Air Asiaର ଧମାକେଦାର ଅଫର ! ଜାଣନ୍ତୁ କେତେ ଶସ୍ତାରେ ମିଳୁଛି ଟିକେଟ

ନୂଆଦିଲ୍ଲୀ : ଯଦି ଆପଣ କୌଣସି ସ୍ଥାନକୁ ବିମାନ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ବିମାନ କମ୍ପାନୀ ଏୟାର ଏସିଆ ଯାତ୍ରା ଟିକେଟ ପାଇଁ ଏକ ବମ୍ପର ଅଫର ଆରମ୍ଭ କରିଛି। ଏୟାରୱେଜ ବିମାନ କମ୍ପାନୀର ଉଡ଼ାଣ ବନ୍ଦ ହେବା ପରେ ଏୟାର ଏସିଆର ଏହି ବମ୍ଫର ଅଫର ଲୋକଙ୍କ ଦୃଷ୍ଟି ଆର୍କଷଣ କରିଛି। ଆସନ୍ତୁ ଜାଣିବା କଣ ରହିଛି ଅଫର।

ଏୟାର ଏସିଆର ଅଫିସିଆଲ ଟ୍ବିଟର ଅନୁଯାୟୀ, “ଏୟାରଲାଇନ ନିଜର ଫ୍ଳାଇଟ ଟିକେଟ ଗୁଡିକରେ ୭୦ ପ୍ରତିଶତ ପର‌୍ୟ୍ୟନ୍ତ ରିହାତି ଘୋଷଣା କରିଛି। ଏଥିସହ ହୋଲିଡେ ପ୍ୟାକେଜରେ ୪୫ ପ୍ରତିଶତ ରିହାତି ଘୋଷଣା କରାଯାଇଛି।“

airasia

ବିମାନ ଟିକେଟ ରିହାତି

-ରିହାତି ଅଫରରେ ଗ୍ରାହକ ୨୨ ଏପ୍ରିଲରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଟିକେଟ ବୁକ୍ କରିପାରିବେ।

-ବୁକ୍ କରାଯାଇଥିବା ଟିକେଟରେ ଆପଣ ୧ ଅକ୍ଟୋବର ୨୦୧୯ ରୁ ୨ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ଫ୍ଳାଇଟ ଟିକେଟ ଗୁଡିକରେ ସମୁଦାୟ ୭୦ ପ୍ରତିଶତ ରିହାତି ଦିଆଯାଉଛି।

airasia 2

ହୋଲିଡେ ପ୍ୟାକେଜ୍

-ହୋଲିଡେ ପ୍ୟାକେଜରରେ ବିମାନ ଟିକେଟ ବୁକିଂରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି।

-ଏହି ଅଫରରେ ୨୨ ଏପ୍ରିଲ ରୁ ୨୮ ଏପ୍ରିଲ ଯାଏଁ ଗ୍ରାହକ ଟିକେଟ ବୁକ୍ କରିପାରିବ।

-ଏହି ଅଫରରେ ବୁକ ହୋଇଥିବା ଟିକେଟର ଯାତ୍ରା ତାରିଖ ୧ ଅକ୍ଟୋବର ୨୦୧୯ ର ୨୯ ଫେବ୍ରୁଆରୀ ୨୦୨୦ ପର୍ଯ୍ୟନ୍ତ ରହିବ।

ଏୟାର ଏସିଆର ଏହି ଅଫରରେ ବିମାନ ଏବଂ ହୋଟେଲ ମୂଲ୍ୟ ଉପରେ ରିହାତି ମିଳିବ। ଏଥିରେ ଆପଣ ମାଲେସିଆ, ସିଙ୍ଗାପୁର, ଅଷ୍ଟ୍ରୋଲିଆ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ହଙ୍ଗକଙ୍ଗ, ଚାଇନା ଏବଂ ଜାପନ ଯାତ୍ରା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.