ଖୁସି ଖବର : ଏବେ ବ୍ୟାଙ୍କ୍ ଜିରୋ ବାଲାନ୍ସ ଖାତାଧାରକଙ୍କୁ ଫ୍ରୀରେ ଦେବ ଏହି ସୁବିଧା : RBI

ବେସିକ ସେଭିଂ ବ୍ୟାଙ୍କ୍ ଆକାଉଣ୍ଟ (ବିଏସବିଡି) ରଖିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ୍(RBI) ଏହି ଆକାଉଣ୍ଟର ନିୟମରେ କିଛି ରିହାତି କରିଛନ୍ତି। ଯାହାଦ୍ବାରା ଏମିତି ଖାତାଧାରକଙ୍କୁ ଚେକ ବୁକ୍ ଏବଂ ଅନ୍ୟ ସୁବିଧା ଉପଲବ୍ଧ କରାଯାଇପାରିବ। ଅବଶ୍ୟ ବ୍ୟାଙ୍କ୍ ଏହି ସୁବିଧା ପାଇଁ ଖାତାଧାରକଙ୍କୁ କିଛି ନ୍ୟନୁତମ ରାଶି ଦେବା ପାଇଁ କହିପାରିବ ନାହିଁ। ପ୍ରାଥମିକ ପର‌୍ୟ୍ୟାୟରେ ବ୍ୟାଙ୍କ୍ ଜମା ଖାତାରେ ଶୂନ୍ୟ ରାଶିରେ ମଧ୍ୟ ଖୋଲିପାରିବେ। ଏଥିରେ କୌଣସି ନ୍ୟନତମ ରାଶି ଦ୍ବାରା ଖୋଲା ଯାଇପାରେ। ଏଥିରେ କୌଣସି ନ୍ୟୁନତମ ରାଶି ରଖିବାର ଆବଶ୍ୟକତା ନାହିଁ। ଏହା ପୂର୍ବରୁ ନିୟମିତ ଭାବରେ ଖାତାରେ ଅତିରିକ୍ତ ସୁବିଧା ମିଳିଥାଏ। ଏହି ଖାତାରେ ନ୍ୟୁନତମ ରାଶି ରଖିବାର ଆବଶ୍ୟକତା ହୋଇଥାଏ ଏବଂ ଅନ୍ୟ ଶୁଳ୍କ ମଧ୍ୟ ଦେବାକୁ ହୋଇଥାଏ।

ଏବେ ଫ୍ରୀରେ ମିଳିବ ଏହି ସୁବିଧା

ଆର୍ଥିକ ସମାବେଶ ଅଭିଯାନ ଦ୍ବାରା ବ୍ୟାଙ୍କ ଠାରୁ ବିଏମବିଡି ଖାତାର ସୁବିଧା ଦେବାକୁ କୁହାଯାଇଛି। ଏଥିରେ ବିନା କୌଣସି ଶୁଳ୍କରେ କିଛି ନ୍ୟୁନତମ ସୁବିଧା ଉପଲବ୍ଧ କରାଯାଉଥିଲା। ରିଜର୍ଭ ବ୍ୟାଙ୍କ୍ କହିଲେ ଯେ ବ୍ୟାଙ୍କ୍ ନ୍ୟୁନତମ ସୁବିଧା ବ୍ୟତୀତ ଅତିରିକ୍ତ ମୂଲ୍ୟ ବ୍ରୁର୍ଦ୍ଧିତ ସେବା ଦେବା ପାଇଁ ସ୍ବତନ୍ତ୍ର ଅଟେ। ଅତିରିକ୍ତ ସୁବିଧା ଉପଲବ୍ଧ କରାଇବା ଦ୍ବାରା ଏହି ଖାତା ବିଏସବିଡି ଖାାତ ହେବ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କ୍ ଏହି ମଧ୍ୟ କହିଛନ୍ତି ଯେ ଅତିରିକ୍ତ ସେବାର ଉପଲବ୍ଧିକୁ ନେଇ ବ୍ୟାଙ୍କର ଗ୍ରାହକଙ୍କୁ ନ୍ୟୁନତମ ରାଶି ଦେବାକୁ କହିବା ଉଚିତ ନୁହେଁ। ବିଏସବିଡି ଖାତା ନିୟମ ଦ୍ବାରା ଖାତାଧାରକଙ୍କୁ ନ୍ୟୁନତମ ରାଶି ରଖିବରେ ଆବଶ୍ୟକତା ନାହିଁ ଏବଂ ସେମାନଙ୍କୁ କିଛି ନ୍ୟୁନତମ ସୁବିଧା ମାଗଣାରେ ମିଳିଥାଏ।

ଏଟିଏମରେ ଚାରିଥର ଫ୍ରିରେ ବାହାର କରିପାରିବେ ଟଙ୍କା

ବିଏସବିଡି ଖାତା ନିୟମ ଦ୍ବାରା ଖାତାଧାରକଙ୍କୁ ନ୍ୟନୁତମ ରାଶି ରଖିବାର ଆବଶ୍ୟକତା ନାହିଁ ଏବଂ ସେମାନଙ୍କୁ କିଛି ନ୍ୟୁନତମ ସୁବିଧା ମାଗଣାରେ ମିଳିଥାଏ। ଏହି ସୁବିଧା ଦ୍ବାରା ଏଟିଏମରୁ ଗୋଟେ ମାସରେ ଚାରି ଥର ଟଙ୍କା ଉଠାଇପାରିବେ। ବ୍ୟାଙ୍କ୍ ଶାଖାରେ ଜମା ତଥା ଏଟିଏମ କାର୍ଡ ସାମିଲ ରହିଛି। ଏହି ଖାତାରେ ଗୋଟେ ମାସରେ ଜମା ରାଶିର ସଂଖ୍ୟା ଏବଂ ମୂଲ୍ୟ ଉପରେ କୌଣସି ସିମା ରହିନାହିଁ।

Pritiparna

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

7 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

32 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

41 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago