Below header

ହୋଲିରେ ସ୍ୱେଚ୍ଛାସେବୀ ସଂଗଠନ କଲା ଏଭଳି କାମ ସମସ୍ତେ ପ୍ରଶଂସା କରୁଛନ୍ତି

ଜଗତସିଂହପୁର (କେନ୍ୟୁଜ୍‌) : ଦୁଇ ବର୍ଷ କରୋନା କଟକଣା ପରେ ଏଥର ରାଜ୍ୟର ସବୁଠି ଧୁମ୍‌ଧାମ୍‌ରେ ଖେଳ ହୋଇଛି ରଙ୍ଗର ପର୍ବ ହୋଲି। ତେବେ ଜଗତସିଂହପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ଏହାକୁ ନିଆରା ଭାବେ ପାଳନ କରିଛି । ହୋଲି ଅବସରରେ ଏହାର ସଦସ୍ୟମାନେ ଅସହାୟଙ୍କ ସହାୟତା କରିଛନ୍ତି । କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତ ଅନ୍ତର୍ଗତ ସାହାରାଡିଆ ଗ୍ରାମର ହରେକୃଷ୍ଣ ପ୍ରଧାନଙ୍କ ପୁଅ ରଞ୍ଜନ ପ୍ରଧାନଙ୍କ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ମଲ୍ହାସାହି ପଞ୍ଚାୟତ ଅନ୍ତର୍ଗତ ଅରଖିଆ ଗ୍ରାମର ସନ୍ତୋଷ ଗୋଛାୟତଙ୍କୁ ମଧ୍ୟ ୧୦ ହଜାର ଟଙ୍କାର ସହାୟତା ରାଶି ଦେଇଛନ୍ତି ।

ସଦସ୍ୟମାନେ ସନ୍ତୋଷ ଗୋଛାୟତଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ଏହି ଅର୍ଥରାଶି ଦେଇଛନ୍ତି । ସେହିପରି ରଞ୍ଜନ ପ୍ରଧାନଙ୍କ ଘରକୁ ଯାଇ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ସନ୍ତୋଷଙ୍କ ପତ୍ନୀ, ରଞ୍ଜନ ଓ ତାଙ୍କ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.