Below header

ମୟୂରଭଞ୍ଜରେ ମେଡିକାଲ କଲେଜ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍‌ କଲେ ନବୀନ

ମୟୂରଭଞ୍ଜ(କେନ୍ୟୁଜ୍) : ମୟୂରଭଞ୍ଜରେ ମେଡିକାଲ କଲେଜ ପ୍ରସଙ୍ଗ ଉଠାଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ । କହିଲେ, ପଣ୍ଡିତ ରଘୁନାଥମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ୮୦ ପ୍ରତିଶତ ଅନୁଦାନ ଦେଇଥିବା ବେଳେ କେନ୍ଦ୍ର ଦେଇଛି ମାତ୍ର ୨୦ ପ୍ରତିଶତ ଅନୁଦାନ । ଏଠାରେ କଲେଜ ବନ୍ଦ ପାଇଁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରିଥିଲେ । ହେଲେ ସୁପ୍ରିମକୋର୍ଟରୁ ଅନୁମତି ଆଣିବା ପରେ କଲେଜ ପ୍ରତିଷ୍ଠା କରାଯାଇଥିବା ମୁଖ୍ୟମନ୍ତ୍ରୀ ଉଦଳାରେ ଆୟୋଜିତ ସଭାରେ କହିଛନ୍ତି । ନବୀନ କହିଛନ୍ତି, ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ । ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତା ଆସିଲେନି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା ମିଳିବ ବୋଲି ନବୀନ ପୁଣି ସ୍ୱଷ୍ଟ କରିଛନ୍ତି । ଉଦଳା ସଭାରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ ନବୀନ ।

naveen temple ଆଜି ମୁଖ୍ୟମନ୍ତ୍ରୀଙ୍କ ମୋରଡ଼ା, ବାଙ୍ଗିରିପୋଷୀ, ସାରସକଣା ଓ ରାଇରଙ୍ଗପୁରର କଚେରୀ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଇରଙ୍ଗପୁରରେ ସଭା ପରେ ରୋଡ ସୋ’ର କାର୍ଯ୍ୟକ୍ରମ ରହିଛି । ଏହା ପରେ ଯଶୀପୁର ଠାରେ ହେବାକୁ ଥିବା ସଭାରେ ଯୋଗ ଦେବେ । ଅପରାହ୍ନ ୪ଟା ୨୫ରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନ ୫ଟାରେ ନବୀନ ନିବାସ ଫେରିବେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.