ବ୍ୟବସାୟ ଓ ଅର୍ଥନୀତି

ଭାରତରେ ଲଞ୍ଚ ହେଲା ମାରୁତି ସୁଜୁକି Celerio BS6 CNG, ବଢ଼ିଆ ମାଇଲେଜ୍‌-ଡିଜାଇନ ସହିତ ରହିଛି ଜବରଦସ୍ତ ଫିଚର୍ସ

ଦେଶର ସବୁଠାରୁ ବଡ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ନିଜର ଏଣ୍ଟ୍ରି ଲେବଲ ହ୍ୟାଚବ୍ୟାକ କାରCelerio ବିଏସ୬ ଭର୍ସନକୁ ଲଞ୍ଚ କରିଛି। S-CNG ସେଲେରିଓକୁ କମ୍ପାନୀ ତିନି ଭେରିୟଣ୍ଟ VXI, VXI (O) ଏବଂ Tour H2ରେ ଲଞ୍ଚ କରିଛି। ଯେଉଁଥିରେ ଏହାର VXI ଭେରିୟଣ୍ଟର ଦାମ ୫.୬୦ ଲକ୍ଷ ଟଙ୍କା, VXI (O)ର ଦାମ ୫.୬୮ ଲକ୍ଷ ଏବଂ H2ର ଦାମ ୫.୩୬ ଲକ୍ଷ ଟଙ୍କା ରଖାଯାଇଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ଏହି କାରରBS6 ଭର୍ସନକୁ ୪.୪୧ ଲକ୍ଷ ଟଙ୍କାରେ ଲଞ୍ଚ କରିଥିଲା। ନୂଆ ମାରୁତି ସୁଜୁକି ସେଲେରିଓ ସିଏନଜି ମଡେଲରେ କମ୍ପାନୀ ଗୋଟିଏ ହିଁ ପେଟ୍ରୋଲ ମୋଟର ୯୯୮ସିସିର ଲାଗିଛି ଯାହା ୬୭ ବିଏଚପି ପାଓ୍ଵାର ଏବଂ ୯୦ ଏନଏମର ଟର୍କ ପେଟ୍ରୋଲ ମୋଡରେ ଜେନେରେଟ କରିଥାଏ। ସେହିପରି ଏହି ସିଏନଜି କାରରେ ୫୮ ବିଏଚପି ପାଓ୍ଵାର ୭୮ ଏନଏମର ପିକ୍‌ ଟର୍କ ଜେନେରେଟ କରିବାରେ ସକ୍ଷମ ହେବ। ଟ୍ରାନ୍ସମିସନ ପାଇଁ ନୂଆ ମାରୁତି ସୁଜୁକି ସେଲେରିଓ ସିଏନଜି କାରରେ ପାଞ୍ଚ ସ୍ପିଡ୍‌ ମାନୁଆଲ ଗିୟରବକ୍ସ ରହିଛି।

ମାରୁତି ସୁଜୁକି ପ୍ରାୟ ଏକ ଦଶକ ପୂର୍ବରୁ ଭାରତରେ ସିଏନଜି ପ୍ରାୟ ଏକ ଦଶକ ପୂର୍ବରୁ ଭାରତରେ ସିଏନଜି କାର ବିକ୍ରିର ଆରମ୍ଭ କରିଥିଲା। ସେବେଠାରୁ ଏବେ ପର୍ଯ୍ୟନ୍ତ କମ୍ପାନୀ ଭାରତରେ ଏକ ମିଲିୟନ ସିଏନଜି ଗାଡିର ସେଲ କରିସାରିଲାଣି। ଏହଛଡା ସିଏନଜି ସହିତ ସ୍ମାର୍ଟ ହାଇବ୍ରିଡ୍‌ କାର ମଧ୍ୟ ସାମିଲ ଅଛି। ସେହିପରି ବର୍ତ୍ତମାନରେ କମ୍ପାନୀ Alto, Wagonr, Eeco, Tour S, Ertiga ଏବଂ Super Carry ମଧ୍ୟ ସିଏନଜି ବିକଳ୍ପ ସହିତ ସାମିଲ ରହିଛି।

କାରରେ ରହିଛି ଏହି ଖାସ୍‌ ଫିଚର୍ସ

ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ଟିଲ୍ଟ-ଷ୍ଟିୟରିଙ୍ଗ୍‌, ହାଇଟ-ଆଡଜଷ୍ଟେବଲ ସିଟସ୍‌, ସିଡି ପ୍ଲେୟାର ଏବଂ ଏଲୟ ହ୍ଵିଲ ଦିଆଯାଇଛି। ସେହିପରି ଏଥିରେ ୨୩୫ ଲିଟରର ବୁଟ୍‌ ସ୍ପେସ ଏବଂ ୧୬୫ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିଛି। ଏମିତି ତ ମାଇଲେଜ କଥାରେ ମାରୁତି ଗାଡି ସବୁବେଳେ ନମ୍ବର ଓ୍ଵାନରେ ଥାଏ। ଏହି ଗାଡିରେ ମଧ୍ୟ ସେଲେରିଓ ପେଟ୍ରୋଲ ମୋଡେଲରେ ୨୩.୧ କିମି/ଲିଟରର ମାଇଲେଜ୍‌ ମିଳିଥାଏ। ଯଦିଓ ସେଲେରିଓରେ ଟିଲ୍ଟ-ଷ୍ଟିୟରିଙ୍ଗ, ହାଇଟ-ଆଡଜଷ୍ଟେବଲ ସିଟ୍ସ, ସିଡି ପ୍ଲେୟର ଏବଂ ଏଲୟ ହ୍ଵିଲ ଆଦି ଫିଚର୍ସ ଦିଆଯାଇଛି।
ଯଦି ଆପଣ କରୋନା ମହାମାରୀ ସମୟରେ ସାମାଜିକ ଦୂରତା ପାଇଁ କାର କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି କାର ବେଷ୍ଟ ହେବ। ବଢ଼ିଆ ଫିଚର୍ସ ସାଙ୍ଗକୁ ରହିଛି ଜବରଦସ୍ତ ମାଇଲେଜ।

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago