ବ୍ୟବସାୟ ଓ ଅର୍ଥନୀତି

ପୁଣି ଅଫର୍ ଷ୍ଟାର୍ଟ କଲା Amazon, ଡିଜିଟାଲ୍ ପେମେଣ୍ଟ କଲେ ପାଇବେ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍

ଇ-କମର୍ସ କ୍ଷେତ୍ରର ପ୍ରମୁଖ କମ୍ପାନୀ ଆମାଜନ୍ ଇଣ୍ଡିଆ ୧୨ ଡିସେମ୍ବରରୁ ସ୍ମଲ୍ ବିଜନେସ୍ ଡେ (Small Business Day) ର ଚତୁର୍ଥ ଏଡିଶନ୍ ଲଞ୍ଚ କରିବା ନେଇ ଗତକାଲି ଘୋଷଣା କରିଛି। ଏସବିଡି (SBD) ୧୨ ଡିସେମ୍ବର ୨୦୨୦ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ସେଦିନ ରାତି ୧୧.୫୯ ପର୍ଯ୍ୟନ୍ତ ଚାଲିବ।

ସ୍ମଲ୍ ବିଜନେସ୍ ଡେ କ’ଣ

ସ୍ମଲ୍ ବିଜନେସ୍ ଡେ ଏକ ବିଶେଷ ରୂପେ ପ୍ରସ୍ତୁତ କରାଯାଇଥିବା ଅନଲାଇନ୍ରେ ଆୟୋଜନ । ଏଠାରେ ଗ୍ରାହକ- ଷ୍ଟାର୍ଟଅପ୍, ମହିଳା ଉଦ୍ୟୋଗୀ, କଳାକାର ଏବଂ ବୁଣାକାର, ସ୍ଥାନୀୟ ଦୋକାନୀମାନଙ୍କ ଠାରୁ ସପିଂ କରିବାର ସୁଯୋଗ ପାଇବେ। କମ୍ପାନୀ କହିବାନୁଯାୟୀ, ଏହି ପଦକ୍ଷେପର ପ୍ରଥମ ଉଦ୍ଦେଶ୍ୟ ହେଉଛି ଏହି ଛୋଟ ବ୍ୟବସାୟକୁ ସାହାଯ୍ୟ କରିବା, ଯାହାଦ୍ୱାରା ବ୍ୟବସାୟରେ ଉନ୍ନତି ବଜାୟ ରହିବ। ଚଳିତ ବର୍ଷ ଏହି ଆୟୋଜନ ଦ୍ୱିତୀୟ ଥର କରାଯାଉଛି। ଏହି ବ୍ୟବସାୟରେ ଘରର ଆବଶ୍ୟକୀୟ ଜିନିଷପତ୍ର ସହ ଅନ୍ୟ ଶ୍ରେଣୀର ଉତ୍ପାଦ ମଧ୍ୟ ରଖାଯିବ।

ଡିଜିଟାଲ୍ ପେମେଣ୍ଟ କରିବା ଦ୍ୱାରା ଗ୍ରାହକଙ୍କୁ ମିଳିବ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍

ଡିଜିଟାଲ୍ ପେମେଣ୍ଟ ଉପରେ ଆମାଜନ୍ ଗ୍ରାହକଙ୍କୁ ଛୋଟ ଏବଂ ସୂକ୍ଷ୍ମ ବ୍ୟବସାୟରୁ କ୍ରୟ କଲେ ମଧ୍ୟ ପ୍ରୋତ୍ସାହିତ କରୁଛି । ଯେଉଁଥିପାଇଁ ଡିଜିଟାଲ୍ ପେମେଣ୍ଟ ଉପରେ ଆମାଜନ୍‌ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍ ପ୍ରଦାନ କରୁଛି। ଏହାବ୍ୟତୀତ, ଆମାଜନ୍ ଆଇସିଆଇସିଆଇ ବ୍ୟାଙ୍କ ସହ ବୁଝାବଣା କରିଛି, ଯାହାଦ୍ୱାରା ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦେୟ ଉପରେ ୧୦ ପ୍ରତିଶତ ରିହାତି ଦିଆଯିବ। ଏହାବ୍ୟତୀତ ଏସବିଡି ସମୟରେ ବହୁତ କିଣାକିଣି କରୁଥିବା ଗ୍ରାହକଙ୍କୁ ମଧ୍ୟ ବିଶେଷ ରିହାତି ପ୍ରଦାନ କରାଯାଉଛି।

ସେହିଭଳି, ଆମାଜନ୍ ଟୟ ଟେକ୍ନୋଲୋଜିରେ ଇନୋଭେସନ୍ ଲୋନ୍ ଏବଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ମିଶନ୍ କୁ ସମର୍ଥନ କରୁଛି । ଯେଉଁଥିପାଇଁ ୩ ଡିସେମ୍ବରରେ Skillenza ସହ ମିଶି ଟୟ ହୈକାଥାନ୍ ଚ୍ୟାଲେଞ୍ଜ(ToyathonChallenge 2020) କୁ ଲଞ୍ଚ କରିବା ନେଇ ଆମାଜନ୍‌ ଘୋଷଣା କରିଛି । ଟୟ ହୈକାଥାନ୍ ଦେଶର ସବୋର୍ଚ୍ଚ ସଂସ୍ଥାନର ଯୁବ ଇନୋଭେଟର୍ସଙ୍କୁ ଏକାଠି ଶିକ୍ଷା, ମନୋରଞ୍ଜନ ଏବଂ ସହ-ଅଂଶଗ୍ରହଣ ଉପରେ ଧ୍ୟାନ ଦେବ । ଏଥିସହ ଶୈକ୍ଷଣିକ ଉପକରଣର ବ୍ୟବହାର ଉପଯୋଗ କରି ପିଲାମାନଙ୍କ ଖେଳନା ଡିଜାଇନ୍ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ଟୟ ହୈକାଥାନ୍।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

11 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

42 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

44 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

47 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

54 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago