Below header

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା, ଭିଡିଓ ସେୟାର କରି କହିଲେ ‘ପଖାଳ ମୋର ପସନ୍ଦ’

ଭୁବନେଶ୍ବର(କେନ୍ୟୁଜ୍): ପଖାଳ ଦିବସରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରମ୍ପରିକ ଓଡ଼ିଆ ବାସନରେ ପଖାଳ ସହ ନାନା ବ୍ୟଞ୍ଜନ ଖାଇଛନ୍ତି ନବୀନ। ପଖାଳ ମୋର ପସନ୍ଦ ବୋଲି ସେ କହିଛନ୍ତି। ଏହା ସହ ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଖାଲି ସେତିକି ନୁହେଁ, ନିଜେ ପଖାଳ ଖାଉଥିବାର ଭିଡିଓକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର କରିଛନ୍ତି । ଯାହାକୁ ମାତ୍ର କିଛି ମିନିଟ୍ ଭିତରେ ଶହ ଶହ ଲୋକ ପସନ୍ଦ କରିବା ସହିତ ଏହାକୁ ସେଆର କରୁଛନ୍ତି ।

ପଖାଳ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ବେଶି ମନେ ପଡ଼େ। ମଧ୍ୟାହ୍ନ ଭୋଜନରେ ଧନୀଠାରୁ ଗରିବ, ସମସ୍ତେ ଖୋଜନ୍ତି ପଖାଳ କଂସା। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.