Below header

କୋଟିଏ ଟଙ୍କା ଲଟେରୀରେ ଜିତିଲେ ଜାଣନ୍ତି କି କେତେ ଟଙ୍କା ଆସିବ ଆପଣଙ୍କ ପକେଟ୍‌କୁ

ଭାରତରେ ପ୍ରତ୍ୟେକ ଆୟର ହିସାବ କିତାବ ଆୟକର ଅଧୀନରେ ଆସିଥାଏ । ତେବେ ଆୟକର ବିଭାଗ ସ୍ୱଳ୍ପ ଆୟ ଉପରେ ଆୟକର ଛାଡ଼ ଦେଇଥାଏ । ଆୟକର ନିୟମ ଅନୁଯାୟୀ, ଲଟେରୀ କିମ୍ବା କୌଣସି ପ୍ରତିଯୋଗିତାରେ ଜିତିଥିବା ଟଙ୍କା ମଧ୍ୟ ଟିକସ ଯୋଗ୍ୟ । ଉଲ୍ଲେଖନୀୟ କଥା ହେଉଛି, ଲଟେରୀରେ ଜିତିଥିବା ପରିମାଣକୁ ଇନକମ ଫ୍ରମ ଅଦର ସୋର୍ସେସ ଭାବରେ ହିସାବ କରାଯାଏ । ଇନକମ ଟ୍ୟାକ୍ସ ଆକ୍ଟ 1961 ଅନୁଯାୟୀ, ଲଟେରୀ କିମ୍ବା ଗେମ୍ ସୋରେ ଜିତିଥିବା ଯେକୌଣସି ପୁରସ୍କାର ଉପରେ ଟ୍ୟାକ୍ସ ଲାଗିଥାଏ । ଏବେ ପ୍ରଶ୍ନ ଉଠୁଛି ଯେ ଯଦି କେହି ଲଟେରୀରେ 1 କୋଟି ଟଙ୍କା ଜିତିଛନ୍ତି । ତେବେ ସେ କେତେ ଟ୍ୟାକ୍ସ ଦେବେ ଏବଂ ଟ୍ୟାକ୍ସ ଦେବା ପରେ ତାଙ୍କ ପକେଟକୁ କେତେ ଟଙ୍କା ଆସିବ ।

money

ଲଟେରୀ କିମ୍ବା ଗେମ୍ ସୋ’ରେ ଜିତିଥିବା ରାଶି ଉପରେ ଫ୍ଲାଟ 30 ପ୍ରତିଶତ ଟିକସ ଆଦାୟ କରାଯାଏ । ଯେହେତୁ ଏହା ଏକ ବିଶେଷ ଆୟ, ଏଥିରେ କୌଣସି ମୌଳିକ ଛାଡ଼ ମଧ୍ୟ ଦିଆଯାଇନଥାଏ । ଯଦି ଲଟେରୀରେ 10 ଲକ୍ଷରୁ ଅଧିକ ରାଶି ଜିତାଯାଏ, ତେବେ ତା ଉପରେ ସରଚାର୍ଜ ଲାଗିଥାଏ । ତାହା ହେଉଛି, ଯଦି ଆପଣ ଲଟେରୀ କିମ୍ବା ଗେମ୍ ସୋରେ 1 କୋଟି ଟଙ୍କା ଜିତନ୍ତି । ତେବେ ଏଥିରୁ ତିରିଶ ଲକ୍ଷ ଇନକମ ଟ୍ୟାକ୍ସକୁ ଯିବ । ଏହା ପରେ 10 ପ୍ରତିଶତ ଅତିରିକ୍ତ ସରଚାର୍ଜ ମଧ୍ୟ ଦେବାକୁ ପଡିବ । କେବଳ ଏତିକି ନୁହେଁ, ଏଜୁକେସନ CESS ଏବଂ ହାୟର ଏଜୁକେସନ CESS ପରି ଟିକସ ମଧ୍ୟ ଦେବାକୁ ପଡିବ । ଏହି ସମସ୍ତ ଟ୍ୟାକ୍ସ କାଟିବାର ଦାୟିତ୍ତ୍ୱ ମଧ୍ୟ ସେହି ସଂସ୍ଥାର ଯେଉଁଠାରୁ ଆପଣ ପୁରସ୍କାର ରାଶି ଜିତିଛନ୍ତି ।

ତେବେ ଶେଷରେ ଆପଣ କେତେ ଲକ୍ଷ ପାଇବେ ?

ସର୍ବପ୍ରଥମେ, 30 ପ୍ରତିଶତ ଟିକସ ଲାଗୁ ହେବ ଯଥା 1 କୋଟିରେ 30 ଲକ୍ଷ କଟି ବାକି ରହିବ 70 ଲକ୍ଷ । 30 ଲକ୍ଷ ପରେ 10 ପ୍ରତିଶତ ସର୍ଚ୍ଚ ଚାର୍ଜ ଅର୍ଥାତ୍ 3 ଲକ୍ଷ ଟଙ୍କା ଟିକସ ଆଦାୟ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଟିକସ ପରିମାଣ 33 ଲକ୍ଷ ଟଙ୍କା । ଏହା ପରେ, 4 ପ୍ରତିଶତ ସେସ୍ ଆଦାୟ କରାଯିବ, ଅର୍ଥାତ୍ 1 ଲକ୍ଷ 20 ହଜାର… ଅର୍ଥାତ୍ ଟିକସ ପରିମାଣ 34 ଲକ୍ଷ 20 ହଜାର ଟଙ୍କା । ଏସବୁ ବ୍ୟତୀତ ଛୋଟ ମୋଟ ହିଡେନ ଚାର୍ଜ କାଟିବା ପରେ ବଳିବି 65 ଲକ୍ଷ, ଯାହାକୁ ବିଜେତା ଘରକୁ ନେଇପାରିବ । ଏହା ହେଉଛି ଆୟକର ବିଭାଗର ହିସାବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.