Below header

ଗ୍ରାହକଙ୍କୁ BSNLର ରଜ ଉପହାର, ଏବେ ୨୨ ଦିନ ଯାଏଁ ମାଗଣାରେ ମିଳିବ ଏହି ସର୍ଭିସ

BSNL ୟୁଜରଙ୍କ ପାଇଁ ଖୁସି ଖବର।କମ୍ପାନୀ ନିଜ ୯୯ ଟଙ୍କିଆ ସ୍ପେଶାଲ ତାରିଫ ପ୍ଲାନରେ କେତେକ ପରିବର୍ତ୍ତନ କରିଛି। ଏବେ ଏହି ଭାଉଚରରେ ୟୁଜରଙ୍କୁ ୨୨ ଦିନ ପର୍ଯ୍ୟନ୍ତ ପର୍ସନାଲାଇଜଡ ରିଂ ବ୍ୟାକ ଟୋନ୍ (PRBT) ସର୍ଭିସ ମାଗଣାରେ ମିଳିବ। ଏହି ସର୍ଭିସ ପାଇଁ କମ୍ପାନୀ ପ୍ରତିମାସରେ ୩୦ ଟଙ୍କା ନେଉଥିବା ବେଳେ ଏବେ ଗ୍ରାହକଙ୍କୁ ମାଗଣାରେ ଦେବାକୁ ନିଷ୍ପତ୍ତି କରିଛି। ଏଥିରେ ଗୀତ ବାଛିବା ପାଇଁ ମଧ୍ୟ ପୂର୍ବରୁ ୧୨ ଟଙ୍କା ଦେବାକୁ ପଡୁଥିବା ବେଳେ କମ୍ପାନୀ ଏବେ ତାହା ଫ୍ରି କରିଛି।

BSNL introduces Combo 18 plan with 1.8GB daily data, unlimited ...

BSNL ର ଏହି ଫ୍ରି ତାରିଫ ଭାଉଚର ଅନଲିମିଟେଡ଼ ଭଏସ କଲିଂ ସହ ଆସୁଛି। ଏହି ପ୍ଲାନରେ ୟୁଜରଙ୍କୁ ୨୨ ଦିନ ଯାଏଁ କଲିଂ ପାଇଁ ୨୫୦ ମିନିଟ ମିଳୁଛି। BSNL ର ଏହି ପ୍ଲାନ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଚଣ୍ଡୀଗଡ଼, ଚେନ୍ନାଇ, ଡାମନ ଓ ଡିଉ, ଦାଦ୍ରା ନଗର ହାବେଳି, ଗୁଜରାଟ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ଓଡ଼ିଶା ଆଦି ରାଜ୍ୟ ପାଇଁ ଉପଲବ୍ଧ।

BSNL revises several prepaid plans with more data offerings

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ BSNL ପ୍ରଥମ ଥର ପାଇଁ ୟୁଜରଙ୍କ ପାଇଁ ବର୍ଷିକିଆ ପ୍ଲାନ ଲଞ୍ଚ କରିଥିଲା। ଏଥିରେ ୟୁଜରଙ୍କୁ ଅନଲିମିଟେଡ଼ କଲିଂ ସହ ଅନ୍ୟ ସୁବିଧା ଦିଆଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.