Below header

ମହଙ୍ଗା ହେଲା ଡିଜେଲ, ଲିଟର ପିଛା ୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ମହଙ୍ଗା ହେଲା ଡିଜେଲ୍‌ । ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦଳ ବୃଦ୍ଧି ପରେ ବଢିଛି ଡିଜେଲ୍‌ ଦର । ଅଏଲ୍‌ ମାର୍କେଟିଂ କମ୍ପାନି ବଲ୍‌କ କଷ୍ଟମର୍ସଙ୍କ ପାଇଁ ଡିଜେଲ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି । ବିପୁଳ ପରିମାଣରେ ପେଟ୍ରୋଲ୍‌ ଓ ଡିଜେଲ୍‌ କ୍ରୟ କରୁଥିବା ସଂସ୍ଥା ବ୍ଲକ୍‌ ୟୁଜର୍ସ ଶ୍ରେଣୀରେ ଆସିଥାନ୍ତି । ଏଥିରେ ପ୍ରତିରକ୍ଷା ପ୍ରତିଷ୍ଠାନ, ରେଲୱେ ଏବଂ ବିଭିନ୍ନ ଟ୍ରାନ୍ସପୋର୍ଟ କର୍ପୋରେସନ୍‌, ପାୱାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ପ୍ଲାଣ୍ଟ ଏଥିରେ ସାମିଲ । ହେଲେ ସାଧାରଣ ଗ୍ରାହକଙ୍କ ପାଇଁ ଡିଜେଲ୍‌ ଦରରେ କୌଣସି ବୃଦ୍ଧି ହୋଇ ନାହିଁ । ତେବେ ବଲ୍‌କ କଷ୍ଟମର୍ସଙ୍କ କ୍ଷେତ୍ରରେ ଦର ବୃଦ୍ଧି ସାଧାରଣ ଗ୍ରାହକଙ୍କୁ ପରୋକ୍ଷରେ ପ୍ରଭାବ ପକାଇବ ।

ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ଦିଲ୍ଲୀର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କାରେ ପହଞ୍ଚିଛି। ମୁମ୍ବାଇର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୨୨.୦୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ପମ୍ପରେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୧୪ ଟଙ୍କା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.