ପର୍ବ ଉପରେ କରୋନା ମାଡ଼, ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ରାମପୁରର ଧନୁଯାତ୍ରା ସ୍ଥଗିତ

ସୁବର୍ଣ୍ଣପୁର(କେନ୍ୟୁଜ୍):  ପର୍ବ ଉପରେ କରୋନା ମାଡ଼। ସଂକ୍ରମଣ ଚେନକୁ କାଟିବା ପାଇଁ ଓଡିଶାର ବିଭିନ୍ନ ପର୍ବପର୍ବାଣୀ ବନ୍ଦ କରାଯାଉଛି  । ଏହାକୁ ଦୃଷ୍ଟିରେ ରଖି ବନ୍ଦ ହୋଇଛି ଧନୁଯାତ୍ରା । କରୋନା ଯୋଗୁ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ରାମପୁରର ଧନୁଯାତ୍ରା ସ୍ଥଗିତ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ଧନୁଯାତ୍ରା କମିଟି ସଭାପତି ରମେଶ ପୂଜାରୀ ।

ତେବେ ବିଧିରକ୍ଷା ପୂର୍ବକ ସ୍ଥାନୀୟ ରାମଜୀ ମନ୍ଦିର ପ୍ରାଙ୍ଗଣରେ କୃଷ୍ଣଜନ୍ମ ପାରାୟଣ କାର୍ଯ୍ୟକ୍ରମ ହୋଇଛି । ଏହି ଅବସରରେ ଅତିଥି ଭାବେ ଯୋଗଦେଇଥିଲେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଗୋପାଳ ପଣ୍ଡା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.