ଭାରତରେ ଲଞ୍ଚ ହେଲା ମାରୁତି ସୁଜୁକି Celerio BS6 CNG, ବଢ଼ିଆ ମାଇଲେଜ୍‌-ଡିଜାଇନ ସହିତ ରହିଛି ଜବରଦସ୍ତ ଫିଚର୍ସ

ଦେଶର ସବୁଠାରୁ ବଡ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ନିଜର ଏଣ୍ଟ୍ରି ଲେବଲ ହ୍ୟାଚବ୍ୟାକ କାରCelerio ବିଏସ୬ ଭର୍ସନକୁ ଲଞ୍ଚ କରିଛି। S-CNG ସେଲେରିଓକୁ କମ୍ପାନୀ ତିନି ଭେରିୟଣ୍ଟ VXI, VXI (O) ଏବଂ Tour H2ରେ ଲଞ୍ଚ କରିଛି। ଯେଉଁଥିରେ ଏହାର VXI ଭେରିୟଣ୍ଟର ଦାମ ୫.୬୦ ଲକ୍ଷ ଟଙ୍କା, VXI (O)ର ଦାମ ୫.୬୮ ଲକ୍ଷ ଏବଂ H2ର ଦାମ ୫.୩୬ ଲକ୍ଷ ଟଙ୍କା ରଖାଯାଇଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ଏହି କାରରBS6 ଭର୍ସନକୁ ୪.୪୧ ଲକ୍ଷ ଟଙ୍କାରେ ଲଞ୍ଚ କରିଥିଲା। ନୂଆ ମାରୁତି ସୁଜୁକି ସେଲେରିଓ ସିଏନଜି ମଡେଲରେ କମ୍ପାନୀ ଗୋଟିଏ ହିଁ ପେଟ୍ରୋଲ ମୋଟର ୯୯୮ସିସିର ଲାଗିଛି ଯାହା ୬୭ ବିଏଚପି ପାଓ୍ଵାର ଏବଂ ୯୦ ଏନଏମର ଟର୍କ ପେଟ୍ରୋଲ ମୋଡରେ ଜେନେରେଟ କରିଥାଏ। ସେହିପରି ଏହି ସିଏନଜି କାରରେ ୫୮ ବିଏଚପି ପାଓ୍ଵାର ୭୮ ଏନଏମର ପିକ୍‌ ଟର୍କ ଜେନେରେଟ କରିବାରେ ସକ୍ଷମ ହେବ। ଟ୍ରାନ୍ସମିସନ ପାଇଁ ନୂଆ ମାରୁତି ସୁଜୁକି ସେଲେରିଓ ସିଏନଜି କାରରେ ପାଞ୍ଚ ସ୍ପିଡ୍‌ ମାନୁଆଲ ଗିୟରବକ୍ସ ରହିଛି।

celerioମାରୁତି ସୁଜୁକି ପ୍ରାୟ ଏକ ଦଶକ ପୂର୍ବରୁ ଭାରତରେ ସିଏନଜି ପ୍ରାୟ ଏକ ଦଶକ ପୂର୍ବରୁ ଭାରତରେ ସିଏନଜି କାର ବିକ୍ରିର ଆରମ୍ଭ କରିଥିଲା। ସେବେଠାରୁ ଏବେ ପର୍ଯ୍ୟନ୍ତ କମ୍ପାନୀ ଭାରତରେ ଏକ ମିଲିୟନ ସିଏନଜି ଗାଡିର ସେଲ କରିସାରିଲାଣି। ଏହଛଡା ସିଏନଜି ସହିତ ସ୍ମାର୍ଟ ହାଇବ୍ରିଡ୍‌ କାର ମଧ୍ୟ ସାମିଲ ଅଛି। ସେହିପରି ବର୍ତ୍ତମାନରେ କମ୍ପାନୀ Alto, Wagonr, Eeco, Tour S, Ertiga ଏବଂ Super Carry ମଧ୍ୟ ସିଏନଜି ବିକଳ୍ପ ସହିତ ସାମିଲ ରହିଛି।

କାରରେ ରହିଛି ଏହି ଖାସ୍‌ ଫିଚର୍ସ

Celerioଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ଟିଲ୍ଟ-ଷ୍ଟିୟରିଙ୍ଗ୍‌, ହାଇଟ-ଆଡଜଷ୍ଟେବଲ ସିଟସ୍‌, ସିଡି ପ୍ଲେୟାର ଏବଂ ଏଲୟ ହ୍ଵିଲ ଦିଆଯାଇଛି। ସେହିପରି ଏଥିରେ ୨୩୫ ଲିଟରର ବୁଟ୍‌ ସ୍ପେସ ଏବଂ ୧୬୫ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିଛି। ଏମିତି ତ ମାଇଲେଜ କଥାରେ ମାରୁତି ଗାଡି ସବୁବେଳେ ନମ୍ବର ଓ୍ଵାନରେ ଥାଏ। ଏହି ଗାଡିରେ ମଧ୍ୟ ସେଲେରିଓ ପେଟ୍ରୋଲ ମୋଡେଲରେ ୨୩.୧ କିମି/ଲିଟରର ମାଇଲେଜ୍‌ ମିଳିଥାଏ। ଯଦିଓ ସେଲେରିଓରେ ଟିଲ୍ଟ-ଷ୍ଟିୟରିଙ୍ଗ, ହାଇଟ-ଆଡଜଷ୍ଟେବଲ ସିଟ୍ସ, ସିଡି ପ୍ଲେୟର ଏବଂ ଏଲୟ ହ୍ଵିଲ ଆଦି ଫିଚର୍ସ ଦିଆଯାଇଛି।
ଯଦି ଆପଣ କରୋନା ମହାମାରୀ ସମୟରେ ସାମାଜିକ ଦୂରତା ପାଇଁ କାର କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି କାର ବେଷ୍ଟ ହେବ। ବଢ଼ିଆ ଫିଚର୍ସ ସାଙ୍ଗକୁ ରହିଛି ଜବରଦସ୍ତ ମାଇଲେଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.