ବ୍ୟବସାୟ ଓ ଅର୍ଥନୀତି

ପୋଷ୍ଟ ଅଫିସ୍‌ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତୀ! Saving Accountରେ ନ୍ୟୂନତମ ବାଲାନ୍ସ ନ ରହିବା ଉପରେ ଅଧା ହେଲା ଜରିମାନା

ପୋଷ୍ଟ ଅଫିସ୍‌ରେ ଯଦି ଆପଣଙ୍କର ସେଭିଙ୍ଗ୍‌ ଆକାଉଣ୍ଟ ଅଛି ଏବଂ ଅଧିକାଂଶ ସମୟ ଆପଣ ନ୍ୟୂନତମ ବାଲାନ୍ସ ମେନଟେନ କରିବାକୁ ଭୁଲି ଯାଉଛନ୍ତି, ତ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତୀକର ଖବର। ସରକାର ପୋଷ୍ଟ ଅଫିସ୍‌ ସେଭିଙ୍ଗ୍‌ ଆକାଉଣ୍ଟରେ ନ୍ୟୂନତମ ବାଲାନ୍ସ ନ ରଖିବା ଉପରେ ଜରିମାନା ଅଧା କରି ଦେଇଛନ୍ତି।

ବିତ୍ତ ମନ୍ତ୍ରାଳୟ ତରଫରୁ ଜାରି ଅଧିସୂଚନା ମୁତାବକ, ପୋଷ୍ଟ ଅଫିସ୍‌ ସେଭିଙ୍ଗ୍‌ ଆକାଉଣ୍ଟରେ ନ୍ୟୂନତମ ବାଲାନ୍ସ ନ ରଖିଲେ ଏବେ GST ସହିତ ୫୦ ଟଙ୍କା ଜରିମାନା ଲାଗିବ। ପୂର୍ବରୁ ଏହି ଜରିମାନା ୧୦୦ ଟଙ୍କା ଥିଲା। ‘ପୋଷ୍ଟ ଅଫିସ୍‌ ସେଭିଙ୍ଗ୍‌ ଆକାଉଣ୍ଟ ସ୍କିମ୍‌ ୨୦୧୯’ର ନିୟମରେ ପରିବର୍ତ୍ତନ ଆଧାରରେ ଏହା କରାଯାଇଛି। ନିୟମ ମୁତାବକ, ପୋଷ୍ଟ ଅଫିସ୍‌ ସେଭିଙ୍ଗ୍‌ ଆକାଉଣ୍ଟରେ ଖାତାଧାରୀଙ୍କୁ ୫୦୦ ଟଙ୍କା ନ୍ୟୂନତମ ବାଲାନ୍ସ ରଖିବା ଉଚିତ। ଯଦି ବାଲାନ୍ସ ୫୦୦ ଟଙ୍କାରୁ କମ୍‌ ଅଛି ଏବଂ ବିତ୍ତ ବର୍ଷ ଶେଷ ହେବା ପୂର୍ବରୁ ୫୦୦ ଟଙ୍କା ବାଲାନ୍ସ ନାହିଁ, ତ ଏମିତି ସ୍ଥିତିରେ ଖାତାଧାରୀଙ୍କ ଉପରେ ଜରିମାନା ଲଗାଯାଇଥାଏ।

ଏମିତି ବନ୍ଦ ହୋଇଯିବ ଖାତା

ଯଦି ଆପଣଙ୍କ ଖାତାରୁ ମେଣ୍ଟେନାନ୍ସ ଫିସ୍‌ କଟିଯିବା ପରେ ବାଲାନ୍ସ ଜିରୋ ହୋଇଯାଇଛି, ତ ଖାତା ଆପେ ବନ୍ଦ ହୋଇଯିବ। ଏହାଛଡ଼ା ଆପଣ ଯଦି ସେଭିଙ୍ଗ୍‌ ଖାତାରେ ନ୍ୟୂନତମ ବାଲାନ୍ସ ନ ରଖନ୍ତି, ତ ସୁଧର ଭରଣା ମଧ୍ୟ କରାଯିବ ନାହିଁ। ଆପଣଙ୍କୁ କହି ରଖୁଛୁ, ନ୍ୟୂନତମ ବାଲାନ୍ସର ନିୟମ ସାଇଲେଣ୍ଟ୍‌ ଆକାଉଣ୍ଟ ଉପରେ ମଧ୍ୟ ଲାଗୁ ହୋଇଥାଏ। ଯେଉଁ ଆକାଉଣ୍ଟରେ ଲଗାତାର ୩ ବିତ୍ତୀୟ ବର୍ଷରେ କୌଣସି ଟ୍ରାଞ୍ଜାକ୍ସନ ହୋଇ ନ ଥିବ, ତାହାକୁ ସାଇଲେଣ୍ଟ୍‌ ଆକାଉଣ୍ଟ କୁହାଯାଏ। ଅର୍ଥାତ୍‌ ସେଥିରେ ନା ପଇସା ଜମା ହୋଇଥିବ ନା ପଇସା ଉଠାଣ ହୋଇଥିବ।

Roshni

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

5 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago