amazonରେ ୧୪୦୦ ଟଙ୍କାରେ ବିକ୍ରି ହେଉଛି ନଡିଆ ଷଢ଼େଇ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଭାରତରେ ଅନଲାଇନ୍ ସପିଂ ସାଇଟଗୁଡ଼ିକ ଅଳ୍ପ କିଛି ବର୍ଷ ମଧ୍ୟରେ କିଣାକିଣି ପାଇଁ ଏକ ବଡ଼ ବଜାର ପାଲଟିଛି । ସମୟ ଅଭାବ ପାଇଁ ଲୋକମାନେ ବଜାରକୁ ନ ଯାଇ ଅନଲାଇନରେ ଜିନିଷ କିଣୁଛନ୍ତି। ଘରକରଣାଠାରୁ ଆରମ୍ଭ କରିବା ଖାଇବା ପର୍ଯ୍ୟନ୍ତ ସବୁ କିଛି ଲୋକମାନେ ଅନଲାଇନ୍ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବେଳେ ବେଳେ ଲୋକମାନେ ଅନଲାଇନ୍ ଜିନିଷ ଅର୍ଡ଼ର କରି ଠକାମିର ଶିକାର ହୋଇଥାନ୍ତି । ଗୋଟେ ଜିନିଷ ଅର୍ଡ଼ର କରିଥିଲେ ସେମାନଙ୍କୁ ଆଉ ଗୋଟେ ଜିନିଷ ମିଳିଥାଏ । ଏହା ସହ ବେଳେ ବେଳେ ଗ୍ରାହକଙ୍କୁ ଭ୍ରମିତ କରିବା ପାଇଁ ଅନଲାଇନ୍ ସାଇଟରେ ବିଚିତ୍ର ଜିନିଷର ବିକ୍ରି ଆରମ୍ଭ କରି ଦିଆ ଯାଇଥାଏ । ଏବେ ଆମାଜନ ନିଜ ସାଇଟରେ ନଡ଼ିଆ ଷଢ଼େଇ ବିକ୍ରି କରୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି ।

ଦୁନିଆର ସବୁଠାରୁ ବଡ଼ ଇ-କର୍ମସ କମ୍ପାନୀ ଆମାଜନ ନଡ଼ିଆ ଷଢ଼େଇକୁ ୧୪୦୦ଟଙ୍କାରେ ବିକୁଥିବା ଦେଖି ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ଏଭଳି ଖବରକୁ ଲୋକମାନେ ବିଶ୍ୱାସ କରିପାରୁ ନଥିବା ବେଳେ ଏହା ସତ ବୋଲି ଜଣାପଡ଼ିଛି । ଆମାଜନ ୧୩୬୫ ଟଙ୍କାରେ ନଡ଼ିଆ ଷଢ଼େଇକୁ ବିକ୍ରି କରୁଛି । ୱେବସାଇଟରେ ନଡ଼ିଆ ଷଢ଼େଇକୁ ସେଞ୍ଚୁରୀ ନୋବଲ୍ଟୀ ନାମକ ଜଣେ ବ୍ୟକ୍ତି ବିକୁଥିବା ଜଣା ପଡ଼ିଛି । ଏହା ସହ ଏହାକୁ କିଣିବା ପାଇଁ ଇଏମଆଇର ମଧ୍ୟ ସୁବିଧା ଦିଆ ଯାଇଥିବା ଦେଖା ଯାଇଛି ।

ୱେବସାଇଟରେ ଏହି ନଡିଆ ଖୋଳର ଅସଲ ଦାମ ତିନି ହଜାର ଟଙ୍କା ଥିବାବେଳେ ଡିସକାଉଣ୍ଟ ପରେ ଏହାକୁ ୧୩୬୫ ଟଙ୍କା କରାଯାଇଛି। ଏହା ସହିତ ନଡିଆ ବିକୁଥିବା ମାଲିକ ଏହା ସ୍ପଷ୍ଟ କରିଛନ୍ତି ଯେ ଏହା ପ୍ରାକ୍ରୁତିକ ଅଟେ ଏଥିପାଇଁ ଏଥିରେ ଦାଗ-ଚିହ୍ନ ରହିପାରେ ଏବଂ ଆପଣ ଏହାକୁ ନେଇ କୌଣସି ଅଭିଯୋଗ କରିପାରିବେ ନାହିଁ।

ଟ୍ବିଟରରେ ଆମାଜନର ଏହି ନଡିଆ ଷଢ଼େଇ ଏତେ କ୍ଷୀପ୍ର ଗତିରେ ଭାଇରାଲ ହେଉଛି ଯେ ଦେଶ-ବିଦେଶରେ ଏହାକୁ ନେଇ ରିଟ୍ବିଟ ଏବଂ କମେଣ୍ଟ ହେବାକୁ ଲାଗିଲା। ଅବଶ୍ୟ ଏହାପରେ ଏବେ ଆମାଜନର ୱେବସାଇଟରେ ଷଢ଼େଇର ଦାମ ହ୍ରାସ କରି ୧୫୦ ଟଙ୍କା କରାଯାଇଛି।

Pritiparna

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

22 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

22 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

29 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

35 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

52 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago