ମୟୂରଭଞ୍ଜରେ ମେଡିକାଲ କଲେଜ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍‌ କଲେ ନବୀନ

ମୟୂରଭଞ୍ଜ(କେନ୍ୟୁଜ୍) : ମୟୂରଭଞ୍ଜରେ ମେଡିକାଲ କଲେଜ ପ୍ରସଙ୍ଗ ଉଠାଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ । କହିଲେ, ପଣ୍ଡିତ ରଘୁନାଥମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ୮୦ ପ୍ରତିଶତ ଅନୁଦାନ ଦେଇଥିବା ବେଳେ କେନ୍ଦ୍ର ଦେଇଛି ମାତ୍ର ୨୦ ପ୍ରତିଶତ ଅନୁଦାନ । ଏଠାରେ କଲେଜ ବନ୍ଦ ପାଇଁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରିଥିଲେ । ହେଲେ ସୁପ୍ରିମକୋର୍ଟରୁ ଅନୁମତି ଆଣିବା ପରେ କଲେଜ ପ୍ରତିଷ୍ଠା କରାଯାଇଥିବା ମୁଖ୍ୟମନ୍ତ୍ରୀ ଉଦଳାରେ ଆୟୋଜିତ ସଭାରେ କହିଛନ୍ତି । ନବୀନ କହିଛନ୍ତି, ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ । ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତା ଆସିଲେନି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା ମିଳିବ ବୋଲି ନବୀନ ପୁଣି ସ୍ୱଷ୍ଟ କରିଛନ୍ତି । ଉଦଳା ସଭାରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ ନବୀନ ।

ଆଜି ମୁଖ୍ୟମନ୍ତ୍ରୀଙ୍କ ମୋରଡ଼ା, ବାଙ୍ଗିରିପୋଷୀ, ସାରସକଣା ଓ ରାଇରଙ୍ଗପୁରର କଚେରୀ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଇରଙ୍ଗପୁରରେ ସଭା ପରେ ରୋଡ ସୋ’ର କାର୍ଯ୍ୟକ୍ରମ ରହିଛି । ଏହା ପରେ ଯଶୀପୁର ଠାରେ ହେବାକୁ ଥିବା ସଭାରେ ଯୋଗ ଦେବେ । ଅପରାହ୍ନ ୪ଟା ୨୫ରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନ ୫ଟାରେ ନବୀନ ନିବାସ ଫେରିବେ ମୁଖ୍ୟମନ୍ତ୍ରୀ ।

KNews Bureau

Share
Published by
KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

3 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

19 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

34 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

47 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

47 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago