amazonରେ ୧୪୦୦ ଟଙ୍କାରେ ବିକ୍ରି ହେଉଛି ନଡିଆ ଷଢ଼େଇ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଭାରତରେ ଅନଲାଇନ୍ ସପିଂ ସାଇଟଗୁଡ଼ିକ ଅଳ୍ପ କିଛି ବର୍ଷ ମଧ୍ୟରେ କିଣାକିଣି ପାଇଁ ଏକ ବଡ଼ ବଜାର ପାଲଟିଛି । ସମୟ ଅଭାବ ପାଇଁ ଲୋକମାନେ ବଜାରକୁ ନ ଯାଇ ଅନଲାଇନରେ ଜିନିଷ କିଣୁଛନ୍ତି। ଘରକରଣାଠାରୁ ଆରମ୍ଭ କରିବା ଖାଇବା ପର୍ଯ୍ୟନ୍ତ ସବୁ କିଛି ଲୋକମାନେ ଅନଲାଇନ୍ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବେଳେ ବେଳେ ଲୋକମାନେ ଅନଲାଇନ୍ ଜିନିଷ ଅର୍ଡ଼ର କରି ଠକାମିର ଶିକାର ହୋଇଥାନ୍ତି । ଗୋଟେ ଜିନିଷ ଅର୍ଡ଼ର କରିଥିଲେ ସେମାନଙ୍କୁ ଆଉ ଗୋଟେ ଜିନିଷ ମିଳିଥାଏ । ଏହା ସହ ବେଳେ ବେଳେ ଗ୍ରାହକଙ୍କୁ ଭ୍ରମିତ କରିବା ପାଇଁ ଅନଲାଇନ୍ ସାଇଟରେ ବିଚିତ୍ର ଜିନିଷର ବିକ୍ରି ଆରମ୍ଭ କରି ଦିଆ ଯାଇଥାଏ । ଏବେ ଆମାଜନ ନିଜ ସାଇଟରେ ନଡ଼ିଆ ଷଢ଼େଇ ବିକ୍ରି କରୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି ।

shellଦୁନିଆର ସବୁଠାରୁ ବଡ଼ ଇ-କର୍ମସ କମ୍ପାନୀ ଆମାଜନ ନଡ଼ିଆ ଷଢ଼େଇକୁ ୧୪୦୦ଟଙ୍କାରେ ବିକୁଥିବା ଦେଖି ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ଏଭଳି ଖବରକୁ ଲୋକମାନେ ବିଶ୍ୱାସ କରିପାରୁ ନଥିବା ବେଳେ ଏହା ସତ ବୋଲି ଜଣାପଡ଼ିଛି । ଆମାଜନ ୧୩୬୫ ଟଙ୍କାରେ ନଡ଼ିଆ ଷଢ଼େଇକୁ ବିକ୍ରି କରୁଛି । ୱେବସାଇଟରେ ନଡ଼ିଆ ଷଢ଼େଇକୁ ସେଞ୍ଚୁରୀ ନୋବଲ୍ଟୀ ନାମକ ଜଣେ ବ୍ୟକ୍ତି ବିକୁଥିବା ଜଣା ପଡ଼ିଛି । ଏହା ସହ ଏହାକୁ କିଣିବା ପାଇଁ ଇଏମଆଇର ମଧ୍ୟ ସୁବିଧା ଦିଆ ଯାଇଥିବା ଦେଖା ଯାଇଛି ।

ୱେବସାଇଟରେ ଏହି ନଡିଆ ଖୋଳର ଅସଲ ଦାମ ତିନି ହଜାର ଟଙ୍କା ଥିବାବେଳେ ଡିସକାଉଣ୍ଟ ପରେ ଏହାକୁ ୧୩୬୫ ଟଙ୍କା କରାଯାଇଛି। ଏହା ସହିତ ନଡିଆ ବିକୁଥିବା ମାଲିକ ଏହା ସ୍ପଷ୍ଟ କରିଛନ୍ତି ଯେ ଏହା ପ୍ରାକ୍ରୁତିକ ଅଟେ ଏଥିପାଇଁ ଏଥିରେ ଦାଗ-ଚିହ୍ନ ରହିପାରେ ଏବଂ ଆପଣ ଏହାକୁ ନେଇ କୌଣସି ଅଭିଯୋଗ କରିପାରିବେ ନାହିଁ।

ଟ୍ବିଟରରେ ଆମାଜନର ଏହି ନଡିଆ ଷଢ଼େଇ ଏତେ କ୍ଷୀପ୍ର ଗତିରେ ଭାଇରାଲ ହେଉଛି ଯେ ଦେଶ-ବିଦେଶରେ ଏହାକୁ ନେଇ ରିଟ୍ବିଟ ଏବଂ କମେଣ୍ଟ ହେବାକୁ ଲାଗିଲା। ଅବଶ୍ୟ ଏହାପରେ ଏବେ ଆମାଜନର ୱେବସାଇଟରେ ଷଢ଼େଇର ଦାମ ହ୍ରାସ କରି ୧୫୦ ଟଙ୍କା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.