ବ୍ୟବସାୟ ଓ ଅର୍ଥନୀତି

ଟିଭି, ଫ୍ରିଜ, ଏସି ହୋଇପାରେ ମହଙ୍ଗା, ଶିଳ୍ପ ବଜାରରେ କରୋନା ମାଡ଼

ଯଦି ଆପଣ ଟିଭି କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କିଣିନିଅନ୍ତୁ। କାହିଁକି ନା ଆସନ୍ତା ମାସରେ ଟିଭି ମହଙ୍ଗା ହୋଇପାରେ। ଟିଭି ୧୦ % ମହଙ୍ଗା ହୋଇପାରେ ବୋଲି ଖବର ମିଳିଛି। ଭାରତକୁ ଅଧିକାଂଶ ଓପନ ସେଲ୍‌ ଟିଭି ପ୍ୟାନେଲ ଚାଇନାରୁ ସପ୍ଲାଇ ହୋଇଥାଏ। ଚାଇନାରେ କରୋନା ଭାଇରସ ଯୋଗୁ ଟିଭି ଯନ୍ତ୍ରାଂଶ ଉତ୍ପାଦନ ବନ୍ଦ ହୋଇଯାଇଛି। କିଛି ମାନୁଫାକଚରିଂ ଫାସିଲିଟିରେ କାମ ଆରମ୍ଭ ହୋଇଛି। ମାତ୍ର ସେଗୁଡିକ ପୂର୍ଣ୍ଣ କ୍ଷମତାରେ ଏବେ ଯାଏ ଚାଲି ପାରିନାହିଁ। ଏଥି ଯୋଗୁ ଭାରତକୁ ଯୋଗାଣ ପ୍ରଭାବିତ ହୋଇଛି। ସୂଚନା ଯୋଗ୍ୟ ମୋଟ ଟିଭି ମୂଲ୍ୟରେ ପ୍ୟାନେଲର ଅଂଶ ୬୦% ରହିଥାଏ।

ଏହାକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଉତ୍ପାଦନ ଏବଂ ଯୋଗାଣର ସ୍ଥିତି ସୁଧୁରିବା ଲାଗି ଅତି କମରେ ୩ ମାସ ସମୟ ଲାଗିବ। ଏହି ସମୟ ମଧ୍ୟରେ ଟିଭି ଦାମ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଭାରତରେ ଟିଭି ଉତ୍ପାଦନ ୩୦ରୁ ୫୦% ହ୍ରାସ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏହାସହିତ ଫ୍ରିଜ ଏବଂ ଏସି ମଧ୍ୟ ମହଙ୍ଗା ହେବାର ସମ୍ଭାବନା ରହିଛି। ପୂର୍ବରୁ ଡିପ୍‌ ଫ୍ରିଜର ମଧ୍ୟ ୨.୫% ମୂଲ୍ୟ ବୃଦ୍ଧି ଘଟିଛି। ଅଧିକାଂଶ କମ୍ପାନୀ ଚାଇନାରୁ ଫ୍ରିଜ ଏବଂ ଏସିର କମ୍ପ୍ରେସର ମଗାଇଥାନ୍ତି। କରୋନା ଯୋଗୁ ସେଠାରେ ସ୍ଥିତି ସ୍ୱାଭାବିକ ହୋଇ ନ ଥିବାରୁ ଭାରତରେ ଏହାର ପ୍ରଭାବ ପଡିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। କରୋନା ଯୋଗୁ ଚାଇନାରେ ସ୍ଥିତି ସୁଧାର ନ ଆସିଲେ ଆଗାମୀ ଦିନରେ ସୋଲାର ପ୍ୟାନେଲ, ଫାର୍ମା, ପ୍ଲାଷ୍ଟିକ ଏବଂ ଜେମ୍ସ ଆଣ୍ଡ ଜୁଏଲେରୀ ଶିଳ୍ପ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେବ ବୋଲି କୁହାଯାଉଛି।

Swagatika

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

5 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

27 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

34 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

48 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago