ବ୍ୟବସାୟ ଓ ଅର୍ଥନୀତି

ଭୁବନେଶ୍ବରରେ କମିଲା ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ…

ତୈଳ କମ୍ପାନୀଗୁଡିକ ଜାରି କରିଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଆସିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୬୮ ପଇସା ରହିଛି । ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୮୬ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୪୬ ପଇସା ରହିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।
ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

 

Barsha

Recent Posts

କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ…

4 mins ago

ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ, FIR ପଞ୍ଜିକୃତ; ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ଏହି ଘଟଣାରେ ମୁମ୍ବାଇ ସାଉଥ୍‌ ସାଇବର ଥାନାରେ…

10 mins ago

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର…

30 mins ago

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି…

34 mins ago

ଆଜି ହେଉଛି ତିନି ଦିନିଆ ରଜ ଉତ୍ସବର ଶେଷ ଦିନ, ଆସନ୍ତାକାଲି ବସୁମତି ସ୍ନାନ

ରାତି ପାହିଲେ ହେବ ବସୁମତୀ ସ୍ନାନ । ତେଣୁ ଆଜି ହେଉଛି ସେହି ରଜ ପର୍ବର ଶେଷ ଦିନ ।…

38 mins ago

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

48 mins ago