ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଟେଲିକମ କମ୍ପାନୀ ଏୟାର ଟେଲ ବଜାରରେ ଏକ ନୂଆ ପ୍ଲାନ ଲଂଚ କରିଛି । ଏହି ପ୍ଲାନରେ ଉପଭୋକ୍ତା ମାନଙ୍କୁ ବ୍ରଡ଼ବ୍ୟାଣ୍ଡ, ପୋଷ୍ଟ ପେଡ, ଡିଟିଏଚ ପରି ସେବା ମାନ ଏକ ସାଥିରେ ମିଳିପାରିବ । ତେବେ ଆସନ୍ତୁ ଏହି କମ୍ପାନୀ ଦ୍ୱାରା ଜାରି ହୋଇଥିବା “home all in one” ପ୍ଲାନ ବିଷୟରେ ବିସ୍ତୃତରେ ଜାଣି ରଖିବା:
କମ୍ପାନୀ ତରଫରୁ ଏହି ପ୍ଲାନର ଦର ୨,୭୨୦ ଟଙ୍କା ରଖାଯାଇଛି । ସୂଚନା ମୁତାବକ କମ୍ପାନୀ ନିଜର ଏହି ପ୍ଲାନରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛି । ଡ଼ିସକାଉଣ୍ଟ ପରେ ଗ୍ରାହକଙ୍କୁ ଏବାବଦରେ ୧,୮୯୯ ଟଙ୍କା ଦେବାକୁ ଥିବା ବେଳେ ଏଥିପାଇଁ ଗ୍ରାହକଙ୍କୁ ଭିନ୍ନ ଭାବେ ଜିଏସ୍ଟି ଦାଖଲ କରିବାକୁ ପଡିବ । ଏୟାରଟେଲ ୟୁଜର ମାନଙ୍କୁ ଏହି ପ୍ଲାନରେ ୧୦୦ ଏମବିପିଏସ ସ୍ପିଡ଼ ସହ ୫୦୦ ଯିବି ପର୍ଯ୍ୟନ୍ତର ଡାଟା ମିଳିପାରିବ । ୟୁଜର ମାନଙ୍କୁ ଏହି ପ୍ଲାନରେ ଡାଟା ବ୍ୟତୀତ ଡିଟିଏଚ ସେବା ମଧ୍ୟ ମିଳିପାରିବ । ଏହା ଜରିଆରେ ୟୁଜର୍ସ ୧୪୦ ଏସ୍ଡି/ ଏଚଡ଼ି ଚ୍ୟାନେଲ ବି ଦେଖିପାରିବେ ।
ଏୟାରଟେଲ କମ୍ପାନୀ ୟୁଜର୍ସ ମାନଙ୍କୁ “ହୋମ ଅଲ ଇନ ବନ” ପ୍ଲାନ ସହ ୪୯୯ ଟଙ୍କିଆ ପୋଷ୍ଟ ପେଡ ପ୍ଲାନର ସୁବିଧା ବି ଦେଉଛି | ଏହା ସହ ୭୫ ଜିବି ଡାଟା, ୧୦୦ ଏସଏମଏସ ଓ ଅନଲିମିଟେଡ଼ କଲିଙ୍ଗର ସୁବିଧା ବି ମିଳିଯାଇପାରିବ । କମ୍ପାନୀର “home all in one” ପ୍ଲାନରେ ୟୁଜର୍ସଙ୍କୁ ଆମାଜନ ପ୍ରାଇମ, ଜି ୫ ଓ ଏୟାର ଟେଲ ସବସ୍କ୍ରିପସନ ପରି ସୁବିଧା ମାନ ବି ମିଳିପାରିବ । ଏହା ବ୍ୟତୀତ କମ୍ପାନୀ ଉପଭୋକ୍ତା ମାନଙ୍କୁ ୱାଇ- ଫାଇ ରାଉତର ସମେତ ଏକଷ୍ଟ୍ରିମ ବକ୍ସ ମାଗଣା ଯୋଗାଇବା ବୋଲି ଘୋଷଣା କରିଛି ।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…