Below header

ପୁଣି ମୁମ୍ବାଇରେ ସୁରକ୍ଷା ଓ ନିୟମ ସହ ଖୋଲିବ ଡ୍ୟାନ୍ସ ବାର୍‌ : ସୁପ୍ରିମକୋର୍ଟ

ମୁମ୍ବାଇ(କେନ୍ୟୁଜ୍) : ମୁମ୍ବାଇରେ ପୁଣି ଖୋଲିବ ଡ୍ୟାନ୍ସ ବାର୍‌ । ସୁରକ୍ଷା ଏବଂ କଡ଼ା ନିୟମ ସହ ଡ୍ୟାନ୍ସ ବାର୍‌ ପୁଣି ଖୋଲିବା ନେଇ ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ । ହେଲେ କିଛି ସର୍ତ୍ତାବଳୀ ରଖାଯାଇଛି, ଯେମିତି ବାରରେ ପଇସା ପକାଇବାର ଅନୁମତି ନାହିଁ । ଅଦାଲତ ଏହା ମଧ୍ୟ କହିଛନ୍ତି, ମୁମ୍ବାଇ ଡ୍ୟାନ୍ସ ବାରରେ ସିସିଟିଭି କ୍ୟାମେରାର ଆବଶ୍ୟକତା ନାହିଁ । କାରଣ ଏହା ଲୋକଙ୍କ ବ୍ୟକ୍ତିଗତ କ୍ଷମତାକୁ ଉଲଂଘନ କରିବ । ଗତବର୍ଷ ଅଗଷ୍ଟ ୩୦ ତାରିଖରେ ସମସ୍ତ ପକ୍ଷଙ୍କ ଦଲିଲ ଶୁଣିବା ପରେ ସର୍ବୋଚ୍ଚ ନ୍ୟାୟଳୟ ରାୟକୁ ସୁରକ୍ଷିତ ରଖିଥିଲେ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.