Below header

ଆଜି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ, ୨୦୨୫ ମସିହା ସୁଦ୍ଧା ବିଶ୍ୱ ହେବ ଶିଶୁ ଶ୍ରମିକ ମୁକ୍ତ

ପ୍ରତିବର୍ଷ ଜୁନ ମାସ ୧୨ ତାରିଖରେ “ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ” ଭାବେ ପାଳିତ ହୋଇଥାଏ । ପୃଥିବୀର ଅଧିକାଂଶ ରାଷ୍ଟ୍ରରେ ଶିଶୁ ଶ୍ରମିକକୁ ଏକ ଅପରାଧ ଭାବେ ଧରାଯାଇଥାଏ । ଏହି ନିୟମ ତଥା ଆଇନ ନମାନୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ । ବିଶ୍ୱର ବିଭିନ୍ନ ଦେଶ ମାନଙ୍କରେ ଏନେଇ ଅନେକ ନିୟମ ଥିଲେ ମଧ୍ୟ ଦିନ କୁ ଦିନ ଶିଶୁ ଶ୍ରମିକ ଓ ତାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲା ଦିନ କୁ ଦିନ ବଢିଯାଇଛି । ସମସ୍ତଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଆମ ଭାରତୀୟ ସମ୍ବିଧାନର ମୌଳିକ ଅଧିକାରରେ ଶିଶୁ ଶ୍ରମିକ ନିରୋଧ ବାବଦରେ ଉଲ୍ଲେଖ ରହିଛି  କିନ୍ତୁ ପ୍ରଥମେ ଶିଶୁ ଶ୍ରମିକଙ୍କ ନେଇ ଥିବା କିଛି ଜାଣିରଖିବା ଉଚିତ:

ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମୟରେ ବିଶ୍ୱରେ ପ୍ରତି ଦଶ ଜଣରେ ଜଣେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛି । କିନ୍ତୁ ୨୦୦୦ ମସିହାରୁ ଏଯାବତ ଶିଶୁ ଶ୍ରମିକଙ୍କ ୯୪ ମିଲିୟନ ହ୍ରାସ ପାଇଛି । ୨୦୨୫ ମସିହା ସୁଦ୍ଧ ବିଶ୍ୱରକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ଜାତିସଂଘ ଲକ୍ଷ ନିର୍ଦ୍ଧାରଣ କରିଛି ।

child labor

୧. ଶିଶୁ ଶ୍ରମିକ ଏକ ବ୍ୟାପାର, ପିଲାବେଳକୁ ଉପଭୋଗ କରିବା ସମସ୍ତ ଶିଶୁଙ୍କ ଜନ୍ମଗତ ଅଧିକାର

୨. କୋମଳମତି ଶିଶୁ ମାନଙ୍କୁ କାମରେ ରଖିବା ମାନବିକତା ଉପରେ ଏକ କଳଙ୍କ, ଏହା ଉପରେ ପ୍ରତିବନ୍ଧ ଲଗାଇ ସମାଜକୁ ନିଷ୍କଳଙ୍କ କରିବା ଉଚିତ ।

୩. ଶିଶୁ ମାନଙ୍କୁ ଶ୍ରମରେ ରଖିବା ଏକ ପ୍ରକାର ପାପ, ଯାହାର ଉତ୍ତର ଦାୟୀ ହୁଏତ ଆମେ ନିଜେ ।

୪. ଏହି ପ୍ରଥାକୁ ମୂଳରୁ ହଟାନ୍ତୁ, ଦେଶର ପ୍ରତ୍ୟକଟି ଶିଶୁଙ୍କୁ ଶିକ୍ଷିତ କରାନ୍ତୁ ।

୫. ଶିଶୁ ଶ୍ରମିକ ପ୍ରଥା ଅତ୍ୟନ୍ତ ଖରାପ, ଏହା ଦ୍ୱାରା ଦେଶ ପ୍ରତି ବିପତ୍ତି ବଢିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.