ନୂଆଦିଲ୍ଲୀ : ମହଙ୍ଗା ହେଲା ଡିଜେଲ୍ । ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦଳ ବୃଦ୍ଧି ପରେ ବଢିଛି ଡିଜେଲ୍ ଦର । ଅଏଲ୍ ମାର୍କେଟିଂ କମ୍ପାନି ବଲ୍କ କଷ୍ଟମର୍ସଙ୍କ ପାଇଁ ଡିଜେଲ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି । ବିପୁଳ ପରିମାଣରେ ପେଟ୍ରୋଲ୍ ଓ ଡିଜେଲ୍ କ୍ରୟ କରୁଥିବା ସଂସ୍ଥା ବ୍ଲକ୍ ୟୁଜର୍ସ ଶ୍ରେଣୀରେ ଆସିଥାନ୍ତି । ଏଥିରେ ପ୍ରତିରକ୍ଷା ପ୍ରତିଷ୍ଠାନ, ରେଲୱେ ଏବଂ ବିଭିନ୍ନ ଟ୍ରାନ୍ସପୋର୍ଟ କର୍ପୋରେସନ୍, ପାୱାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ପ୍ଲାଣ୍ଟ ଏଥିରେ ସାମିଲ । ହେଲେ ସାଧାରଣ ଗ୍ରାହକଙ୍କ ପାଇଁ ଡିଜେଲ୍ ଦରରେ କୌଣସି ବୃଦ୍ଧି ହୋଇ ନାହିଁ । ତେବେ ବଲ୍କ କଷ୍ଟମର୍ସଙ୍କ କ୍ଷେତ୍ରରେ ଦର ବୃଦ୍ଧି ସାଧାରଣ ଗ୍ରାହକଙ୍କୁ ପରୋକ୍ଷରେ ପ୍ରଭାବ ପକାଇବ ।
ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ଦିଲ୍ଲୀର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କାରେ ପହଞ୍ଚିଛି। ମୁମ୍ବାଇର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୨୨.୦୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ପମ୍ପରେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୧୪ ଟଙ୍କା ରହିଛି।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…