିବାକୁ ଆଉ କିଛି ଭଲ ପ୍ଲାଟଫର୍ମ ନ ଥିଲା। ସେହି ସମୟରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୟୁଟ୍ୟୁବ୍ ପକ୍ଷରୁ ୟୁଟ୍ୟୁବ୍ ସର୍ଟସ୍ ଆରମ୍ଭ ହୋଇଥିଲା। ଏଣୁ ଟିକ୍ଟକ୍ ବ୍ୟବହାର କରୁଥିବା ପ୍ରାୟ କୋଟିଏରୁ ଅଧିକ ଲୋକ ସିଧାସଳଖ ୟୁଟ୍ୟୁବ୍ ଇନ୍ସର୍ଟସ୍ ଲୋଡ୍ କରି ଭିଡିଓ କରିବା ଆରମ୍ଭ କରିଥିଲେ। ଏହି କାରଣରୁ ଅଳ୍ପ ସମୟ ମଧ୍ୟରେ ରେକର୍ଡ ସୃଷ୍ଟି କରିଛି ଇନ୍ସର୍ଟସ୍।