ପୋଷ୍ଟ ଅଫିସ୍ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତୀ! Saving Accountରେ ନ୍ୟୂନତମ ବାଲାନ୍ସ ନ ରହିବା ଉପରେ ଅଧା ହେଲା ଜରିମାନା
ପୋଷ୍ଟ ଅଫିସ୍ରେ ଯଦି ଆପଣଙ୍କର ସେଭିଙ୍ଗ୍ ଆକାଉଣ୍ଟ ଅଛି ଏବଂ ଅଧିକାଂଶ ସମୟ ଆପଣ ନ୍ୟୂନତମ ବାଲାନ୍ସ ମେନଟେନ କରିବାକୁ ଭୁଲି ଯାଉଛନ୍ତି, ତ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତୀକର ଖବର। ସରକାର ପୋଷ୍ଟ ଅଫିସ୍ ସେଭିଙ୍ଗ୍ ଆକାଉଣ୍ଟରେ ନ୍ୟୂନତମ ବାଲାନ୍ସ ନ ରଖିବା ଉପରେ ଜରିମାନା ଅଧା କରି ଦେଇଛନ୍ତି।
ବିତ୍ତ ମନ୍ତ୍ରାଳୟ ତରଫରୁ ଜାରି ଅଧିସୂଚନା ମୁତାବକ, ପୋଷ୍ଟ ଅଫିସ୍ ସେଭିଙ୍ଗ୍ ଆକାଉଣ୍ଟରେ ନ୍ୟୂନତମ ବାଲାନ୍ସ ନ ରଖିଲେ ଏବେ GST ସହିତ ୫୦ ଟଙ୍କା ଜରିମାନା ଲାଗିବ। ପୂର୍ବରୁ ଏହି ଜରିମାନା ୧୦୦ ଟଙ୍କା ଥିଲା। ‘ପୋଷ୍ଟ ଅଫିସ୍ ସେଭିଙ୍ଗ୍ ଆକାଉଣ୍ଟ ସ୍କିମ୍ ୨୦୧୯’ର ନିୟମରେ ପରିବର୍ତ୍ତନ ଆଧାରରେ ଏହା କରାଯାଇଛି। ନିୟମ ମୁତାବକ, ପୋଷ୍ଟ ଅଫିସ୍ ସେଭିଙ୍ଗ୍ ଆକାଉଣ୍ଟରେ ଖାତାଧାରୀଙ୍କୁ ୫୦୦ ଟଙ୍କା ନ୍ୟୂନତମ ବାଲାନ୍ସ ରଖିବା ଉଚିତ। ଯଦି ବାଲାନ୍ସ ୫୦୦ ଟଙ୍କାରୁ କମ୍ ଅଛି ଏବଂ ବିତ୍ତ ବର୍ଷ ଶେଷ ହେବା ପୂର୍ବରୁ ୫୦୦ ଟଙ୍କା ବାଲାନ୍ସ ନାହିଁ, ତ ଏମିତି ସ୍ଥିତିରେ ଖାତାଧାରୀଙ୍କ ଉପରେ ଜରିମାନା ଲଗାଯାଇଥାଏ।
ଏମିତି ବନ୍ଦ ହୋଇଯିବ ଖାତା
ଯଦି ଆପଣଙ୍କ ଖାତାରୁ ମେଣ୍ଟେନାନ୍ସ ଫିସ୍ କଟିଯିବା ପରେ ବାଲାନ୍ସ ଜିରୋ ହୋଇଯାଇଛି, ତ ଖାତା ଆପେ ବନ୍ଦ ହୋଇଯିବ। ଏହାଛଡ଼ା ଆପଣ ଯଦି ସେଭିଙ୍ଗ୍ ଖାତାରେ ନ୍ୟୂନତମ ବାଲାନ୍ସ ନ ରଖନ୍ତି, ତ ସୁଧର ଭରଣା ମଧ୍ୟ କରାଯିବ ନାହିଁ। ଆପଣଙ୍କୁ କହି ରଖୁଛୁ, ନ୍ୟୂନତମ ବାଲାନ୍ସର ନିୟମ ସାଇଲେଣ୍ଟ୍ ଆକାଉଣ୍ଟ ଉପରେ ମଧ୍ୟ ଲାଗୁ ହୋଇଥାଏ। ଯେଉଁ ଆକାଉଣ୍ଟରେ ଲଗାତାର ୩ ବିତ୍ତୀୟ ବର୍ଷରେ କୌଣସି ଟ୍ରାଞ୍ଜାକ୍ସନ ହୋଇ ନ ଥିବ, ତାହାକୁ ସାଇଲେଣ୍ଟ୍ ଆକାଉଣ୍ଟ କୁହାଯାଏ। ଅର୍ଥାତ୍ ସେଥିରେ ନା ପଇସା ଜମା ହୋଇଥିବ ନା ପଇସା ଉଠାଣ ହୋଇଥିବ।