Below header

ପୁଣି ଅଫର୍ ଷ୍ଟାର୍ଟ କଲା Amazon, ଡିଜିଟାଲ୍ ପେମେଣ୍ଟ କଲେ ପାଇବେ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍

ଇ-କମର୍ସ କ୍ଷେତ୍ରର ପ୍ରମୁଖ କମ୍ପାନୀ ଆମାଜନ୍ ଇଣ୍ଡିଆ ୧୨ ଡିସେମ୍ବରରୁ ସ୍ମଲ୍ ବିଜନେସ୍ ଡେ (Small Business Day) ର ଚତୁର୍ଥ ଏଡିଶନ୍ ଲଞ୍ଚ କରିବା ନେଇ ଗତକାଲି ଘୋଷଣା କରିଛି। ଏସବିଡି (SBD) ୧୨ ଡିସେମ୍ବର ୨୦୨୦ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ସେଦିନ ରାତି ୧୧.୫୯ ପର୍ଯ୍ୟନ୍ତ ଚାଲିବ।

ସ୍ମଲ୍ ବିଜନେସ୍ ଡେ କ’ଣ

ସ୍ମଲ୍ ବିଜନେସ୍ ଡେ ଏକ ବିଶେଷ ରୂପେ ପ୍ରସ୍ତୁତ କରାଯାଇଥିବା ଅନଲାଇନ୍ରେ ଆୟୋଜନ । ଏଠାରେ ଗ୍ରାହକ- ଷ୍ଟାର୍ଟଅପ୍, ମହିଳା ଉଦ୍ୟୋଗୀ, କଳାକାର ଏବଂ ବୁଣାକାର, ସ୍ଥାନୀୟ ଦୋକାନୀମାନଙ୍କ ଠାରୁ ସପିଂ କରିବାର ସୁଯୋଗ ପାଇବେ। କମ୍ପାନୀ କହିବାନୁଯାୟୀ, ଏହି ପଦକ୍ଷେପର ପ୍ରଥମ ଉଦ୍ଦେଶ୍ୟ ହେଉଛି ଏହି ଛୋଟ ବ୍ୟବସାୟକୁ ସାହାଯ୍ୟ କରିବା, ଯାହାଦ୍ୱାରା ବ୍ୟବସାୟରେ ଉନ୍ନତି ବଜାୟ ରହିବ। ଚଳିତ ବର୍ଷ ଏହି ଆୟୋଜନ ଦ୍ୱିତୀୟ ଥର କରାଯାଉଛି। ଏହି ବ୍ୟବସାୟରେ ଘରର ଆବଶ୍ୟକୀୟ ଜିନିଷପତ୍ର ସହ ଅନ୍ୟ ଶ୍ରେଣୀର ଉତ୍ପାଦ ମଧ୍ୟ ରଖାଯିବ।

amazonଡିଜିଟାଲ୍ ପେମେଣ୍ଟ କରିବା ଦ୍ୱାରା ଗ୍ରାହକଙ୍କୁ ମିଳିବ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍

ଡିଜିଟାଲ୍ ପେମେଣ୍ଟ ଉପରେ ଆମାଜନ୍ ଗ୍ରାହକଙ୍କୁ ଛୋଟ ଏବଂ ସୂକ୍ଷ୍ମ ବ୍ୟବସାୟରୁ କ୍ରୟ କଲେ ମଧ୍ୟ ପ୍ରୋତ୍ସାହିତ କରୁଛି । ଯେଉଁଥିପାଇଁ ଡିଜିଟାଲ୍ ପେମେଣ୍ଟ ଉପରେ ଆମାଜନ୍‌ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍ ପ୍ରଦାନ କରୁଛି। ଏହାବ୍ୟତୀତ, ଆମାଜନ୍ ଆଇସିଆଇସିଆଇ ବ୍ୟାଙ୍କ ସହ ବୁଝାବଣା କରିଛି, ଯାହାଦ୍ୱାରା ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦେୟ ଉପରେ ୧୦ ପ୍ରତିଶତ ରିହାତି ଦିଆଯିବ। ଏହାବ୍ୟତୀତ ଏସବିଡି ସମୟରେ ବହୁତ କିଣାକିଣି କରୁଥିବା ଗ୍ରାହକଙ୍କୁ ମଧ୍ୟ ବିଶେଷ ରିହାତି ପ୍ରଦାନ କରାଯାଉଛି।

amazon sellସେହିଭଳି, ଆମାଜନ୍ ଟୟ ଟେକ୍ନୋଲୋଜିରେ ଇନୋଭେସନ୍ ଲୋନ୍ ଏବଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ମିଶନ୍ କୁ ସମର୍ଥନ କରୁଛି । ଯେଉଁଥିପାଇଁ ୩ ଡିସେମ୍ବରରେ Skillenza ସହ ମିଶି ଟୟ ହୈକାଥାନ୍ ଚ୍ୟାଲେଞ୍ଜ(ToyathonChallenge 2020) କୁ ଲଞ୍ଚ କରିବା ନେଇ ଆମାଜନ୍‌ ଘୋଷଣା କରିଛି । ଟୟ ହୈକାଥାନ୍ ଦେଶର ସବୋର୍ଚ୍ଚ ସଂସ୍ଥାନର ଯୁବ ଇନୋଭେଟର୍ସଙ୍କୁ ଏକାଠି ଶିକ୍ଷା, ମନୋରଞ୍ଜନ ଏବଂ ସହ-ଅଂଶଗ୍ରହଣ ଉପରେ ଧ୍ୟାନ ଦେବ । ଏଥିସହ ଶୈକ୍ଷଣିକ ଉପକରଣର ବ୍ୟବହାର ଉପଯୋଗ କରି ପିଲାମାନଙ୍କ ଖେଳନା ଡିଜାଇନ୍ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ଟୟ ହୈକାଥାନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.