ବ୍ୟବସାୟ ଓ ଅର୍ଥନୀତି

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଓ ଡିଜେଲ ଦାମ୍

ସୁନା ଓ ରୂପା ପରି ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ମଧ୍ୟ କିଛି ମାତ୍ରାରେ ବଦଳିଥାଏ। ଆଜି ପେଟ୍ରୋଲ ଦର ଭୁବନେଶ୍ୱରରେ ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି।

ସେହିପରି ଦେଶର ପ୍ରମୁଖ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୩୫ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୭ ଟଙ୍କା ୨୮ ପଇସା ହୋଇଛି। ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୨୪ ପଇସା ରହିଛି।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ SMS ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ, ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ପେଟ୍ରୋଲ ଓ ଡିଜେଲ୍ ଦର। ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

3 hours ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

4 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

6 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

7 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

7 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

8 hours ago