ଦେଶ ବିଦେଶ

ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା-ଆମେ ୟୁକ୍ରେନ୍‌କୁ ସେନା ପଠାଇବୁନୁ, କିନ୍ତୁ ରୁଷକୁ ମନ ଇଚ୍ଛା କାମ କରିବାକୁ ବି ଦେବୁନି

ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଷ୍ଟେଟ୍‌ ଅଫ୍‌ ଦ ୟୁନିୟନ୍‌ ଆଡ୍ରେସ୍‌ ହୋଇଛି। ଏ ଅବସରରେ ଜୋ ବାଇଡେନ୍‌ ଦେଶକୁ ସମ୍ବୋଧିତ କରିଛନ୍ତି। ବାଇଡେନ୍‌ କହିଛନ୍ତି, ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରି ବଡ଼ ଭୁଲ କରି ଦେଇଛି। ବାଇଡେନ୍‌ ପୁଟିନ୍‌ଙ୍କୁ ଆକ୍ରମଣକାରୀ ବୋଲି କହିବା ସହ ଆମେରିକା ନାଟୋ ସହଯୋଗୀଙ୍କୁ ସବୁବେଳେ ସାହାଯ୍ୟ କରିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହା ବାଇଡେନ୍‌ଙ୍କ ପ୍ରଥମ ଷ୍ଟେଟ୍‌ ଅଫ୍‌ ଦ ୟୁନିୟନ୍‌ ଆଡ୍ରେସ୍‌ ଥିଲା। କାର୍ଯ୍ୟକ୍ରମରେ ୟୁକ୍ରେନ୍‌ର ରାଷ୍ଟ୍ରଦୂତ ମଧ୍ୟ ଉପସ୍ଥିତ ଥିଲେ।

ବାଇଡେନ୍‌ କହିଛନ୍ତି, ଆମେରିକାର ସେନା ରୁଷ ସହ ସିଧାସଳଖ ଯୁଦ୍ଧ କରିବେ ନାହିଁ। କିନ୍ତୁ ରୁଷକୁ ମନମାନୀ କରିବାକୁ ଦେବ ନାହିଁ। ଆମେରିକା ରୁଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛି। ଆମେ ଆମ ସତ ସହ ରୁଷର ମିଛର ମୁକାବିଲା କରୁଛୁ। ଆମେ ୟୁକ୍ରେନ୍‌ ସୈନ୍ୟକୁ ଆର୍ଥିକ ସହାୟତା ଓ ମାନବୀୟ ସହାୟତା ଯୋଗାଉଛୁ ବୋଲି କହିଛନ୍ତି ବାଇଡେନ୍‌।

ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି, ଆମେରିକା ଓ ସହଯୋଗୀ ଦେଶ ମିଶି ନାଟୋ କ୍ଷେତ୍ରର ପ୍ରତିଟି ଇଞ୍ଚ୍‌କୁ ରକ୍ଷା କରିବେ। ୟୁକ୍ରେନ୍‌ବାସୀ ପୂରା ସାହସର ସହ ଏହି ଯୁଦ୍ଧରେ ଲଢ଼ୁଛନ୍ତି। ପୁଟିନ୍‌ ଯୁଦ୍ଧ କ୍ଷେତ୍ରରେ ଆଗରେ ଥିଲେ ମଧ୍ୟ ଭବିଷ୍ୟତରେ ରୁଷକୁ ବଡ଼ ପରିଣାମ ଭୋଗିବାକୁ ପଡ଼ିବ। ଆମେରିକା ଏବେ ୟୁରୋପୀୟାନ୍‌ ସଂଘ ସହ ମିଶି କାମ କରୁଛି। ୟୁରୋପୀୟ ସହଯୋଗୀଙ୍କ ସହ ମିଶି ରୁଷରେ ଶାସନ କରୁଥିବା ଲୋକଙ୍କ ଜଳ ଜାହାଜ, ଲଗ୍‌ଜ୍ୟୁରୀ ଆପାର୍ଟମେଣ୍ଟ, ପର୍ସନାଲ ଜେଟ୍‌ ବିମାନକୁ ଜବତ କରାଯାଉଛି। ଫଳରେ ସେମାନେ ରୁଷକୁ ଆର୍ଥିକ ସହାୟତା କରିପାରିବେ ନାହିଁ ଓ ରୁଷ ଧୀରେ ଧୀରେ ଦୁର୍ବଳ ହେବ ବୋଲି କହିଛନ୍ତି ବାଇଡେନ୍‌।

Read Also: ୟୁକ୍ରେନ୍‌ ଉପରେ ତୁହାକୁ ତୁହା ମିସାଇଲ୍‌ ମାଡ଼ କରୁଛି ରୁଷ, ମାଇନସ୍‌ ତାପମାତ୍ରାରେ ଫସିଛନ୍ତି ହଜାର ହଜାର ଭାରତୀୟ

WCW 11

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

14 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

24 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

35 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

2 hours ago