ଆଜିଠୁ ଦେଶରେ ରିଟଲ ସ୍ତରରେ ଆରମ୍ଭ ହେଉଛି ଡିଜିଟାଲ ରୁପି, QR କୋଡ୍ ବ୍ୟବହାର କରି ବ୍ୟବସାୟୀଙ୍କୁ ଦେୟ ଦେଇ ହେବ

କେନ୍ୟୁଜ୍: ଆଜିଠୁ ଦେଶରେ ରିଟଲ ସ୍ତରରେ ଆରମ୍ଭ ହେଉଛି ଡିଜିଟାଲ ରୁପି । ପାଇଲଟ ପ୍ରୋଜେକ୍ଟ ଭାବେ ଶୁଭାରମ୍ଭ କରୁଛି ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ସମେତ ଦେଶର କିଛି ସହରରେ ପରୀକ୍ଷାମୂଳକ ଭାବେ ସୁବିଧା ମିଳିବ ।
ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ଗ୍ରାହକ ଓ ବିକ୍ରେତାଙ୍କ ମଧ୍ୟରେ ପ୍ରଚଳିତ ହେବ ଏହି ଡିଜିଟାଲ ରୁପି। ଡିଜିଟାଲ ଟୋକନ ଆକାରରେ ରହିବ ଇ-ରୁପି। ଡିଜିଟାଲ କରେନ୍ସୀର ମୂଲ୍ୟ ନୋଟ୍ ଓ ମୁଦ୍ରା ଭଳି ରହିବ। ବ୍ୟାଙ୍କ ଜରିଆରେ ମିଳିବ। ବ୍ୟାଙ୍କର ଡିଜିଟାଲ ୱାଲେଟ୍ ଜରିଆରେ କାରବାର କରି ହେବ। ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ କିମ୍ବା ବ୍ୟକ୍ତି-ବ୍ୟବସାୟୀ ମଧ୍ୟରେ ନେଣଦେଣ ହୋଇ ପାରିବ ଇ ରୁପି।
QR କୋଡ୍ ବ୍ୟବହାର କରି ବ୍ୟବସାୟୀଙ୍କୁ ଦେୟ ଦେଇ ହେବ। ନଗଦ ଟଙ୍କା ଭଳି ଇ-ରୁପି ସୁରକ୍ଷିତ ଓ ଭରସା ଯୋଗ୍ୟ ବୋଲି ଆର୍ବିଆଇ ତରଫରୁ କୁହାଯାଇଛି। ଡିଜିଟାଲ ରୁପି ଉପରେ କୌଣସି ସୁଧ ମିଳିବ ନାହିଁ। ଏହାକୁ ବ୍ୟାଙ୍କରେ ଡିପୋଜିଟ୍ କରି ରଖି ହେବ । ଆଜିଠୁ ଭୁବନେଶ୍ୱର ସହ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଳୁରୁ ମିଳିବ ଏହି ରୁପି । ପ୍ରଥମ ପର୍ଯ୍ୟାୟରେ, ଏସ୍ବିଆଇ, ଆଇସିଆସିଆଇ, ୟେସ୍ ବ୍ୟାଙ୍କ୍ ଓ ଆଇଡିଏଫ୍ସି ବ୍ୟାଙ୍କ୍ରେ ମିଳିବ ଡିଜିଟାଲ କରେନ୍ସୀ।
ପରବର୍ତ୍ତୀ ସମୟରେ ଏହା ବ୍ୟାଙ୍କ ଅଫ ବରୋଦା, ୟୁନିଅନ ବ୍ୟାଙ୍କ୍ ଅଫ ଇଣ୍ଡିଆ, ଏଚ୍ଡିଏଫ୍ସି ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଜରିଆରେ ମିଳିବ। ପାଇଲଟ୍ ପ୍ରକଳ୍ପର ପରବର୍ତ୍ତୀ ପର୍ଯ୍ୟାୟରେ ଅହମ୍ମଦାବାଦ୍ , ଗାଙ୍ଗ୍ଟକ୍ , ଗୁଆହାଟୀ , ହାଇଦ୍ରାବାଦ୍ , ଇନ୍ଦୋର, କୋଚି, ଲକ୍ଷ୍ନୌ , ପାଟନା ଓ ଶିମଲାରେ ଏହା ଉପଲବ୍ଧ ହେବ।