ବ୍ୟବସାୟ ଓ ଅର୍ଥନୀତି

ଏସ୍‌ବିଆଇ ଓ ପିଏନ୍‌ବି ପରେ ବ୍ୟାଙ୍କ୍‌ ଅଫ୍‌ ବରୋଦା କଲା ଗ୍ରାହକଙ୍କୁ ସତର୍କ, କହିଲା କେମିତି ହେଉଛି ଖାତାରୁ ଟଙ୍କା ଚୋରି

ନୂଆଦିଲ୍ଲୀ : କରୋନା ସଙ୍କଟର ସୁଯୋଗ ନେଇ ଏବେ ସାଇବର ଠକମାନେ ଅନ୍‌ଲାଇନ୍‌ ଫ୍ରଡ଼୍‍ କରି ଲୋକଙ୍କ ଏକାଉଣ୍ଟରୁ ଟଙ୍କା ଚୋରି କରିନେଉଛନ୍ତି । ଏହି ସାଇବର ଠକମାନଙ୍କ ପ୍ରତି ସତର୍କ ରହିବା ପାଇଁ ସିବିଆଇ ବ୍ୟାଙ୍କ ଗ୍ରାହକଙ୍କୁ ସତର୍କ କରିଛି ।

ଏଥି ପୂର୍ବରୁ ଏସ୍‌ବିଆଇ(ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ) ଓ ପିଏନ୍‌ବି(ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌) ମଧ୍ୟ ତା’ର ଗ୍ରାହକଙ୍କୁ ଏହି ଅନ୍‌ଲାଇନ୍‌ ଫ୍ରଡ୍‌ ପାଇଁ ସତର୍କ କରାଇଛି । ଏବେ ବ୍ୟାଙ୍କ୍‌ ଅଫ୍‌ ବରୋଦା ମଧ୍ୟ ତା’ର ଗ୍ରାହକଙ୍କୁ ଅନ୍‌ଲାଇନ୍‌ ଫ୍ରଡ୍‌ ସମ୍ପର୍କରେ ସଚେତନ କରାଇଛି । ବ୍ୟାଙ୍କ୍‌ ଅଫ୍‌ ବରୋଦା ସୋସିଆଲ୍‌ ମିଡିଆ ଓ ବ୍ୟକ୍ତିଗତ ସୂଚନା ମାଧ୍ୟମରେ ତା’ର ଗ୍ରାହକଙ୍କୁ ସାଇବର ଆକ୍ରମଣ ନେଇ ସତର୍କ କରାଇଛି ।

ଏମିତି ହେଉଛି ବ୍ୟାଙ୍କ୍‌ ଖାତାରୁ ଟଙ୍କା ଚୋରି

ବ୍ୟାଙ୍କ୍‌ ଅଫ୍‌ ବରୋଦା ଟ୍ଵିଟ୍‌ ଓ ମେସେଜ୍‌ ଜରିଆରେ ତା’ର ଗ୍ରାହକଙ୍କୁ କହିଛି ଯେ ଦେଶର କେତେକ ସହରରେ ସାଇବର ଆଟାକ୍‌ ଆଶଙ୍କା ରହିଛି । ତେଣୁ ଆପଣଙ୍କ ପାଖକୁ ncov2019@gov.in ନିକଟରୁ ଯଦି କୈାଣସି ମାଗଣା କୋଭିଡ୍‌ ଟେଷ୍ଟିଂ ଇ-ମେଲ୍‌ ମେସେଜ୍‌ ଆସେ ତେବେ ଏହାକୁ କ୍ଲିକ୍‌ ନକରିବାକୁ ବ୍ୟାଙ୍କ୍‌ ପରାମର୍ଶ ଦେଇଛି ।

ବ୍ୟାଙ୍କ୍‌ ଅଫ୍‌ ବରୋଦା ଆହୁରି କହିଛି ଯେ ହ୍ୟାକ୍‌ରସ୍‌ ୨୦ ଲକ୍ଷ ଭାରତୀୟଙ୍କ ଇ-ମେଲ୍‌ ଠିକଣା ଚୋରାଇ ନେଇଛି । ଏମାନଙ୍କ ନିକଟକୁ ଫ୍ରି କରୋନା ଟେଷ୍ଟ ମେସେଜ ଜରିଆରେ ବ୍ୟାଙ୍କ୍‌ ସମ୍ବନ୍ଧୀୟ ସୂଚନା ଚୋରି କରିବାକୁ ଚେଷ୍ଟା କରିପାରେ ।

ହ୍ୟାକ୍‌ରସ୍‌ମାନେ ବିଶେଷ କରି ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ୍‌ ଓ ଚେନ୍ନାଇ ସହରର ଲୋକଙ୍କୁ ମାଗଣା କରୋନା ଟେଷ୍ଟ ଜରିଆରେ ଫେକ୍‌ ମେସେଜ୍‌ ଦେଇ ଏକାଉଣ୍ଟରୁ ଟଙ୍କା ଚୋରି କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି ।

ଥରେ ଯଦି ହ୍ୟାକର୍‌ସ୍‌ଙ୍କ ହାତରେ ଆପଣଙ୍କ ବ୍ୟକ୍ତିଗତ ସୂଚନା ଲାଗିଗଲା ତେବେ ଆପଣ ବଡ଼ ଆର୍ଥିକ କ୍ଷତିର ସାମ୍ନା କରିପାରନ୍ତି ବୋଲି ବ୍ୟାଙ୍କ୍‌ ସତର୍କ କରାଇଛି ।

Niharanjan

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

2 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

4 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

7 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

13 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

28 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago