PNB ଗ୍ରାହକ ୩୦ ଏପ୍ରିଲ ଭିତରେ କରିନିଅନ୍ତୁ ଏହି କାର୍ଯ୍ୟ, ବନ୍ଦ ହେବାକୁ ଯାଉଛି ବ୍ୟାଙ୍କର ଏହି ସେବା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୩୦ ଏପ୍ରିଲରୁ ନିଜର ଏକ ଖାସ୍ ସର୍ଭିସ୍ ପିଏନବି କିଟି(PNB Kitty) କୁ ବନ୍ଦ କରିବାକୁ ଯାଉଛି । ପିଏନବି କିଟି ଏକ ଡିଜିଟାଲ ବାଲେଟ ଅଟେ,ଯାହା ଜରିଆରେ ଇ-କମର୍ସ ଟ୍ରାଜାକସନ୍ କରାଯାଇଥାଏ । ଏଥିରେ କମ୍ପ୍ୟୁଟର କିମ୍ବା ସ୍ମାର୍ଟଫୋନ୍ ବ୍ୟବାହାର କରି ଅନଲାଇନ୍ କିଣାବିକା କରିବା ମଧ୍ୟ ସାମିଲ ରହିଛି । କ୍ରେଡିଟ୍ କାର୍ଡ,ଡେବିଟ କାର୍ଡ ଏବଂ ନେଟବ୍ୟାଙ୍କିଙ୍ଗ ବଦଦଳରେ ପିଏନବି କିଟିରେ ପେମେଣ୍ଟ କରାଯାଇପାରିଥାଏ । ଏଥିରେ ନେଟବ୍ୟାଙ୍କିଙ୍ଗର ପାସୱାର୍ଡ ଓ କାର୍ଡ ବିଷୟରେ ତଥ୍ୟ ଆଦି କାହା ସହିତ ସେୟାର କରାଯାଇନଥାଏ । ପିଏନବି ମୋବାଇଲ ବାଲେଟ ପିଏନବି କିଟି ଏବେ ବନ୍ଦ ହେବାକୁ ଯାଉଛି ।

ପିଏନବି ନିଜର ପିଏନବି କିଟିର ୟୁଜର୍ସଙ୍କୁ କହିଛି କି ସେ ନିଜର ବାଲେଟରେ ଥିବା ଟଙ୍କା ୩୦ ଏପ୍ରିଲ ଭିତରେ ଖର୍ଚ୍ଚ କରିଦିଅନ୍ତୁ କିମ୍ବା ଆଇଏମପିଏସ୍ (IMPS) ଜରିଆରେ ଟ୍ରାନ୍ସଫର କରିଦିଅନ୍ତୁ । ବ୍ୟାଙ୍କ ପିଏନବି କିଟି କୁ ବନ୍ଦ କରିବାର ନିର୍ଣ୍ଣୟ କରିଛି । ଆମେ ଆପଣଙ୍କୁ କହିରଖୁଛୁ କି ପିଏନବି କିଟି ଜରିଆରେ ଆପଣ ବିଭିନ୍ନ ପ୍ରକାରରେ ଟ୍ରାଞ୍ଜାକସନ୍ ୩୦ ଏପ୍ରିଲ ଭିତରେ କରିପାରିବେ ।

ପିଏନବି କିଟି ଜରିଆରେ କରାଯାଇପାରିବ ଏହି କାମ:

-ମୋବାଇଲ ନମ୍ବର ଜରିଆରେ ବାଲେଟ ଟୁ ବାଲେଟ ଟ୍ରାନ୍ସଫର
-ବ୍ୟାଙ୍କ ଆକାଉଣ୍ଟରେ ଆଇଏମପିଏସ୍ ଜରିଆରେ ଟ୍ରାନ୍ସଫର
-ରିଚାର୍ଜ(ମୋବାଇଲ/ଡିଟିଏଚ୍ ଟିଭି)
-ୟୁଟିଲିଟି ବିଲ ପେମେଣ୍ଟ ଟ୍ରାଞ୍ଜାକସନ୍
-ଇ-କମର୍ସ ଟ୍ରାଞ୍ଜାକସନ୍
-କ୍ୟୁଆର କୋଡ୍ ଜରିଆରେ ମଧ୍ୟ ଠଙ୍କା ଟ୍ରାନ୍ସଫର କରାଯାଇପାରିବ

ପିଏନବି କିଟି କୁ କେମିତି ବନ୍ଦ କରିବେ :

ପିଏନବି କିଟି ବାଲେଟ୍ ସେତେବେଳେ ବନ୍ଦ କରାଯାଇପାରିବ ଯେତେବେଳେ ଏହାର ବାଲାନ୍ସ ଜାରି ହୋଇଯିବ । ଯଦି ବାଲାନ୍ସ ଜାରି ହୋଇନାହିଁ ତେବେ ୟୁଜର୍ସ ଏହାକୁ ଖର୍ଚ୍ଚ କରିପାରିବେ କିମ୍ବା ଆଇଏମପିଏସ୍ ଜରିଆରେ ଆକାଉଣ୍ଟରେ ଟ୍ରାନ୍ସଫର କରିପାରିବେ ।

Sonalisa

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

8 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

23 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

36 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

36 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago