ଏବେ ବିନା ଇଣ୍ଟରନେଟର ଜି-ମେଲର ବ୍ୟାକଅପକୁ କରିପାରିବେ ରିଷ୍ଟୋର, ଜାଣନ୍ତୁ କିପରି
ଗୁୁଗୁଲ ତାର ୟୁଜର୍ସଙ୍କ ପାଇଁ ବିଭିନ୍ନ ପ୍ରକାର ଫିଚର ଆଣିଥାଏ। ଏବେ କିନ୍ତୁ ଗୁଗୁଲର ନୂଆ ଫିଚର ରହିଛି ସବୁଠୁ ଅଲଗା। ଯାହାଦ୍ୱାରା ଆପଣ ଡିଲେଟ ମେସେଜକୁ ବ୍ୟାକଅପ କରିପାରିବେ। ସେ ପୁଣି ବିନା ଇଣ୍ଟରନେଟରେ। କେମିତି ଭାବୁଛନ୍ତି, ଭିିଡ଼ିଓରୁ ଜାଣନ୍ତୁ ଫର୍ମୁଲା..
ଗୁୁଗୁଲର ଜିମେଲ ଏକ ବଡ଼ ପ୍ଲାଟଫର୍ମ। ଯେଉଁଥିରେ ଲକ୍ଷାଧିକ ଲୋକ ଯୋଡ଼ି ହୋଇ ଅଛନ୍ତି। ଏଠାରେ ପ୍ରତି ଦିନ ହଜାର ହଜାର ଲୋକ କମ୍ୟୁନିକେସନ କରିଥାନ୍ତି। ଏଥିରେ ଖୁବ ଗୁରୁତ୍ୱପୂର୍ଣ୍ଣ ଖବରକୁ ସେୟାର କରାଯାଇଥାଏ। ଏହି ସବୁ ଡାଟା ଗୁଗଲ କ୍ଲାଉଡରେ ସେଭ ହୋଇ ରହିଥାଏ। କିନ୍ତୁ ଏହାର ବ୍ୟାକଅପ ପାଇଁ ଇଣ୍ଟରନେଟର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଆଜି ଆମେ ଯେଉଁ ଟେକନିକ ସମ୍ପର୍କରେ କହିବୁ। ସେଥିରେ ଆପଣ ବିନା ଇଣ୍ଟରନେଟରେ ଏହି କାମ କରିପାରିବେ। ନେଟର ଦରକାର ପଡ଼ିବ ନାହିଁ ।
ଗୁଗୁଲ ଅନେକ ଅଫର୍ସ ଦେଇଥାଏ। ଯାହା ଦ୍ୱାରା ଡିଲେଟ ମେସେଜର ମଧ୍ୟ ବ୍ୟାକଅପ ପାଇପାରିବେ। ତେଣୁ ଯଦି ଆପଣ ବି ଜିମେଲ ଅନ୍ତର୍ଗତ ଜରୁରୀ ମେସେଜକୁ ରିଷ୍ଟୋର କରିବାକୁ ଚାହୁଁଥାନ୍ତି ତେବେ ଆପଣ ବିନା ଇଣ୍ଟରନେଟରେ ମଧ୍ୟ ଏହାକୁ ଆକ୍ସେସ କରିପାରିବେ।
ଫଲୋ କରନ୍ତୁ ଏହି ଷ୍ଟେପ:
– ପ୍ରଥମେ ଗୁଗୁଲ କ୍ରୋମରେ ଜିମେଲ ଆକାଉଣ୍ଟକୁ ଲଗଇନ କରନ୍ତୁ।
– ଏବେ ଡାହାଣ ପାଖରେ ସେଟିଂ ବଟନକୁ କ୍ଳିକ କରନ୍ତୁ।
– ଏବେ ମେନ୍ୟୁ ବାରରେ ସେଟିଂ ଫର ଅଲ ଅପସନକୁ ଯାଆନ୍ତୁ।
– ଦିଆଯାଇଥିବା ଅଫ ବଟନକୁ କ୍ଲିକ କରନ୍ତୁ।
– ଏହାପରେ ଏନବେଲ ଅଫଲାଇନ ମେଲକୁ ସିଲେକ୍ଟ କରନ୍ତୁ।
– ନିଜ ଟାଇମ ଲାଇନ ପାଇଁ ଅଫଲାଇନ ମେସେଜ ଏବଂ ପ୍ରିଫରେନ୍ସକୁ ସିଲେକ୍ଟ କରନ୍ତୁ।
– ଏବେ ସେଭ ଅପସନ ଉପରେ କ୍ଳିକ କରନ୍ତୁ।
ଏହି ପ୍ରୋସେସ ପରେ ଆପଣ ଯେବେବି ଅଫଲାଇନ ରହିବେ ନିଜ ସିଲେକ୍ଟ କରାଯାଇଥିବା ମେସେଜକୁ କ୍ରୋମରେ mail.google.com ରେ ଯାଇ ଦେଖିପାରିବେ। ଏହାକୁ ଆପଣ ଚାହିଁଲେ ଜିମେଲ ମେସେଜ କୁ ଡାଉନ ଲୋଡ କରି କିମ୍ବା ଆର୍ଚିଭ କରି ରଖିପାରିବେ।
ଜାଣନ୍ତୁ ଏବେ କିପରି ସେଭ କରିବେ:
-ପ୍ରଥମେ ଗୁୁଗୁଲରେ ମାଇ ଆକାଉଣ୍ଟ କୁ ଖୋଲନ୍ତୁ।
-ପରେ ମ୍ୟାନେଜ ଡାଟା ଏବଂ ପର୍ସନାଲାଇଜ ବିକଳ୍ପ ଉପରେ କ୍ଳିକ କରନ୍ତୁ।
-ଏହାପରେ ଡାଟା ସେକସନର ଡାଉନଲୋଡ ଅପସନକୁ ଯାଆନ୍ତୁ।
– ପରେ ସେହି ମେସେଜକୁ ସିଲେକ୍ଟ କରି ଯାହାକୁ ଆପଣ ଆର୍ଚିଭ କରିବାକୁ ଚାହୁଁ ଛନ୍ତି କିମ୍ବା ଡାଉନଲୋଡ କରିଛନ୍ତି ତେବେ ତାହାକୁ ଚେକ ବକ୍ସରେ କ୍ଲିକ କରନ୍ତୁ।
-ଏହାପରେ ଆପଣ ନିଜ ଡାଟାକୁ ସେଭ ବା ଡାଉନଲୋଡ କରିପାରିବେ।