ବ୍ୟବସାୟ ଓ ଅର୍ଥନୀତି

ଆଜିଠୁ ଦେଶରେ ରିଟଲ ସ୍ତରରେ ଆରମ୍ଭ ହେଉଛି ଡିଜିଟାଲ ରୁପି, QR କୋଡ୍‌ ବ୍ୟବହାର କରି ବ୍ୟବସାୟୀଙ୍କୁ ଦେୟ ଦେଇ ହେବ

କେନ୍ୟୁଜ୍: ଆଜିଠୁ ଦେଶରେ ରିଟଲ ସ୍ତରରେ ଆରମ୍ଭ ହେଉଛି ଡିଜିଟାଲ ରୁପି । ପାଇଲଟ ପ୍ରୋଜେକ୍ଟ ଭାବେ ଶୁଭାରମ୍ଭ କରୁଛି ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ସମେତ ଦେଶର କିଛି ସହରରେ ପରୀକ୍ଷାମୂଳକ ଭାବେ ସୁବିଧା ମିଳିବ ।

ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ଗ୍ରାହକ ଓ ବିକ୍ରେତାଙ୍କ ମଧ୍ୟରେ ପ୍ରଚଳିତ ହେବ ଏହି ଡିଜିଟାଲ ରୁପି। ଡିଜିଟାଲ ଟୋକନ ଆକାରରେ ରହିବ ଇ-ରୁପି। ଡିଜିଟାଲ କରେନ୍‌ସୀର ମୂଲ୍ୟ ନୋଟ୍‌ ଓ ମୁଦ୍ରା ଭଳି ରହିବ। ବ୍ୟାଙ୍କ ଜରିଆରେ ମିଳିବ। ବ୍ୟାଙ୍କର ଡିଜିଟାଲ ୱାଲେଟ୍‌ ଜରିଆରେ କାରବାର କରି ହେବ। ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ କିମ୍ବା ବ୍ୟକ୍ତି-ବ୍ୟବସାୟୀ ମଧ୍ୟରେ ନେଣଦେଣ ହୋଇ ପାରିବ ଇ ରୁପି।

QR କୋଡ୍‌ ବ୍ୟବହାର କରି ବ୍ୟବସାୟୀଙ୍କୁ ଦେୟ ଦେଇ ହେବ। ନଗଦ ଟଙ୍କା ଭଳି ଇ-ରୁପି ସୁରକ୍ଷିତ ଓ ଭରସା ଯୋଗ୍ୟ ବୋଲି ଆର୍‌ବିଆଇ ତରଫରୁ କୁହାଯାଇଛି। ଡିଜିଟାଲ ରୁପି ଉପରେ କୌଣସି ସୁଧ ମିଳିବ ନାହିଁ। ଏହାକୁ ବ୍ୟାଙ୍କରେ ଡିପୋଜିଟ୍‌ କରି ରଖି ହେବ । ଆଜିଠୁ ଭୁବନେଶ୍ୱର ସହ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଳୁରୁ ମିଳିବ ଏହି ରୁପି । ପ୍ରଥମ ପର୍ଯ୍ୟାୟରେ, ଏସ୍‌ବିଆଇ, ଆଇସିଆସିଆଇ, ୟେସ୍‌ ବ୍ୟାଙ୍କ୍‌ ଓ ଆଇଡିଏଫ୍‌ସି ବ୍ୟାଙ୍କ୍‌ରେ ମିଳିବ ଡିଜିଟାଲ କରେନ୍‌ସୀ।

ପରବର୍ତ୍ତୀ ସମୟରେ ଏହା ବ୍ୟାଙ୍କ ଅଫ ବରୋଦା, ୟୁନିଅନ ବ୍ୟାଙ୍କ୍‌ ଅଫ ଇଣ୍ଡିଆ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌ ଜରିଆରେ ମିଳିବ। ପାଇଲଟ୍‌ ପ୍ରକଳ୍ପର ପରବର୍ତ୍ତୀ ପର୍ଯ୍ୟାୟରେ ଅହମ୍ମଦାବାଦ୍‌ , ଗାଙ୍ଗ୍‌ଟକ୍‌ , ଗୁଆହାଟୀ , ହାଇଦ୍ରାବାଦ୍‌ , ଇନ୍ଦୋର, କୋଚି, ଲକ୍ଷ୍ନୌ , ପାଟନା ଓ ଶିମଲାରେ ଏହା ଉପଲବ୍ଧ ହେବ।

Sonalisa

Recent Posts

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

16 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

53 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago