ଦେଶ ବିଦେଶ

ଖାରକିଭ୍‌ର ପୋଲିସ ମୁଖ୍ୟାଳୟ ଉପରେ ରୁଷର ରକେଟ ମାଡ଼, ବିଲିଡିଂ ଛିନ୍‌ଛତ୍ର

ଆଜି ୬ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷର ବାରମ୍ବାର ଆକ୍ରମଣରେ ଧରାଶାୟୀ ହେଲାଣି ୟୁକ୍ରେନ । ତଥାପି ରୁଷର ମନ ମାନୁନି। ରୁଷ ମିଶାଇଲ ମାଡ଼ କରିବା ପରେ ଏବେ ପରମାଣୁ ବୋମା ପକାଇବା ପାଇଁ ଯୋଜନା କରୁଛି। ଆଉ ଏପରି ହେଲେ ସବୁକିଛି ଛାରଖାନର ହୋଇଯିବ। ଏହା ମଧ୍ୟରେ ବି କିଭ୍‌ ପରେ ଖାରକିଭକୁ ଟାର୍ଗେଟ କରିଛି ରୁଷ । ଖାରକିଭ ପୋଲିସ ମୁଖ୍ୟାଳୟ ଉପରେ ରୁଷର ରକେଟ ମାଡ଼।

ରୁଷର ରକେଟ ମାଡ଼ରେ ଖାରକିଭ ପୋଲିସ ମୁଖ୍ୟାଳୟ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଛି। ଖାରକିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ । ୟୁକ୍ରେନର ଦ୍ୱିତୀୟ ବୃହତ ସହର ଖାରକିଭରେ ଶକ୍ତିଶାଳୀ ବିସ୍ଫୋରଣ କରିଛି । ରୁଷ ସେନା ଆଗକୁ ବଢୁଥିବା ବେଳେ ପ୍ରତିହତ କରୁଛି ୟୁକ୍ରେନ ସେନା । ଋଷ ସେନା ଗୁଳିମାଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୨ ଜଣ ଆହତ ହୋଇଛନ୍ତି।

ଖାରକିଭ୍‌ରେ ପୂର୍ବରୁ ରୁଷ କେବଳ ଏୟାରଷ୍ଟ୍ରାଇକ କରୁଥିଲା । ଏବେ ଖାରକିଭରେ ଏୟାରଫୋର୍ସ ଓହ୍ଲାଇଛି। ପାରାଚୁଟରେ ଓହ୍ଲାଇ ଖାରକିଭରେ ଥିବା ଏକ ମିଲିଟାରୀ ମେଡିକାଲ ସେଣ୍ଟର ଉପରେ ଆକ୍ରମଣ କରିଛି ରୁଷସେନା। ଆବାସିକ ଅଞ୍ଚଳରେ ବି ଆକ୍ରମଣ ହେଉଛି । ରୁଷ ସେନା ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଖେରସନକୁ ନିଜ କବଜାକୁ ରୁଷ ସେନା ନେଇଥିବା ଦାବି କରିଛି । ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରୁଛି ରୁଷ ।

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

18 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

32 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

47 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

57 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago