ପ୍ରଥମ ଅଡିସନ୍‌ରେ କାଷ୍ଟିଂ ଡାଇରେକ୍ଟରଙ୍କ ଇଚ୍ଛାକୁ ଏମିତି ପୂରଣ କରିଥିଲେ ନୋରା ଫତେହୀ, ଭାଇରାଲ ହେଉଛି ପୁରୁଣା ଭିଡିଓ କ୍ଲିପ୍‌

ଡ୍ୟାସିଂ ସେନ୍‌ସେସନ୍‌ ନୋରା ଫତେହୀଙ୍କ ଶରୀରର ମୁଭ୍‌ମେଣ୍ଟରେ ଏତେ ଯାଦୁ ଅଛି ଯେ ଯିଏ ଦେଖିବ ଥରକରେ ତାଙ୍କ ଫ୍ୟାନ୍‌ ହୋଇଯିବ। ନୋରା ଯୁଆଡ଼େ ବି ଯାଆନ୍ତି ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେଇଥାନ୍ତି। ସେ ସବୁ ଶୋ’ରେ ସେଣ୍ଟର ଅଫ୍‌ ଆଟ୍ରାକ୍ସନ୍‌ ପାଲଟିଯାଆନ୍ତି। ପ୍ରଥମରୁ ହିଁ ନୋରା ଏମିତି। ଏବେ ତାଙ୍କର ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭାଇରାଲ ହେଉଛି।

ଭିଡିଓ ଦେଖିଲେ ପ୍ରଥମେ ତ ଆପଣ ନୋରାଙ୍କୁ ଚିହ୍ନି ପାରିବେନି। କିନ୍ତୁ ତାଙ୍କ ଠାଣୀ, ବାଣୀ ଦେଖିଲେ ଜାଣିଦେବେ ଯେ ଏ ହିଁ ନେରା ଫତେହୀ। ଏହି ଭିଡିଓଟି ନୋରାଙ୍କ ପ୍ରଥମ ଅଡିସନ୍‌ର ବୋଲି କୁହାଯାଉଛି। ଭିଡିଓରେ ନିଜ ଇଣ୍ଟ୍ରୋଡକ୍ସନ୍‌ ଦେବା ପରେ ନୋରା ନିର୍ଦ୍ଦେଶକଙ୍କ ଡିମାଣ୍ଡରେ ଏକ ଆକ୍ଟ କରୁଛନ୍ତି। ଏହି ଆକ୍ଟିଂ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଦେଖନ୍ତୁ ଭିଡିଓ:

Video Credit: The Viral Video’s

ନୋରା ଫତେହୀଙ୍କ ଏହି ଭିଡିଓ ତାଙ୍କ ଷ୍ଟ୍ରଗଲ ଦିନର। ସେତେବେଳେ ସେ ବଲିଉଡ୍‌ରେ ପାଦ ଥାପି ନଥିଲେ। ଏହି ଭିଡିଓରେ ନୋରାଙ୍କୁ ଚିହ୍ନି ହେଉନାହିଁ। ଭିଡିଓ ଆରମ୍ଭରେ ନୋରା ଏକ ବୋର୍ଡରେ ନିଜ ବିଷୟରେ ସବୁ କିଛି ଲେଖି ଦେଖାଉଛନ୍ତି। ଏହି ବୋର୍ଡରେ ତାଙ୍କ ବୟସ ୨୦ ବର୍ଷ ବୋଲି ଲେଖାଯାଇଛି। ନୋରା ଫତେହୀଙ୍କୁ ନିର୍ଦ୍ଦେଷକ ଏକ ସିଚୁଏସନ୍‌ରେ ଆକ୍ଟିଂ କରିବାକୁ କହୁଛନ୍ତି। ବିପଦରେ ପଡ଼ିଥିଲେ ଉଦ୍ଧାର ପାଇଁ ସେ କେମିତି ଆକ୍ଟିଂ କରିବେ ତାହା କରିବାକୁ କୁହାଯାଇଛି। ଏଥିରେ ନୋରା ପୂରା ଜୀବନ୍ତ ଆକ୍ଟିଂ କରୁଥିବା ଦେଖାଯାଇଛି।

ସୂଚନାଯୋଗ୍ୟ ଯେ ନୋରା ଫତେହୀ ନିଜ ସେନ୍‌ସେସନାଲ ଡ୍ୟାନ୍ସ ସହ ଡେୟାରିଂ ଲୁକ୍ସ ପାଇଁ ଲୋକପ୍ରିୟ। ସବୁ ଦିନ ସେ ନିଜର ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥାନ୍ତି, ଯାହାକୁ ଫ୍ୟାନ୍‌ ବି ଖୁବ୍‌ ପସନ୍ଦ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.