ଏସ୍‌ବିଆଇ ଓ ପିଏନ୍‌ବି ପରେ ବ୍ୟାଙ୍କ୍‌ ଅଫ୍‌ ବରୋଦା କଲା ଗ୍ରାହକଙ୍କୁ ସତର୍କ, କହିଲା କେମିତି ହେଉଛି ଖାତାରୁ ଟଙ୍କା ଚୋରି

ନୂଆଦିଲ୍ଲୀ : କରୋନା ସଙ୍କଟର ସୁଯୋଗ ନେଇ ଏବେ ସାଇବର ଠକମାନେ ଅନ୍‌ଲାଇନ୍‌ ଫ୍ରଡ଼୍‍ କରି ଲୋକଙ୍କ ଏକାଉଣ୍ଟରୁ ଟଙ୍କା ଚୋରି କରିନେଉଛନ୍ତି । ଏହି ସାଇବର ଠକମାନଙ୍କ ପ୍ରତି ସତର୍କ ରହିବା ପାଇଁ ସିବିଆଇ ବ୍ୟାଙ୍କ ଗ୍ରାହକଙ୍କୁ ସତର୍କ କରିଛି ।

ଏଥି ପୂର୍ବରୁ ଏସ୍‌ବିଆଇ(ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ) ଓ ପିଏନ୍‌ବି(ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌) ମଧ୍ୟ ତା’ର ଗ୍ରାହକଙ୍କୁ ଏହି ଅନ୍‌ଲାଇନ୍‌ ଫ୍ରଡ୍‌ ପାଇଁ ସତର୍କ କରାଇଛି । ଏବେ ବ୍ୟାଙ୍କ୍‌ ଅଫ୍‌ ବରୋଦା ମଧ୍ୟ ତା’ର ଗ୍ରାହକଙ୍କୁ ଅନ୍‌ଲାଇନ୍‌ ଫ୍ରଡ୍‌ ସମ୍ପର୍କରେ ସଚେତନ କରାଇଛି । ବ୍ୟାଙ୍କ୍‌ ଅଫ୍‌ ବରୋଦା ସୋସିଆଲ୍‌ ମିଡିଆ ଓ ବ୍ୟକ୍ତିଗତ ସୂଚନା ମାଧ୍ୟମରେ ତା’ର ଗ୍ରାହକଙ୍କୁ ସାଇବର ଆକ୍ରମଣ ନେଇ ସତର୍କ କରାଇଛି ।

bank-0

ଏମିତି ହେଉଛି ବ୍ୟାଙ୍କ୍‌ ଖାତାରୁ ଟଙ୍କା ଚୋରି

ବ୍ୟାଙ୍କ୍‌ ଅଫ୍‌ ବରୋଦା ଟ୍ଵିଟ୍‌ ଓ ମେସେଜ୍‌ ଜରିଆରେ ତା’ର ଗ୍ରାହକଙ୍କୁ କହିଛି ଯେ ଦେଶର କେତେକ ସହରରେ ସାଇବର ଆଟାକ୍‌ ଆଶଙ୍କା ରହିଛି । ତେଣୁ ଆପଣଙ୍କ ପାଖକୁ [email protected] ନିକଟରୁ ଯଦି କୈାଣସି ମାଗଣା କୋଭିଡ୍‌ ଟେଷ୍ଟିଂ ଇ-ମେଲ୍‌ ମେସେଜ୍‌ ଆସେ ତେବେ ଏହାକୁ କ୍ଲିକ୍‌ ନକରିବାକୁ ବ୍ୟାଙ୍କ୍‌ ପରାମର୍ଶ ଦେଇଛି ।

ବ୍ୟାଙ୍କ୍‌ ଅଫ୍‌ ବରୋଦା ଆହୁରି କହିଛି ଯେ ହ୍ୟାକ୍‌ରସ୍‌ ୨୦ ଲକ୍ଷ ଭାରତୀୟଙ୍କ ଇ-ମେଲ୍‌ ଠିକଣା ଚୋରାଇ ନେଇଛି । ଏମାନଙ୍କ ନିକଟକୁ ଫ୍ରି କରୋନା ଟେଷ୍ଟ ମେସେଜ ଜରିଆରେ ବ୍ୟାଙ୍କ୍‌ ସମ୍ବନ୍ଧୀୟ ସୂଚନା ଚୋରି କରିବାକୁ ଚେଷ୍ଟା କରିପାରେ ।

ହ୍ୟାକ୍‌ରସ୍‌ମାନେ ବିଶେଷ କରି ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ୍‌ ଓ ଚେନ୍ନାଇ ସହରର ଲୋକଙ୍କୁ ମାଗଣା କରୋନା ଟେଷ୍ଟ ଜରିଆରେ ଫେକ୍‌ ମେସେଜ୍‌ ଦେଇ ଏକାଉଣ୍ଟରୁ ଟଙ୍କା ଚୋରି କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି ।

ଥରେ ଯଦି ହ୍ୟାକର୍‌ସ୍‌ଙ୍କ ହାତରେ ଆପଣଙ୍କ ବ୍ୟକ୍ତିଗତ ସୂଚନା ଲାଗିଗଲା ତେବେ ଆପଣ ବଡ଼ ଆର୍ଥିକ କ୍ଷତିର ସାମ୍ନା କରିପାରନ୍ତି ବୋଲି ବ୍ୟାଙ୍କ୍‌ ସତର୍କ କରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.