ଧର୍ମଶାଳା ଅଞ୍ଚଳରୁ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ମୋବାଇଲ ଜବତ କଲା ଚାନ୍ଦବାଲି ପୋଲିସ

ଯାଜପୁର (କେନ୍ୟୁଜ୍): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ବଢୁଛି ରହସ୍ୟ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ମାନସର ମୋବାଇଲ ଜବତ କରିଛି ଚାନ୍ଦବାଲି ପୋଲିସ । ଗତ ମାସେ ତଳେ କାମ କରିବାକୁ ଯାଇଥିବା ଜଣେ ଶ୍ରମିକ ଶଙ୍ଖାରିଢିହ ନିକଟ ରାସ୍ତାକଡରେ ପଡିଥିବା ଏକ ମୋବାଇଲ ପାଇଥିଲା ।

ପରେ ମୋବାଇଲକୁ ଏକ ପାନ ଦୋକାନୀକୁ ଦେଇଥିଲା । ଏହାପରେ ମୋବାଇଲକୁ ଫୋନ ଆସିବାରୁ ଦୋକାନୀ ଜଣକ ଠିକଣା କହିଥିଲେ । ଚାନ୍ଦବାଲି ପୋଲିସ ଆସି ମୋବାଇଲ ଫୋନ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.