PNB ଗ୍ରାହକ ୩୦ ଏପ୍ରିଲ ଭିତରେ କରିନିଅନ୍ତୁ ଏହି କାର୍ଯ୍ୟ, ବନ୍ଦ ହେବାକୁ ଯାଉଛି ବ୍ୟାଙ୍କର ଏହି ସେବା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୩୦ ଏପ୍ରିଲରୁ ନିଜର ଏକ ଖାସ୍ ସର୍ଭିସ୍ ପିଏନବି କିଟି(PNB Kitty) କୁ ବନ୍ଦ କରିବାକୁ ଯାଉଛି । ପିଏନବି କିଟି ଏକ ଡିଜିଟାଲ ବାଲେଟ ଅଟେ,ଯାହା ଜରିଆରେ ଇ-କମର୍ସ ଟ୍ରାଜାକସନ୍ କରାଯାଇଥାଏ । ଏଥିରେ କମ୍ପ୍ୟୁଟର କିମ୍ବା ସ୍ମାର୍ଟଫୋନ୍ ବ୍ୟବାହାର କରି ଅନଲାଇନ୍ କିଣାବିକା କରିବା ମଧ୍ୟ ସାମିଲ ରହିଛି । କ୍ରେଡିଟ୍ କାର୍ଡ,ଡେବିଟ କାର୍ଡ ଏବଂ ନେଟବ୍ୟାଙ୍କିଙ୍ଗ ବଦଦଳରେ ପିଏନବି କିଟିରେ ପେମେଣ୍ଟ କରାଯାଇପାରିଥାଏ । ଏଥିରେ ନେଟବ୍ୟାଙ୍କିଙ୍ଗର ପାସୱାର୍ଡ ଓ କାର୍ଡ ବିଷୟରେ ତଥ୍ୟ ଆଦି କାହା ସହିତ ସେୟାର କରାଯାଇନଥାଏ । ପିଏନବି ମୋବାଇଲ ବାଲେଟ ପିଏନବି କିଟି ଏବେ ବନ୍ଦ ହେବାକୁ ଯାଉଛି ।

pnb bankପିଏନବି ନିଜର ପିଏନବି କିଟିର ୟୁଜର୍ସଙ୍କୁ କହିଛି କି ସେ ନିଜର ବାଲେଟରେ ଥିବା ଟଙ୍କା ୩୦ ଏପ୍ରିଲ ଭିତରେ ଖର୍ଚ୍ଚ କରିଦିଅନ୍ତୁ କିମ୍ବା ଆଇଏମପିଏସ୍ (IMPS) ଜରିଆରେ ଟ୍ରାନ୍ସଫର କରିଦିଅନ୍ତୁ । ବ୍ୟାଙ୍କ ପିଏନବି କିଟି କୁ ବନ୍ଦ କରିବାର ନିର୍ଣ୍ଣୟ କରିଛି । ଆମେ ଆପଣଙ୍କୁ କହିରଖୁଛୁ କି ପିଏନବି କିଟି ଜରିଆରେ ଆପଣ ବିଭିନ୍ନ ପ୍ରକାରରେ ଟ୍ରାଞ୍ଜାକସନ୍ ୩୦ ଏପ୍ରିଲ ଭିତରେ କରିପାରିବେ ।

ପିଏନବି କିଟି ଜରିଆରେ କରାଯାଇପାରିବ ଏହି କାମ:

-ମୋବାଇଲ ନମ୍ବର ଜରିଆରେ ବାଲେଟ ଟୁ ବାଲେଟ ଟ୍ରାନ୍ସଫର
-ବ୍ୟାଙ୍କ ଆକାଉଣ୍ଟରେ ଆଇଏମପିଏସ୍ ଜରିଆରେ ଟ୍ରାନ୍ସଫର
-ରିଚାର୍ଜ(ମୋବାଇଲ/ଡିଟିଏଚ୍ ଟିଭି)
-ୟୁଟିଲିଟି ବିଲ ପେମେଣ୍ଟ ଟ୍ରାଞ୍ଜାକସନ୍
-ଇ-କମର୍ସ ଟ୍ରାଞ୍ଜାକସନ୍
-କ୍ୟୁଆର କୋଡ୍ ଜରିଆରେ ମଧ୍ୟ ଠଙ୍କା ଟ୍ରାନ୍ସଫର କରାଯାଇପାରିବ

pnbପିଏନବି କିଟି କୁ କେମିତି ବନ୍ଦ କରିବେ :

ପିଏନବି କିଟି ବାଲେଟ୍ ସେତେବେଳେ ବନ୍ଦ କରାଯାଇପାରିବ ଯେତେବେଳେ ଏହାର ବାଲାନ୍ସ ଜାରି ହୋଇଯିବ । ଯଦି ବାଲାନ୍ସ ଜାରି ହୋଇନାହିଁ ତେବେ ୟୁଜର୍ସ ଏହାକୁ ଖର୍ଚ୍ଚ କରିପାରିବେ କିମ୍ବା ଆଇଏମପିଏସ୍ ଜରିଆରେ ଆକାଉଣ୍ଟରେ ଟ୍ରାନ୍ସଫର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.