Below header

ଆଙ୍କରିଂରେ କ୍ୟାରିୟର କରିବା ପାଇଁ ସୁଯୋଗ ଆଣିଛି ଆଉଟ୍‌ରିଚ୍‌, ଆୟୋଜିତ ହେଉଛି ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ଆଉଟ୍‌ରିଚ୍‌ ତରଫରୁ ଆୟୋଜନ ହେବାକୁ ଯାଉଛି ଏକ ୧୦ ଦିନିଆ ଆଙ୍କରିଂ ତାଲିମ ଶିବିର । ଦଶମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଏହି ଟ୍ରେନିଂ ଏଥର ଭରଚୁଆଲ ମୋଡ୍‌୍‌ରେ କରାଯାଉଛି । ମିଡିଆରେ କ୍ୟାରିୟର କରିବାକୁ ଚାହୁଁଥିବା ତଥା ନୂଆ କରି କ୍ୟାରିୟର ଆରମ୍ଭ କରିଥିବା ଯୁବକ ଯୁବତୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ଡିସେମ୍ବର ୧୦ରୁ ଏହି ତାଲିମ ଆରମ୍ଭ ହେବ ।

ଏହି କର୍ମଶାଳାରେ ରେଡିଓ, ଟେଲିଭିଜନ ଓ ଷ୍ଟେଜ ଆଙ୍କରିଂ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏହାଛଡା ରିପୋର୍ଟିଂ, ଭଏସ ଓଭର ଆଦି ବିଭିନ୍ନ ବିଷୟରେ ତାଲିମ୍ ଦିଆଯିବ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ମଧ୍ୟ ଦିଆଯିବ । ଏଥିରେ ସାମିଲ ହେବାପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମରେ ମାଟ୍ରିକ ହୋଇଥିବା ଆବଶ୍ୟକ । ଏହି ତାଲିମ କାର୍ଯ୍ୟକ୍ରମରେ ଭାଗନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ରଖାଯାଇ ନାହିଁ ।

ଦେଶର ଜଣାଶୁଣା ସାମ୍ବାଦିକ, ନ୍ୟୁଜ ଅଙ୍କର, ରେଡିଓ ଜକି ଓ ବିଶେଷଜ୍ଞମାନେ ଯୋଗ ଦେଇ ଟ୍ରେନିଂ ଦେବେ । ଏହି କର୍ମଶାଳାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ବା ବ୍ୟକ୍ତି ୭୬୮୩୮୭୦୮୧୩ (7683870813) ଫୋନ୍‌ ନମ୍ବରରେ ଯୋଗାଯୋଗ କରିବାକୁ ଆୟୋଜକ ସଂସ୍ଥା ଆଉଟ୍‌ରିଚ୍‌ ପକ୍ଷରୁ କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ପାଞ୍ଚ ବର୍ଷରେ ଆଉଟ୍ରିଚ୍ ଏଭଳି ନଅଟି ଟ୍ରେନିଂ ଆୟୋଜନ କରି ସାରିଛି । ଏଥିରେ ଶହ ଶହ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଯୁବବର୍ଗଙ୍କୁ ମିଡ଼ିଆରେ କ୍ୟାରିୟର କରିବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଆଉଟ୍‌ରିଚ୍‌ ନିୟମିତ ବ୍ୟବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଥିବା କହିଛନ୍ତି ସଂସ୍ଥାର ମୁଖ୍ୟ ସୁବ୍ରତ କୁମାର ପତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.