ବ୍ୟବସାୟ ଓ ଅର୍ଥନୀତି

EPFO ଦେଲା ବଡ ଖୁସି ଖବର, ଏବେ ୬୫ ଲକ୍ଷ ଲୋକଙ୍କୁ ମିଳିବ ସିଧାସଳଖ ଲାଭ

ପେନସନ୍‌ ପାଇବାକୁ ହେଲେ ଜୀବନ୍ତ ଥିବା ସାର୍ଟିଫିକେଟ ଦେବାକୁ ହେବ। ଏହି ସାର୍ଟିଫିକେଟକୁ ଜୀବନ ପ୍ରମାଣ ପତ୍ର କୁହାଯାଏ। EPFO ସାରା ଦେଶରେ ୬୫ ଲକ୍ଷ ପେନସନ ଉପଭୋକ୍ତାଙ୍କୁ ଆସ୍ୱସ୍ତି ଦେଇଛି। ଏବେ ପେନସନଧାରୀ ନିଜ ଘର ପାଖରେ ଥିବା କମନ ସର୍ଭିସ ସେଣ୍ଟରରେ ହିଁ ନିଜର ଜୀବନ ପ୍ରମାଣ ପତ୍ର ବନାଇପାରିବେ।

ସାରାଦେଶର ୩.୬୫ ଲକ୍ଷ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ର ରହିଛି। EPFO ଏହା ସହିତ ଟାଈଅପ୍‌ କରିଛି। ଆପଣ ଜନସେବା କେନ୍ଦ୍ରରୁ ହିଁ ଦସ୍ତାବିଜକୁ ଇଲେକଟ୍ରୋନିକ ରୂପରେ ନେଇପାରିବେ।

ଏହାଛଡା ଆପଣ EPFOର ରିଜୋନାଲ ସେଣ୍ଟରରେ ମଧ୍ୟ ଜୀବନ ପ୍ରମାଣ ପତ୍ର ନେଇପାରିବେ। ଦେଶରେ ୧୨୫ ରିଜୋନାଲ ସେଣ୍ଟର ରହିଛି। ସେହିପରି ୧୧୭ ଜିଲ୍ଲା ରହିଛି ଯେଉଁଠି ଜିଲ୍ଲା ସ୍ତରୀୟ ଇପିଏଫଓ ଅଫିସ ରହିଛି। ସେଠାରେ ମଧ୍ୟ ଆପଣ କାମ କରିପାରିବେ। ଏହାଛଡା ଯେଉଁ ବ୍ୟାଙ୍କରେ ପେନସନ ମିଳିଥାଏ, ସେଠାରେ ମଧ୍ୟ ଆପଣ ଏହି କାମ କରିପାରିବେ।

ଜୀବନ ପ୍ରମାଣ ପତ୍ରକୁ ଗୋଟେ ବର୍ଷ ପାଇଁ ବୈଧ ବୋଲି ଧରାଯାଏ। ପେନସନ ନେଉଥିବା କର୍ମଚାରୀ ବର୍ଷରେ କେବେବି ଏହି ପ୍ରମାଣ ପତ୍ର ଜମା କରିପାରିବେ। ଏହା ପୂର୍ବରୁ ନିୟମ ଥିଲା ଯେ ନଭେମ୍ବରରେ ସମସ୍ତେ ଜୀବନ ପ୍ରମାଣ ପତ୍ର ଜମା କରିବେ। ତେଣୁ ଯେଉଁ ଲୋକଙ୍କୁ ପୁରୁଣା ଜୀବନ ପ୍ରମାଣ ପତ୍ର ଜମା କରିବାର ଅଛି ସେମାନଙ୍କ ପାଇଁ ଶେଷ ତାରିଖ ନଭେମ୍ବର ମାସ ରହିଛି।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

3 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

11 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

26 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

32 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

46 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago