EPFO ଦେଲା ବଡ ଖୁସି ଖବର, ଏବେ ୬୫ ଲକ୍ଷ ଲୋକଙ୍କୁ ମିଳିବ ସିଧାସଳଖ ଲାଭ

ପେନସନ୍‌ ପାଇବାକୁ ହେଲେ ଜୀବନ୍ତ ଥିବା ସାର୍ଟିଫିକେଟ ଦେବାକୁ ହେବ। ଏହି ସାର୍ଟିଫିକେଟକୁ ଜୀବନ ପ୍ରମାଣ ପତ୍ର କୁହାଯାଏ। EPFO ସାରା ଦେଶରେ ୬୫ ଲକ୍ଷ ପେନସନ ଉପଭୋକ୍ତାଙ୍କୁ ଆସ୍ୱସ୍ତି ଦେଇଛି। ଏବେ ପେନସନଧାରୀ ନିଜ ଘର ପାଖରେ ଥିବା କମନ ସର୍ଭିସ ସେଣ୍ଟରରେ ହିଁ ନିଜର ଜୀବନ ପ୍ରମାଣ ପତ୍ର ବନାଇପାରିବେ।

ସାରାଦେଶର ୩.୬୫ ଲକ୍ଷ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ର ରହିଛି। EPFO ଏହା ସହିତ ଟାଈଅପ୍‌ କରିଛି। ଆପଣ ଜନସେବା କେନ୍ଦ୍ରରୁ ହିଁ ଦସ୍ତାବିଜକୁ ଇଲେକଟ୍ରୋନିକ ରୂପରେ ନେଇପାରିବେ।

pensionଏହାଛଡା ଆପଣ EPFOର ରିଜୋନାଲ ସେଣ୍ଟରରେ ମଧ୍ୟ ଜୀବନ ପ୍ରମାଣ ପତ୍ର ନେଇପାରିବେ। ଦେଶରେ ୧୨୫ ରିଜୋନାଲ ସେଣ୍ଟର ରହିଛି। ସେହିପରି ୧୧୭ ଜିଲ୍ଲା ରହିଛି ଯେଉଁଠି ଜିଲ୍ଲା ସ୍ତରୀୟ ଇପିଏଫଓ ଅଫିସ ରହିଛି। ସେଠାରେ ମଧ୍ୟ ଆପଣ କାମ କରିପାରିବେ। ଏହାଛଡା ଯେଉଁ ବ୍ୟାଙ୍କରେ ପେନସନ ମିଳିଥାଏ, ସେଠାରେ ମଧ୍ୟ ଆପଣ ଏହି କାମ କରିପାରିବେ।

ଜୀବନ ପ୍ରମାଣ ପତ୍ରକୁ ଗୋଟେ ବର୍ଷ ପାଇଁ ବୈଧ ବୋଲି ଧରାଯାଏ। ପେନସନ ନେଉଥିବା କର୍ମଚାରୀ ବର୍ଷରେ କେବେବି ଏହି ପ୍ରମାଣ ପତ୍ର ଜମା କରିପାରିବେ। ଏହା ପୂର୍ବରୁ ନିୟମ ଥିଲା ଯେ ନଭେମ୍ବରରେ ସମସ୍ତେ ଜୀବନ ପ୍ରମାଣ ପତ୍ର ଜମା କରିବେ। ତେଣୁ ଯେଉଁ ଲୋକଙ୍କୁ ପୁରୁଣା ଜୀବନ ପ୍ରମାଣ ପତ୍ର ଜମା କରିବାର ଅଛି ସେମାନଙ୍କ ପାଇଁ ଶେଷ ତାରିଖ ନଭେମ୍ବର ମାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.