ବ୍ୟବସାୟ ଓ ଅର୍ଥନୀତି

ଯଦି ଆପଣ ବି ବ୍ୟାଙ୍କର ଗ୍ରାହକ ତେବେ ଜାଣିନିଅନ୍ତୁ ଏହି ନିୟମ, ମାର୍ଚ୍ଚ ମାସରେ ବଦଳିଛି ଏହିସବୁ ନିୟମ

ନୂଆବର୍ଷର ଆରମ୍ଭରୁ ହିଁ ଦେଶବାସୀଙ୍କୁ ମହଙ୍ଗା ମାଡ଼ ହେବାରେ ଲାଗିଛି। ଏହାସହିତ ପ୍ରତିମାସ ଆରମ୍ଭରୁ ମୌଳିକ ତଥା ଦରକାରୀ ଜିନିଷ ଉପରେ ଦର ବୃଦ୍ଧି ହେବାରେ ଲାଗିଛି। ଏବେ ମାର୍ଚ୍ଚ ମାସ ଆରମ୍ଭ ହେଲାଣି। ବର୍ଷ ଆରମ୍ଭରୁ ମହାମାରୀ ମଧ୍ୟରେ ପୂଜାପର୍ବ ପାଳନ ହେଉଛି ସତ; କିନ୍ତୁ ଏହାରି ମଧ୍ୟରେ ସବୁ ଜିନିଷର ଦରଦାମ ବଢ଼ୁଛି। ଯାହାର ଶିକାର ହେଉଛନ୍ତି ସାଧାରଣ ଜନତା।

ତେବେ ଗ୍ରାହକଙ୍କ ପ୍ରଥମ ପ୍ରଶ୍ନ ତଥା ଅପେକ୍ଷା ରହିଥାଏ ରୋଷେଇ ଗ୍ୟାସକୁ ନେଇ ଏହାପରେ ଗାଡ଼ି ତେଲ ଦରକୁ ନେଇ। ଘର ଭିତରେ ହେଉ ଅବା ବାହାରେ ସୁବଠି ତେଲ ଦର ମାଡ଼ ହେବାରେ ଲାଗିଛି। ଘର ଭିତରେ ଗୃହିଣୀ ରୋଷେଇ ସହ ରନ୍ଧା ତେଲ ଦରର ମାଡ଼ ସହୁଥିବା ବେଳେ ଘର ବାହାରକୁ ଯାଉଥିବା ପ୍ରତ୍ୟେକ ଲୋକ ପେଟ୍ରୋଲ ତଥା ଡିଜେଲ ତେଲର ମାଡ଼ ସହୁଛନ୍ତି। କିଛି ଜଣଙ୍କ ଉପରେ ପ୍ରତ୍ୟକ୍ଷ ଭାବେ ଏହି ମାଡ଼ ବସୁଥିବା ବେଳେ ଅନ୍ୟମାନଙ୍କୁ ପରୋକ୍ଷ ଭାବେ ଏହି ମାଡ଼ ବାଜୁଛି।

ମାର୍ଚ୍ଚ ପହିଲାରୁ ହିଁ କ୍ଷୀର ଦରକୁ ମଧ୍ୟ ବଢ଼ାଯାଇଛି। ଅମୁଲ ଓ ପରାଗ ଡାଏରୀ ଉପରେ ପ୍ରତି ଲିଟରକୁ ଏବେ ୨ଟଙ୍କା ବଢ଼ାଯାଇଛି।ଏହାସହିତ ବଢ଼ିଛି ଦୈନିକ ଜୀବନରେ ବ୍ୟବହାର ହେଉଥିବା ସବୁ ଜିନିଷ। କେବଳ ଏତିକି ନୁହେଁ ବରଂ ପୋଷ୍ଟ ଅଫିସ ସମେତ ବ୍ୟାକିଂ ସହ ଜଡ଼ିତ ସବୁ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜଧାନୀ ଦିଲ୍ଲୀରେ ଏହାର ଦାମ ୧୦୫ ଟଙ୍କା ଓ କୋଲକତା ରେ ୧୦୮ ଟଙ୍କା ମହଙ୍ଗା ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର। ଏହାସହ ୫ କିଲୋର ବାଣିଜ୍ୟିକ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୨୭ ଟଙ୍କା ବଢ଼ାଯାଇଛି।ଯାହାର ସିଧା ପ୍ରଭାବ ଲୋକଙ୍କ ପକେଟ ଉପରେ ପଡ଼ିବ। ତେଣୁ ଏବେଠୁ ଜାଣିନିଅନ୍ତୁ ଯାହା ପାଇଁ ପୂରା ମାସ ସାରା ସତର୍କ ରହିବେ।

ଆଇପିବି:
ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଏବେ ଡିଜିଟାଲ ସେଭିଙ୍ଗସ୍‌ ଆକାଉଣ୍ଟ ପାଇଁ କ୍ଲୋଜର ଚାର୍ଜ ନେବ । ତେଣୁ ଏହାର ପ୍ରତ୍ୟେକ ଗ୍ରାହକ ଏବେ ଏହି ଚାର୍ଜ ଦେବାକୁ ବାଧ୍ୟ ହେବେ। ଏଥିରେ ଆପଣ ୧୫୦ ଟଙ୍କା ଜିଏସଟି ଚାର୍ଜ ଦେବେ। ଏହା ଆସନ୍ତା ୫ ମାର୍ଚ୍ଚରେ ଲାଗୁ ହେବ।

ଲାଇଫ ସାର୍ଟିଫିକେଟ:
ଚଳିତ ମାସରୁ ଆପଣ ଲାଇଫ ସାର୍ଟିଫିକେଟ ଜମା କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ପାଇବେ। ଆସନ୍ତା ୨୮ ଫେବୃଆରୀ ପର୍ଯ୍ୟନ୍ତ ଏହି ସମୟ ମିଳିବ। ସରକାର ଶେଷ ଥର ପାଇଁ ଏମିତି ସମୟକୁ ବଢ଼ାଇଛନ୍ତି। ଯଦି ଆପଣ ସମୟ ପୂର୍ବରୁ ନିଜର ଜୀବନ ପ୍ରମାଣ ପତ୍ର ଜମା କରିବେ ନାହିଁ ତେବେ ଆପଣଙ୍କ ପେନସନ ବନ୍ଦ ହୋଇଯିବ।

ଆଇଏଫସି କୋଡ:
ସବୁଠୁ ବଡ଼ କଥା ହେଉଛି ଏବେ ବ୍ୟାଙ୍କ ନିଜର ଆଇଏଫସି କୋଡକୁ ବଦଳାଇଛନ୍ତି। ଡ଼ିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ ଏବଂ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ନିଜର ପୁରୁଣା ଆଇଏଫସି କୋଡକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣ ଏହି ବ୍ୟାଙ୍କର ଗ୍ରାହକ ତେବେ ଶୀଘ୍ର ଯାଇ ଚେକ୍‌ କରନ୍ତୁ। ଏବେ ସମସ୍ତ ଗ୍ରାହକଙ୍କ ପୁରୁଣା କୋଡକୁ ବନ୍ଦ କରାଇ ଦିଆଯାଇଛି।

ଏହାସହ ପଢ଼ନ୍ତୁ: ଅଣସଂରକ୍ଷିତ ଟିକେଟକୁ ନେଇ ଆଉ ହେବନାହିଁ ସମସ୍ୟା, ରେଳ ମନ୍ତ୍ରୀ ଲାଗୁ କଲେ ନୂଆ ବ୍ୟବସ୍ଥା

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

24 seconds ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

2 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

43 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

57 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago